Global Economic: ୨୦୨୬ରେ ବିଶ୍ବ ଅଭିବୃଦ୍ଧି ମନ୍ଥର ହେବ

Advertisment

୨୦୨୬ ମସିହାରେ ବିଶ୍ବର ଅର୍ଥନୈତିକ ଅଭିବୃଦ୍ଧି ମନ୍ଥର ହେବ। ବିଶ୍ବ ଅର୍ଥନୈତିକ ଫୋରମ୍‌ (ଡବ୍ଲୁଇଏଫ୍‌) ପକ୍ଷରୁ ପ୍ରକାଶିତ ମୁଖ୍ୟ ଅର୍ଥନୀତିଜ୍ଞଙ୍କ ଦୃଶ୍ୟପଟ ରିପୋର୍ଟରେ ଏହା କୁହାଯାଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ ଆତ୍ମବିଶ୍ବାସରେ ସାମାନ୍ୟ ଉନ୍ନତି ଆସିଥି‌ଲେ...

୨୦୨୬ ମସିହାରେ ବିଶ୍ବର ଅର୍ଥନୈତିକ ଅଭିବୃଦ୍ଧି ମନ୍ଥର ହେବ। ବିଶ୍ବ ଅର୍ଥନୈତିକ ଫୋରମ୍‌ (ଡବ୍ଲୁଇଏଫ୍‌) ପକ୍ଷରୁ ପ୍ରକାଶିତ ମୁଖ୍ୟ ଅର୍ଥନୀତିଜ୍ଞଙ୍କ ଦୃଶ୍ୟପଟ ରିପୋର୍ଟରେ ଏହା କୁହାଯାଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ ଆତ୍ମବିଶ୍ବାସରେ ସାମାନ୍ୟ ଉନ୍ନତି ଆସିଥି‌ଲେ...

25bbs_39_25012026_112

ନୂଆଦିଲ୍ଲୀ: ୨୦୨୬ ମସିହାରେ ବିଶ୍ବର ଅର୍ଥନୈତିକ ଅଭିବୃଦ୍ଧି ମନ୍ଥର ହେବ। ବିଶ୍ବ ଅର୍ଥନୈତିକ ଫୋରମ୍‌ (ଡବ୍ଲୁଇଏଫ୍‌) ପକ୍ଷରୁ ପ୍ରକାଶିତ ମୁଖ୍ୟ ଅର୍ଥନୀତିଜ୍ଞଙ୍କ ଦୃଶ୍ୟପଟ ରିପୋର୍ଟରେ ଏହା କୁହାଯାଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ ଆତ୍ମବିଶ୍ବାସରେ ସାମାନ୍ୟ ଉନ୍ନତି ଆସିଥି‌ଲେ ବି ଆଗାମୀ ମାସଗୁଡ଼ିକରେ ବିଶ୍ବର ଅର୍ଥନୈତିକ ସ୍ଥିତି ନିମ୍ନମୁଖୀ ହେବ ବୋଲି ଅଧାରୁ ଅଧିକ ଅଗ୍ରଣୀ ଅର୍ଥନୀତିଜ୍ଞମାନେ ମତ ଦେଇଛନ୍ତି। ବିଶେଷକରି ୫୩ ପ୍ରତିଶତ ଅର୍ଥନୀତିଜ୍ଞ ବିଶ୍ବ ଅର୍ଥନୀତିରେ ମନ୍ଥରତା ନେଇ ଆକଳନ କରିଛନ୍ତି। କେବଳ ୧୯ ପ୍ରତିଶତ ଅର୍ଥନୀତିଜ୍ଞ ଅଭିବୃଦ୍ଧି ଭଲ ରହିବା ଆଶା ରଖିଛନ୍ତି।

ବିଶ୍ବ ଅର୍ଥନୀତିର ଦୃଶ୍ୟପଟକୁ ଅନେକଗୁଡ଼ିଏ ବିଷୟ ରୂପ ଦେବ। ସେଗୁଡ଼ିକ ମଧ୍ୟରେ ଋଣ ସ୍ତର, ସମ୍ପତ୍ତିର ବର୍ଦ୍ଧିତ ମୂଲ୍ୟ ଏବଂ ଭୂରାଜନୈତିକ ଉତ୍ତେଜନା ଆଦି ରହିଛି। ଏସବୁ ସମସ୍ୟା ସତ୍ତ୍ବେ ଆର୍ଥିକ ବଜାର ଦୃଢ଼ ରହିଛି। ବିଶେଷକରି ଆମେରିକାରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସହ ଜଡ଼ିତ କମ୍ପାନିର ସେୟାରଗୁଡ଼ିକର ପ୍ରଦର୍ଶନ ଭଲ ରହିଛି। ବିଶ୍ବବ୍ୟାପୀ ସରକାର ଏବଂ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ପାଇଁ ଋଣ ଏକ ପ୍ରମୁଖ ଚିନ୍ତାର ବିଷୟ ରହିଛି। ଏଥିପାଇଁ ନୀତି ନିର୍ଦ୍ଧାରକମାନଙ୍କୁ କଠୋର ନିଷ୍ପତ୍ତି ନେବାକୁ ହେବ। ପ୍ରତିରକ୍ଷା, ଡିଜିଟାଲ ଭିତ୍ତିଭୂମି, ଶକ୍ତି ଆଦି କ୍ଷେତ୍ରର ଖର୍ଚ୍ଚ ବଢ଼ିବାକୁ ଥିବାବେଳେ ଶିକ୍ଷା, ସାମାଜିକ ସୁରକ୍ଷା ଏବଂ ପରିବେଶ କାର୍ଯ୍ୟକ୍ରମଜନିତ ଖର୍ଚ୍ଚ ଚାପରେ ରହିବ।

ବିଶ୍ବ ବାଣିଜ୍ୟ ନେଇ ଚିନ୍ତା ପ୍ରକଟ କରାଯାଇଛି। ଗୁରୁତ୍ବପୂର୍ଣ୍ଣ ସଂପଦ ଏବଂ ପ୍ରଯୁକ୍ତି ପାଇବା ଲାଗି ଦେଶଗୁଡ଼ିକ ଆଞ୍ଚଳିକ ଓ ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମାକୁ ପ୍ରାଧାନ୍ୟ ଦେଉଛନ୍ତି। ଏହା ବିଶ୍ବର କେତେକ ଅଞ୍ଚଳକୁ ଲାଭ ପହଞ୍ଚାଇବ। କିନ୍ତୁ ଅନ୍ୟ ଅଞ୍ଚଳଗୁଡ଼ିକ ଅସୁବିଧାର ସମ୍ମୁଖୀନ ହେବ। ଏଆଇ ଉଭୟ ସୁଯୋଗ ଦେବ ଏବଂ ବ୍ୟାଘାତ ସୃଷ୍ଟିକାରୀ ହେବ। ସମୟକ୍ରମେ ଏଆଇ ଉତ୍ପାଦକତା ବଢ଼ାଇବ। କିନ୍ତୁ ତାହାର ଲାଭ ସବୁ ଅଞ୍ଚଳ କିମ୍ବା ସବୁ କ୍ଷେତ୍ରକୁ ସମାନ ଭାବେ ମିଳିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe