ବିଶ୍ୱ ପରିବେଶ ଦିବସ ଅବସରରେ ପରିବେଶ ସୁରକ୍ଷା ଦାୟିତ୍ୱ ହାତକୁ ନେଲେ ରାଷ୍ଟ୍ରପତି କୋବିନ୍ଦ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଅନ୍ୟ ବରିଷ୍ଠ ନେତା

ବିଶ୍ୱ ପରିବେଶ ଦିବସ ଅବସରରେ ପରିବେଶ ସୁରକ୍ଷା ଦାୟିତ୍ୱ ହାତକୁ ନେଲେ ରାଷ୍ଟ୍ରପତି କୋବିନ୍ଦ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଅନ୍ୟ ବରିଷ୍ଠ ନେତା

(Photo Credits: Pixabay)

ନୂଆଦିଲ୍ଳୀ: ବିଶ୍ୱ ପରିବେଶ ଦିବସ ୨୦୧୯ ଉପଲକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ଏବଂ ଅନ୍ୟ କେତେକ ବରିଷ୍ଠ ନେତା ପରିବେଶ ସୁରକ୍ଷା କରିବାକୁ ଶପଥ ନେଇଛନ୍ତି। ।

ଏହି ବଡ଼ ବଡ଼ ନେତା ମାନେ ଏ ବର୍ଷ ବିଶ୍ୱ ପରିବେଶ ଦିବସରେ ବାୟୁ ପ୍ରଦୂଷଣକୁ ଗୁରୁତ୍ୱ ଦେଇଛନ୍ତି। ଏହି ନେତାମାନେ ନିଜେ ପରିବେଶକୁ ସୁରକ୍ଷିତ ରଖିବା ସହ ଅନ୍ୟମାନଙ୍କୁ ଏ ସଂପର୍କରେ ସଚେନତ କରାଇବା ପାଇଁ ଶପଥ ନେଇଛନ୍ତି।

ଜୁନ ୫ ତାରିଖକୁ ପୂରା ବିଶ୍ୱରେ ପରିବେଶ ଦିବସ ଭାବେ ପାଳନ କରାଯାଏ। ପରିବେଶକୁ ସବୁଠାରୁ ବେଶି ଖରାପ କରୁଥିବା ବାୟୁ ପ୍ରଦୂଷଣକୁ ଏବର୍ଷର ବିଷୟବସ୍ତୁ କରାଯାଇଛି।

ରାଷ୍ଟ୍ରପତି କୋବିନ୍ଦ ଟ୍ଵିଟର୍‌ରେ ଏ ନେଇ ଚିନ୍ତା ପ୍ରକଟ କରି ଏକ ବାର୍ତ୍ତା ପ୍ରଧାନ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଭିଡିଓ ସେୟାର୍‌ କରି ପରିବେଶ ସୁରକ୍ଷା ଉପରେ ବାର୍ତ୍ତା ଦେଇ ଏକ ଟ୍ଵିଟ୍‌ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe