ସରକାରଙ୍କ ସୁଲଭ ସ୍ବାସ୍ଥ୍ୟ ସେବା ଯୋଗୁଁ ଗରିବ, ମଧ୍ୟମ ବର୍ଗଙ୍କର ଉଲ୍ଲେଖନୀୟ ସଞ୍ଚୟ ହୋଇଛି: ପ୍ରଧାନମନ୍ତ୍ରୀ ମୋଦୀ

ସରକାରଙ୍କ ସୁଲଭ ସ୍ବାସ୍ଥ୍ୟ ସେବା ଯୋଗୁଁ ଗରିବ, ମଧ୍ୟମ ବର୍ଗଙ୍କର ଉଲ୍ଲେଖନୀୟ ସଞ୍ଚୟ ହୋଇଛି: ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of Zee News

ନୂଆଦିଲ୍ଲୀ: ଆଜି ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର‌ ମୋଦୀ କହିଛନ୍ତି ଯେ, ସରକାରଙ୍କ ସୁଲଭ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ଯୋଗୁଁ ଗରିବ ଓ ମଧ୍ୟମ ଶ୍ରେଣୀର ଜନତାଙ୍କର ଉଲ୍ଲେଖନୀୟ ଆର୍ଥିକ ସଞ୍ଚୟ ସମ୍ଭବପର ହୋଇଛି।

କେତେଗୁଡ଼ିଏ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସେବା କ୍ଷେତ୍ର ଏବଂ ସ୍ବାସ୍ଥ୍ୟକର୍ମୀମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି।

ଟୁଇଟ୍‌ କରି ସେ ଲେଖିଛନ୍ତି: ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସରରେ ଅଭିନନ୍ଦନ। ସମସ୍ତଙ୍କର ଜୀବନ ସୁସ୍ଥ ଓ ନିରାମୟ ହେଉ। ଆଜିର ଦିନଟି ସ୍ବାସ୍ଥ୍ୟ ସେବା ସହିତ ସମ୍ପୃକ୍ତ ଥିବା ସମସ୍ତଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବାର ଦିନ। ସେମାନଙ୍କ କଠିନ ପରିଶ୍ରମ ଆମ ସଂସାରକୁ ସୁରକ୍ଷିତ ରଖିଛି।

ଦେଶର ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ବିକାଶ ପାଇଁ ଭାରତ ସରକାର ବହୁ ପ୍ରକାର ଉଦ୍ୟମ କରୁଥିବା କଥା ମଧ୍ୟ ସେ କହିଛନ୍ତି। ଏ ସଂକ୍ରାନ୍ତରେ କରିଥିବା ଟୁଇଟ୍‌ରେ ସେ ଲେଖିଛନ୍ତି: ଭାରତର ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ଭାରତ ସରକାର ଅକ୍ଳାନ୍ତ ଉଦ୍ୟମ କରୁଛନ୍ତି। ନାଗରିକମାନଙ୍କୁ ଉନ୍ନତ ମାନର ସୁଲଭ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବା ଉପରେ ଧ୍ୟାନ ଦିଆଯାଉଛି। ଆମ ଦେଶରେ ବିଶ୍ବର ବୃହତ୍ତମ ସ୍ବାସ୍ଥ୍ୟ ସେବା ଯୋଜନା ‘ଆୟୁଷ୍ମାନ ଭାରତ’ ଥିବାରୁ ପ୍ରତ୍ୟେକ ଭାରତୀୟ ଗୌରବାନ୍ବିତ ମନେକରୁଛନ୍ତି।

publive-image Image Courtesy of Mint

‘ପିଏମ୍‌ ଜନୌଷଧୀ’ ଭଳି ଏହି ଯୋଜନାର ହିତାଧିକାରୀମାନଙ୍କ ସହିତ ଆଳାପ କରିବା ବେଳେ ମତେ ଭାରି ଆନନ୍ଦ ଲାଗେ। ସୁଲଭ ସ୍ବାସ୍ଥ୍ୟ ସେବା ଉପରେ ଆମର ଧ୍ୟାନ ଯୋଗୁଁ ଗରିବ ଓ ମଧ୍ୟମ ଶ୍ରେଣୀଙ୍କର ଆର୍ଥିକ ସଞ୍ଚୟ ଉଲ୍ଲେଖନୀୟ ହୋଇପାରିଛି। ସାମଗ୍ରିକ ସୁସ୍ଥତାକୁ ଆହୁରି ବ୍ୟାପକ କରିବା ଲାଗି ଆମେ ଆୟୁଷ ନେଟ୍‌ୱାର୍କକୁ ସୁଦୃଢ଼ କରୁଛୁ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ୮ ବର୍ଷ ହେବ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଦ୍ରୁତ ସଂସ୍କାର ଘଟିଛି। କେତେଗୁଡ଼ିଏ ନୂଆ ମେଡିକାଲ୍‌ କଲେଜ ‌ମଧ୍ୟ ଖୋଲିଛି। ଆଞ୍ଚଳିକ ଭାଷାରେ ଡାକ୍ତରୀ ଶିକ୍ଷା ଦେବା ପାଇଁ ସରକାରଙ୍କ ଉଦ୍ୟମ ଅସଂଖ୍ୟ ତରୁଣଙ୍କ ଆକାଙ୍‌କ୍ଷା ଚରିତାର୍ଥ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe