ବିଶ୍ବ କ୍ଷୁଧା ସୂଚକାଙ୍କ-୨୦୨୦: ୯୪ତମ ସ୍ଥାନରେ ଭାରତ

Advertisment
ବିଶ୍ବବ୍ୟାଙ୍କ ରିପୋର୍ଟ: ଉତ୍କଟ ଦାରିଦ୍ର୍ୟରେ ୧୨.୩% ହ୍ରାସ, ୨୦୧୧ରୁ ୨୦୧୯ ଭିତରେ କମିଛି

New Indian Express

ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା, ନେପାଳଠାରୁ ବି ପଛରେ, ୧୪% ଭାରତୀୟ କୁପୋଷଣର ଶିକାର
ନୂଆଦିଲ୍ଲୀ: ବିଶ୍ବର ୧୦୭ଟି ଦେଶକୁ ନେଇ କରା ଯାଇଥିବା ବିଶ୍ବ କ୍ଷୁଧା ସୂଚକାଙ୍କ-୨୦୨୦ ତାଲିକା ପ୍ରକାଶ ପାଇଛି। ଏଥିରେ ଭାରତ ୯୪ତମ ସ୍ଥାନରେ ରହିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ଭାରତ ଏହି ସୂଚକାଙ୍କର ‘ଗୁରୁତର କ୍ଷୁଧା ବର୍ଗ’ରେ ରହିଛି। ଯଦିଓ ପଡ଼ୋଶୀ ବାଂଲାଦେଶ, ମ୍ୟାଁମାର, ପାକିସ୍ତାନ ଭଳି ଦେଶ ‘ଗୁରୁତର କ୍ଷୁଧା ବର୍ଗ’ରେ ରହିଛନ୍ତି, ସେମାନେ ଭାରତଠାରୁ କିନ୍ତୁ ଭଲ ସ୍ଥିତିରେ ଅଛନ୍ତି। ବିଶ୍ବ କ୍ଷୁଧା ସୂଚକାଙ୍କ-୨୦୨୦ରେ ବାଂଲାଦେଶ ୭୫ ସ୍ଥାନରେ ଥିବାବେଳେ ମ୍ୟାଁମାର ୭୮ ଏବଂ ପାକିସ୍ତାନ ୭୮ ସ୍ଥାନରେ ରହିଛି। ଏମିତିକି ନେପାଳ ଓ ଶ୍ରୀଲଙ୍କା ଭଳି ପଡ଼ୋଶୀ ଦେଶ ଭାରତଠାରୁ ଉନ୍ନତ ସ୍ଥିତିରେ ଅଛନ୍ତି। ନେପାଳ ଏବଂ ଶ୍ରୀଲଙ୍କା ‘ସାଧାରଣ କ୍ଷୁଧା ବର୍ଗ’ରେ ରହିଛନ୍ତି।

ନେପାଳ ୭୩ ସ୍ଥାନରେ ରହିଥିବା ବେଳେ ଶ୍ରୀଲଙ୍କା ୬୪ତମ ସ୍ଥାନରେ ରହିଛି। ଭାରତ କିନ୍ତୁ ପଡୋଶୀ ବାଂଲାଦେଶ, ମ୍ୟାଁମାର, ପାକିସ୍ତାନ, ଶ୍ରୀଲଙ୍କା, ନେପାଳ ଭଳି ଦେଶର ବହୁ ତଳେ ରହିଛି। ଭାରତର ଏଭଳି ନୈରାଶ୍ୟ ପ୍ରଦର୍ଶନ ପାଇଁ ଦେଶର ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଓ ଉପଯୁକ୍ତ ତଦାରଖ ଅଭାବକୁ ଦାୟୀ କରାଯାଇଛି। ଭାରତର ଜନସଂଖ୍ୟାର ୧୪ ପ୍ରତିଶତ ଲୋକେ କୁପୋଷଣର ଶିକାର ହେଉଛନ୍ତି ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି। ଏହାସହିତ ଭାରତରେ ଶିଶୁ ସ୍ବାସ୍ଥ୍ୟ ମଧ୍ୟ ନୈରାଶ୍ୟଜନକ ରହିଛି। ଭାରତରେ ଠିକ୍‌ରେ ଶାରିରୀକ ବିକାଶ ହେଉନଥିବା ଶିଶୁମାନଙ୍କ ହାର ୩୭.୪ ରହିଛି। ସେହିଭଳି ଭାରତରେ ପାଞ୍ଚ ବର୍ଷର କମ୍‌ ବୟସର ଶିଶୁ ମୃତ୍ୟୁହାର ୩.୭ ପ୍ରତିଶତ ରହିଛି। ସୂଚନାଯୋଗ୍ୟ, ଗତବର୍ଷ ୧୧୭ଟି ଦେଶକୁ ନେଇ କରାଯାଇଥିବା କ୍ଷୁଧା ସୂଚକାଙ୍କ‌ରେ ଭାରତ ୧୦୨ ସ୍ଥାନରେ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe