ଦୁନିଆର ସବୁଠାରୁ ବଡ଼ ମନ୍ଦିର ନିର୍ମାଣ ପାଇଁ ଅଢ଼େଇ କୋଟିର ସମ୍ପତ୍ତି ଦାନ କଲେ ମୁସଲମାନ ପରିବାର

ଦୁନିଆର ସବୁଠାରୁ ବଡ଼ ମନ୍ଦିର ନିର୍ମାଣ ପାଇଁ ଅଢ଼େଇ କୋଟିର ସମ୍ପତ୍ତି ଦାନ କଲେ ମୁସଲମାନ ପରିବାର

ପାଟନା: ଧାର୍ମିକ ମତଭେଦ ମଧ୍ୟରେ ବିହାରରେ ସାମ୍ପ୍ରଦାୟିକ ସମନ୍ୱୟର ଏକ ଉଦାହରଣ ସୃଷ୍ଟି ହୋଇଥିବା ଖବର ସାମ୍ନାକୁ ଆସିଛି। ଏଠାରେ ଏକ ମୁସଲମାନ ପରିବାର ବିଶ୍ୱର ବୃହତ୍ତମ ମନ୍ଦିର ନିର୍ମାଣ ପାଇଁ ୨.୫ କୋଟି ଟଙ୍କା ମୂଲ୍ୟର ଜମି ଦାନ କରିଛନ୍ତି। ବିଶ୍ୱର ସର୍ବବୃହତ ମନ୍ଦିର ବିରାଟ ରାମାୟଣ ମନ୍ଦିର ପୂର୍ବ ଚମ୍ପାରଣର କେଠବାଲିଆ ଅଞ୍ଚଳରେ ନିର୍ମାଣ ହେବାକୁ ଯାଉଛି।

ଗତ ସୋମବାର ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ହେବା ସମୟରେ ପାଟଣାର ମହାବୀର ମନ୍ଦିର ଟ୍ରଷ୍ଟର ମୁଖ୍ୟ ଆଚାର୍ଯ୍ୟ କିଶୋର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଇଶିତୟାକ ଅହମ୍ମଦ ଖାନ ଏହି ଜମି ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ପୂର୍ବ ଚମ୍ପାରଣର ବାସିନ୍ଦା ଥିବା ବେଳେ ଗୋହାଟୀରେ ତାଙ୍କର ବ୍ୟବସାୟ ଅଛି ।

publive-image

ଇଶିତୟାକ ନିକଟରେ ମନ୍ଦିରକୁ ଜମିଦାନ କରିବାକୁ ଥିବା ସମସ୍ତ ନିୟମ ପୂରା କରିଛନ୍ତି। ପୂର୍ବତନ ଆଇପିଏସ୍ ଅଧିକାରୀ କୁନାଲ କହିଛନ୍ତି ଯେ ପୂର୍ବ ଚମ୍ପାରଣର ସବ-ଡିଭିଜନ କେଶରିଆର ରେଜିଷ୍ଟ୍ରାର ଅଫିସରେ ଏସବୁ କାମ ସମାପ୍ତ କରାଯାଇଛି।

बिहार में मुस्लिम शख्स ने रामायण मंदिर के लिए दान कर दी 2.5 करोड़ रुपए की जमीन
ଆଚାର୍ଯ୍ୟ କହିଛନ୍ତି ଯେ ଇଶିତୟାକ ଖାନଙ୍କ ପରିବାର ଦ୍ୱାରା ଏହି ଜମି ଦାନ ସାମାଜିକ ସମନ୍ୱୟ ଏବଂ ଭାଇଚାରାର ଏକ ବଡ଼ ଉଦାହରଣ ସୃଷ୍ଟି କରିଛି। ଇଶିତୟାକଙ୍କ ସହଯୋଗ ବିନା ଏହି ସୁବର୍ଣ୍ଣ ପ୍ରକଳ୍ପ ସଂପୂର୍ଣ୍ଣ କରିବା କଷ୍ଟକର ହୋଇଥାନ୍ତା। ମହାବୀର ମନ୍ଦିର ଟ୍ରଷ୍ଟ ମନ୍ଦିର ନିର୍ମାଣ ପାଇଁ ଏପର୍ଯ୍ୟନ୍ତ ୧୨୫ଏକର ଜମି ଅଧିଗ୍ରହଣ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe