Image Courtesy of NDTV
ଷ୍ଟକ୍ହୋମ୍: ୨୦୨୧ ମସିହାରେ ବିଶ୍ବ ସାମରିକ ବ୍ୟୟ ୨.୧ ଟ୍ରିଲିୟନ୍ ଡଲାର୍ ହୋଇ ଏଯାବତ୍ ସବୁଠୁ ଅଧିକ ହୋଇଥିବା କଥା ଆଜି ‘ଦି ଷ୍ଟକ୍ହୋମ୍ ଇଣ୍ଟର୍ନ୍ୟାସ୍ନାଲ୍ ପିସ୍ ରିସର୍ଚ ଇନ୍ଷ୍ଟିଚ୍ୟୁଟ୍’ (ଏସ୍ଆଇପିଆର୍ଆଇ) କହିଛି।
ପ୍ରତିରକ୍ଷା କ୍ଷେତ୍ରରେ ସବୁଠୁ ଅଧିକ ବ୍ୟୟ କରୁଥିବା ରାଷ୍ଟ୍ରମାନଙ୍କ ମଧ୍ୟରୁ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍ ଓ ଭାରତ ୩ଟି ଶ୍ରେଷ୍ଠ ରାଷ୍ଟ୍ର ବୋଲି ମଧ୍ୟ ‘ଏସ୍ଆଇପିଆର୍ଆଇ’ କହିଛି।
ଏ ସଂକ୍ରାନ୍ତରେ ଜାରି ବିବୃତିରେ ‘ଏସ୍ଆଇପିଆର୍ଆଇ’ କହିଛି, ୨୦୨୧ରେ ସମୁଦାୟ ବୈଶ୍ବିକ ସାମରିକ ବ୍ୟୟ ୦.୭% ବୃଦ୍ଧି ପାଇ ୨୧୧୩ ଡଲାର୍ରେ ପହଞ୍ଚିଛି। ସାମରିକ କ୍ଷେତ୍ରରେ ୨୦୨୧ରେ ସବୁଠୁ ଅଧିକ ବ୍ୟୟ କରିଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ୫ଟି ରାଷ୍ଟ୍ର ହେଉଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍, ଭାରତ, ଇଂଲଣ୍ଡ୍ ଏବଂ ରୁଷ୍। ଏହି ୫ଟି ରାଷ୍ଟ୍ରର ବ୍ୟୟ ବିଶ୍ବ ସାମରିକ କ୍ଷେତ୍ରର ସମୁଦାୟ ବ୍ୟୟର ୬୨%।
Image Courtesy of The Economic Times‘ଦି ଷ୍ଟକ୍ହୋମ୍ ଇଣ୍ଟର୍ନ୍ୟାସ୍ନାଲ୍ ପିସ୍ ରିସର୍ଚ ଇନ୍ଷ୍ଟିଚ୍ୟୁଟ୍’ କହିବା ଅନୁସାରେ, ସାମରିକ କ୍ଷେତ୍ରରେ ୭୬.୬ ବିଲିୟନ୍ ଡଲାର୍ ବ୍ୟୟ କରି ଭାରତ ବିଶ୍ବରେ ୩ ନମ୍ବର ରାଷ୍ଟ୍ରରେ ପରିଗଣିତ ହୋଇଛି। ୨୦୨୦ଠାରୁ ଏହି ବ୍ୟୟ ୦.୯% ଏବଂ ୨୦୧୨ଠାରୁ ୩୩% ଅଧିକ। ସ୍ବଦେଶୀ ଅସ୍ତ୍ର ଶିଳ୍ପର ସୁଦୃଢ଼ିକରଣ ନିମନ୍ତେ ପ୍ରୋତ୍ସାହନ ଦେବାକୁ ଯାଇ ୨୦୨୧ରେ ସାମରିକ ବ୍ୟୟ ବଜେଟ୍ରେ ଥିବା ପାଣ୍ଠିର ୬୪% ଅର୍ଥରେ ସ୍ବଦେଶରେ ନିର୍ମିତ ଅସ୍ତ୍ରଶସ୍ତ୍ର ଖରିଦ କରିବା ଲାଗି ବ୍ୟବସ୍ଥା ହୋଇଥିଲା।
‘ଏସ୍ଆଇପିଆର୍ଆଇ’ର ‘ସାମରିକ ବ୍ୟୟ ଏବଂ ଅସ୍ତ୍ରଶସ୍ତ୍ର ଉତ୍ପାଦନ କାର୍ଯ୍ୟକ୍ରମ’ର ବରିଷ୍ଠ ଗବେଷକ ଡକ୍ଟର୍ ଡିଏଗୋ ଲୋପ୍ସ୍ ଦା ସିଲ୍ଭା କହିଛନ୍ତି, କୋଭିଡ୍-୧୯ ମହାମାରୀଜିନତ ଆର୍ଥିକ ଅବନତି ସତ୍ତ୍ବେ ବିଶ୍ବ ସାମରିକ ବ୍ୟୟ ରେକର୍ଡ ସ୍ତରରେ ପହଞ୍ଚିଛି। ମୁଦ୍ରାସ୍ଫୀତି ଯୋଗୁଁ ବାସ୍ତବ ଅଭିବୃଦ୍ଧିରେ ମାନ୍ଦା ଦେଖାଦେଇଥିଲା। କିନ୍ତୁ, ସାଧାରଣ ସ୍ତରରେ ସାମରିକ ବ୍ୟୟ ୬.୧% ବୃଦ୍ଧି ପାଇଛି।
Follow Us