ମତଦାନରେ ଐତିହାସିକ ରେକର୍ଡ କଲା ଭାରତ: ନିର୍ବାଚନ ଆୟୋଗ

ମତଦାନରେ ଐତିହାସିକ ରେକର୍ଡ କଲା ଭାରତ: ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଜୁନ୍ ୪ତାରିଖରେ ଲୋକସଭା ନିର୍ବାଚନର ​​ସାତଟି ପର୍ଯ୍ୟାୟ ଭୋଟ୍ ଶେଷ ହେବା ପରେ ଭୋଟ୍ ଗଣନା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ବି ଶେଷ ହୋଇସାରିଛି।

ନିର୍ବାଚନ ଫଳାଫଳ ଘୋଷଣାର ଗୋଟିଏ ଦିନ ପୂର୍ବରୁ ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀ କରିଭାରତରେ ହୋଇଥିବା ମତଦାନ ବିଷୟରେ ଆଲୋଚନା କରିଥିଲେ। ।

ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଭୋଟରଙ୍କୁ ଅଭିବାଦନ ଜଣାଇ କହିଛନ୍ତି,‘ ଚଳିତଥର ଭାରତରେ ୬୪.୨କୋଟି ଲୋକ ଭୋଟ୍ ଦେଇଛନ୍ତି। ଆଜି ପର୍ଯ୍ୟନ୍ତ ଏତେ ପରିମାଣରେ ଭୋଟିଂ ବିଶ୍ବର କୌଣସି ସ୍ଥାନରେ ଘଟିନାହିଁ ।ଆମେ ୬୪.୨ କୋଟି ଭୋଟରଙ୍କ ମତଦାନକୁ ନେଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛୁ। ଏହି ସଂଖ୍ୟା ସମସ୍ତ ଜି୭ ଦେଶର ଭୋଟରଙ୍କ ତୁଳନାରେ ୧.୫ ଗୁଣ ଏବଂ ୟୁରୋପୀୟ ସଂଘର ୨୭ଟିଦେଶର ଭୋଟରଙ୍କ ତୁଳନାରେ ୨.୫ ଗୁଣ  ଅଧିକ ରହିଛି।


ପୂର୍ବ ନିର୍ବାଚନ ଅପେକ୍ଷା ଚଳିତ ବର୍ଷ ନିର୍ବାଚନରେ ସର୍ବାଧିକ ମହିଳା ଭୋଟର ନିଜର ମତସାବ୍ୟସ୍ତ କରିଛନ୍ତି । ଏଥର ୩୧ କୋଟି ମହିଳା ଭୋଟ୍ ଦେଇଛନ୍ତି, ଯାହା କି ପ୍ରଥମ ଥର ପାଇଁ ରେକର୍ଡ ସୃଷ୍ଟି କରିଛି ।

ଏଥିସହିତ ଏହି ଐତିହାସିକ ରେକର୍ଡ କରିବା ପାଇଁ ନିର୍ବାଚନ କର୍ମକର୍ତ୍ତାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ନିର୍ବାଚନ କର୍ମକର୍ତ୍ତାଙ୍କ ସାବଧାନତାପୂର୍ଣ୍ଣ କାର୍ଯ୍ୟ ଓ ନିର୍ବାଚନ ପୂର୍ବରୁ ଭୋଟ ପ୍ରତି ଲୋକଙ୍କୁ କ୍ରମାଗତ ଜଗ୍ରାତ କରିବାର ଅଭିଯାନ ହେତୁ ଭାରତ ମତଦାନରେ ଏହି ଐତିହାସିକ ରେକର୍ଡ ସୃଷ୍ଟି କରିଛି। ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe