ଦୀପୋତ୍ସବ ୨୦୨୫ରେ ବିଶ୍ୱ ରେକର୍ଡ: ଅଯୋଧ୍ୟାରେ ଜଳିଲା ୨୬ ଲକ୍ଷ ଦୀପ

ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ନବମ ଦୀପୋତ୍ସବ ଏକ ଐତିହାସିକ ମୁହୂର୍ତ୍ତରେ ପରିଣତ ହୋଇଛି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ସରଜୁ ନଦୀ ତଟରେ ୨୬,୧୧,୧୦୧ ମାଟି ଦୀପ ପ୍ରଜ୍ୱଳନ ଗିନିଜ୍‌ ବିଶ୍ୱ ରେକର୍ଡ ସୃଷ୍ଟି କରିଛି।

fshhfshfsxvbbvxvb

ଅଯୋଧ୍ୟା: ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ନବମ ଦୀପୋତ୍ସବ ଏକ ଐତିହାସିକ ମୁହୂର୍ତ୍ତରେ ପରିଣତ ହୋଇଛି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ସରଜୁ ନଦୀ ତଟରେ ୨୬,୧୧,୧୦୧ ମାଟି ଦୀପ ପ୍ରଜ୍ୱଳନ ଗିନିଜ୍‌ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହାସହିତ ୨୧୨୮ ବେଦାଚାର୍ଯ୍ୟଙ୍କ ଦ୍ୱାରା ଏକକାଳୀନ ଆରତି ମାଧ୍ୟମରେ ଦ୍ୱିତୀୟ ବିଶ୍ୱ ରେକର୍ଡ ହାସଲ କରିଛି ଅଯୋଧ୍ୟା।

 ‘ରାମ କି ପେଡ଼ି’ ଓ ୫୬ଟି ଘାଟରେ ମିଳିତ ଭାବେ ୨୬ ଲକ୍ଷରୁ ଅଧିକ ଦୀପ ପ୍ରଜ୍ୱଳନ କରାଯାଇଥିଲା। ଡ୍ରୋନ୍‌ ଓ କ୍ୟୁଆର୍‌ କୋଡ୍‌ ଜରିଆରେ ଦୀପ ଗଣନା କରି ଗିନିଜ୍‌ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରିଛନ୍ତି।  ପ୍ରାୟ ୩୩,୦୦୦ ସ୍ୱେଚ୍ଛାସେବୀ ଏହି ମହାନ କାର୍ଯ୍ୟରେ ସାମିଲ ହୋଇଥିଲେ। ସନ୍ଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଉତ୍ସବରେ ଲେଜର୍‌ ସୋ, ଡ୍ରୋନ୍‌ ପ୍ରଦର୍ଶନୀ, ଆଲୋକ ଓ ଶବ୍ଦ ସମାରୋହ ଏବଂ ଆତସବାଜି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଦୀପ ପ୍ରଜ୍ୱଳନ ଓ ଆରତିରେ ଅଂଶଗ୍ରହଣ କରି କହିଥିଲେ, ‘ପ୍ରତ୍ୟେକ ଦୀପ ଆମକୁ ମନେ ପକାଇଦିଏ ଯେ ସତ୍ୟକୁ କଷ୍ଟ ଦିଆଯାଇପାରେ, କିନ୍ତୁ ଏହାକୁ ପରାସ୍ତ କରାଯାଇ ପାରିବ ନାହିଁ।’ ଦୀପୋତ୍ସବ ୨୦୨୫ କେବଳ ଏକ ରେକର୍ଡ ନୁହେଁ, ଏହା ଶ୍ରଦ୍ଧା, ସଂସ୍କୃତି ଓ ଐକ୍ୟର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe