ଭାରତ ପ୍ରତି ସମଗ୍ର ବିଶ୍ବ ସହାନୁଭୂତି ଦେଖାଇଛି: ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣା କଥାରେ କହିଲେ ଜୟଶଙ୍କର

Advertisment
ଭାରତ ପ୍ରତି ସମଗ୍ର ବିଶ୍ବ ସହାନୁଭୂତି ଦେଖାଇଛି: ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣା କଥାରେ କହିଲେ ଜୟଶଙ୍କର

Image Courtesy of NDTV

ନୂଆଦିଲ୍ଲୀ: ଭାରତରେ ଗୋଟାଏ ହୃଦୟବିଦାରକ ଦୁର୍ଘଟଣା ଘଟିଲା ଏବଂ ସମଗ୍ର ବିଶ୍ବ ଭାରତ ପ୍ରତି ସହାନୁଭୂତି ପ୍ରଦର୍ଶନ କଲା ବୋଲି ରବିବାର ଦିନ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ଓଡ଼ିଶାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣା ଖବର ପ୍ରସାରିତ ହେବା ପରେ ସମଗ୍ର ବିଶ୍ବର ନେତୃବୃନ୍ଦ ପଠାଇଥିବା ସମବେଦନା ବାର୍ତ୍ତା ସବୁକୁ ଉଦ୍ଦେଶ୍ୟ କରି ଜୟଶଙ୍କର ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ସମଗ୍ର ବିଶ୍ବ ସହିତ ଭାରତ କିପରି ନିବିଡ଼, ତାହା ଏହି ସହାନୁଭୂତି ଦର୍ଶାଉଛି।

ନାମିବ୍ୟାରେ ଭାରତୀୟ ବଂଶୋଦ୍ଭବଙ୍କୁ ଉଦ୍‌ବୋଧନ ଦେବା ସମୟରେ ଜୟଶଙ୍କର କହିଛନ୍ତି, ସମଗ୍ର ବିଶ୍ବରୁ ଅନେକ ନେତା ଏବଂ ନାମିବ୍ୟାର ବୈଦେଶିକ ମନ୍ତ୍ରୀ ଶୋକବ୍ୟକ୍ତ କରି ସମବେଦନା ଜଣାଇଛନ୍ତି। ଏଥିରୁ ବିଶ୍ବରେ ଭାରତର ଗୁରୁତ୍ବ କେତେ ତାହା ଜଣାପଡ଼ିଯାଉଛି।

ପୂର୍ବରୁ ନିଜେ ଜୟଶଙ୍କର ମଧ୍ୟ ଏହି ରେଳ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଥିଲେ। ସେ କହିଥିଲେ, ସଶରୀରେ ମୁଁ ଏଠାରେ ଅଛି କିନ୍ତୁ, ମୋ ମନ ଅଛି ଭାରତରେ। ଦୁର୍ଘଟଣାରେ ମୃତାହତଙ୍କ ପାଇଁ ଆଜିର ଏହି ପ୍ରାର୍ଥନା।

ଉଲ୍ଲେଖଯୋଗ୍ୟ, ନାମିବ୍ୟା ସହିତ ଦ୍ବିପାକ୍ଷିତ ସମ୍ପର୍କ ବୃଦ୍ଧି କରିବା ନିମନ୍ତେ ରବିବାର ଦିନ ଜୟଶଙ୍କର ରାଜଧାନୀ ୱିଣ୍ଡ୍‌ହୋଏକ୍‌ରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଆନ୍ତର୍ଜାତିକ ସମ୍ପର୍କ ଓ ସହଯୋଗର ଉପମନ୍ତ୍ରୀ ଜେନେଲି ମାତୁଣ୍ଡୁ ସ୍ବାଗତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe