ଫ୍ରାଙ୍କ୍ଫର୍ଟ: ଜର୍ମାନୀର ଫ୍ରାଙ୍କ୍ଫର୍ଟ ସହରରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର ଏକ ଅଫୁଟା ବୋମା ଠାବ ହେବା ପରେ ଆତଙ୍କ ଖେଳିଯାଇଥିଲା। ପ୍ରାୟ ୫ ଶହ କିଲୋଗ୍ରାମ ଓଜନର ଏହି ବୋମାକୁ ସୁରକ୍ଷିତ ଭାବେ ନିଷ୍କ୍ରିୟ କରାଯାଇଛି। ଏଥିପାଇଁ ଆଖପାଖ ଅଂଚଳର ପ୍ରାୟ ୧୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଶୁକ୍ରବାର ଦିନ ଏହି ବୋମା ଫ୍ରାଙ୍କ୍ଫୋର୍ଟ ସ୍ଥିତ ୟୁରୋପୀୟ ସେଣ୍ଟ୍ରାଲ୍ ବ୍ୟାଙ୍କ୍ ମୁଖ୍ୟାଳୟ ନିକଟରେ ଠାବ ହୋଇଥିଲା। ଏହାପରେ ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରବିବାର ଦିନ ବୋମାକୁ ସଫଳତାର ସହ ନିଷ୍କ୍ରିୟ କରାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଜର୍ମାନୀରୁ ବିଭିନ୍ନ ସମୟରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର ବୋମା ଠାବ ହେଉଛି। ଗତ ଅକ୍ଟୋବରରେ ମଧ୍ୟ ବିଶ୍ବଯୁଦ୍ଧ ସମୟର ଏକ ବିଶାଳ ବୋମା ଠାବ ହୋଇଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ମିତ୍ରଶକ୍ତି ଦ୍ବାରା ଫ୍ରାଙ୍କଫର୍ଟରେ ନିୟମିତ ବୋମାମାଡ଼ ହେଉଥିଲା ଏବଂ ଏଥିରେ ଏହି ମଧ୍ୟଯୁଗୀୟ ସହର ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା।
ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର ବୋମା ନିଷ୍କ୍ରିୟ କରାଗଲା, ଫ୍ରାଙ୍କ୍ଫର୍ଟରେ ୧୩ ହଜାର ଲୋକଙ୍କୁ ସ୍ଥାନାନ୍ତର
Advertisment
Follow Us