Image Courtesy of NDTV
ନୂଆଦିଲ୍ଲୀ: ୟୁକେନୀୟ ଯୁଦ୍ଧରେ ନୌସେନା ପୋତ ‘ମୋସ୍କ୍ଭା’ ବୁଡ଼ି ପରେ ତୃତୀୟ ବିଶ୍ବଯୁଦ୍ଧ ଆରମ୍ଭ ହୋଇଯାଇଥିବା କଥା ରାଷ୍ଟ୍ରାୟତ ରୁଷୀୟ ଟେଲିଭିଜନ୍ ଘୋଷଣା କରିଛି।
ନିଆଁ ଲାଗିଯିବାରୁ ‘ମୋସ୍କ୍ଭା’ କ୍ଷତିଗ୍ରସ୍ତ ହୋଇଛି ବୋଲି ରୁଷ୍ କହୁଥିଲେ ମଧ୍ୟ ‘ନେପ୍ଚୁନ୍’ କ୍ଷେପଣାସ୍ତ୍ର ବଳରେ ମସ୍କୋର ଉକ୍ତ ଯୁଦ୍ଧପୋତକୁ କୃଷ୍ଣ ସାଗରରେ ଧ୍ବଂସ କରିଛି ବୋଲି ୟୁକ୍ରେନ୍ ଦାବି କରିଛି।
କିନ୍ତୁ, ଏହି ଯୁଦ୍ଧପୋତ ବୁଡ଼ି କ୍ରେମ୍ଲିନ୍ର ମୁଖ୍ୟ ପ୍ରଚାର ମାଧ୍ୟମ ତଥା ଟେଲିଭିଜନ୍ ଚାନେଲ୍ ‘ରୁଷିଆ ୱାନ୍’ର ଆବେଗକୁ ଅନିୟନ୍ତ୍ରିତ କରିପକାଇଛି। ଦର୍ଶକମାନଙ୍କୁ ସୂଚନା ଦେବାକୁ ଯାଇ ଟେଲିଭିଜନ୍ ଉପସ୍ଥାପିକା ଓଲ୍ଗା ସ୍କାବେୟେଭା ଭୟାବହ ବିବୃତିରେ କହିଛନ୍ତି, ଯେଉଁ ଘଟଣା ଘଟିଛି ତାହାକୁ ନିଃସନ୍ଦେହରେ ତୃତୀୟ ବିଶ୍ବଯୁଦ୍ଧ କୁହାଯାଇ ପାରିବ।। କଥା ଉପରେ ଗୁରୁତ୍ବ ଦେଇ ସେ ପୁଣି କହିଛନ୍ତି ଯେ, ଏକଥା ସମ୍ପୂର୍ଣ୍ଣ ସତ।
Image Courtesy of Siliguri Observerସ୍କାବେୟେଭା ଆହୁରି କହିଛନ୍ତି, ‘ନାଟୋ’ ସହ ନ ହେଲେ ମଧ୍ୟ ଏବେ ନିଶ୍ଚୟ ‘ନାଟୋ’ର ଭିତ୍ତିଭୂମି ବିରୁଦ୍ଧରେ ଯୁଦ୍ଧ କରୁଛୁ। ଏହାଛଡ଼ା, ନିଆଁ ଲାଗିଯିବାରୁ ‘ମୋସ୍କ୍ଭା’ ବୁଡ଼ି ଯାଇଥିବା କଥା କ୍ରେମ୍ଲିନ୍ ଗୁରୁତ୍ବ ଦେଇ କହୁଥିଲେ ମଧ୍ୟ ଉକ୍ତ ଟେଲିଭିଜନ୍ ସୋ’ରେ ଜଣେ ଅତିଥି ‘ମୋସ୍କ୍ଭା’ ବୁଡ଼ିକୁ ରୁଷୀୟ ମାଟିରେ ଆକ୍ରମଣ ସହ ତୁଳନା କରିଛି।
ସମ୍ପ୍ରତି ଉକ୍ତ ଟେଲିଭିଜନ୍ ପ୍ରସାରଣର ଭିଡିଓ କ୍ଲିପ୍ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି।
ଅନ୍ୟ ଏକ ରାଷ୍ଟ୍ରାୟତ ଟେଲିଭିଜନ୍ ଚାନେଲ୍ର ଉପସ୍ଥାପିକା ମଧ୍ୟ କହିଛନ୍ତି, ପାଶ୍ଚାତ୍ୟ ଦେଶର ଆଦେଶ ଅନୁସାରେ ୟୁକ୍ରେନ୍ ଅଧିକରୁ ଅଧିକ କ୍ରୋଧ ଉଦ୍ରେକକାରୀ, ଭୟାବହ, କଦର୍ଯ୍ୟ ଏବଂ ସମ୍ପୂର୍ଣ୍ଣ ଅକଳ୍ପନୀୟ କାଣ୍ଡ କରୁଛି।
Follow Us