Image Courtesy of Hindustan Times
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ବନାଗ୍ନି, ହଙ୍ଗ୍ କଙ୍ଗ୍ ଓ ଭାରତରେ ପ୍ରତିବାଦ ଏବଂ କୋରିଆରେ ଉତ୍ତେଜନା ଚାଲିବା ମଧ୍ୟରେ ସିଡ୍ନିରୁ ଆରମ୍ଭ କରି ଲଣ୍ଡନ୍ଯାଏଁ ସମଗ୍ର ବିଶ୍ୱବାସୀ ବୁଧବାର ଦିନ ଆତସବାଜି ପ୍ରଦର୍ଶନ କରି ନବବର୍ଷ ୨୦୨୦ ପାଳନ କରିଛନ୍ତି।
ଲଣ୍ଡନ୍ର ବିଗ୍ ବେନ୍, ପ୍ୟାରିସ୍ର ଆର୍କ ଡି ଟ୍ରିଓମ୍ଫ୍ ଆଥେନ୍ସ୍ ପାର୍ଥେନନ୍ ଏବଂ ମସ୍କୋର କ୍ରେମ୍ଲିନ୍ ଠାରେ ସୁଦୃଶ୍ୟ ଆତସବାଜି ପ୍ରଦର୍ଶନ ଦେଖିବା ନିମନ୍ତେ ବିପୁଳ ଜନସମାଗମ ହୋଇଥିଲା।
ଅଷ୍ଟ୍ରେଲିଆରେ ବନାଗ୍ନି ଜଳୁଥିବା ସତ୍ତ୍ୱେ ସିଡ୍ନି ଆକାଶରେ ଫୁଟାଯାଇଥିବା ୧୦୦, ୦୦୦ରୁ ଅଧିକ ଆତସବାଜି ଦେଖିବାକୁ ଅନେକ ଲୋକ ଗହଳି କରିଥିଲେ।
ଭିକ୍ଟୋରିଆ ବନ୍ଦର ପାଖ ନିଅନ୍ ଲାଇଟ୍ ଜଳୁଥିବା ରାସ୍ତାରେ ହଜାର ହଜାର ହଙ୍ଗ୍ କଙ୍ଗ୍ବାସୀ ନବ ବର୍ଷ ୨୦୨୦କୁ ସ୍ୱାଗତ କରିଥିଲେ। ନିରାପତ୍ତା କାରଣ ଦର୍ଶାଇ ଏ ଦଶନ୍ଧିରେ ପ୍ରଥମ ଥର ଲାଗି ହଙ୍ଗ୍ କଙ୍ଗ୍ ସରକାରୀ କର୍ତ୍ତୃପକ୍ଷମାନେ ଆତସବାଜି ପ୍ରଦର୍ଶନ କରି ନାହାନ୍ତି। ସେଠାରେ ଗଣତନ୍ତ୍ରର ସମର୍ଥକମାନେ ସରକାରଙ୍କ ବିରୋଧରେ ପ୍ରତିବାଦ ଚଳାଇଛନ୍ତି।
Image Courtesy of Reuters Indiaଭାରତର ଜାତୀୟ ରାଜଧାନୀ ଅଞ୍ଚଳ ଏବଂ କେତେକ ପ୍ରଦେଶରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ପ୍ରତିବାଦ ଚାଲିଥିବା ସତ୍ତ୍ୱେ ଜନତା ପୂର୍ବ ବର୍ଷମାନଙ୍କ ଭଳି ଆନନ୍ଦଉଲ୍ଲାସରେ ନବବର୍ଷ ୨୦୨୦କୁ ସ୍ୱାଗତ ଜଣାଇଛନ୍ତି।
ଜାପାନରେ ପ୍ରଥାନୁସାରେ ଲୋକେ ଜଣକ ପରେ ଜଣେ ଯାଇ ବୌଦ୍ଧାଳୟ ଘଣ୍ଟି ବଜାଇ ନବବର୍ଷକୁ ସ୍ୱାଗତ କରିଛନ୍ତି।
Image Courtesy of New Straits Timesନିଉଜିଲାଣ୍ଡ୍ର ଅକ୍ଲାଣ୍ଡ୍ ଏବଂ ଉତ୍ତର କୋରିଆର ପାୟୋଙ୍ଗ୍ୟାଙ୍ଗ୍ରେ ମଧ୍ୟ ଆତସବାଜି ପ୍ରଦର୍ଶନ କରାଯାଇଥିଲା। ଖୁବ୍ ନିକଟରେ ନୂତନ ପାରମାଣବିକ ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ବୁଧବାର ଦିନ କହି ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ୍ ଉନ୍ ପୁଣି ଉତ୍ତେଜକ ପରିସ୍ଥିତି ସୃଷ୍ଟି କରିଛନ୍ତି।
ନବବର୍ଷ ପୂର୍ବ ସନ୍ଧ୍ୟାରେ ଆମେରିକାର ନ୍ୟୁୟର୍କସ୍ଥିତ ଟାଇମ୍ସ୍ ସ୍କ୍ଵାୟାର୍ ଠାରେ ବିପୁଳ ଜନ ସମାଗମ ହୋଇଥିଲା।
Follow Us