ବିଶ୍ବ ଚିନ୍ତାରେ: ଚୀନ୍‌କୁ ଏସ୍-୪୦୦ କ୍ଷେପଣାସ୍ତ୍ର ଦେଲା ରୁଷ୍

Advertisment

ଭାରତର ବିଶ୍ୱସ୍ତ ବନ୍ଧୁ ରୁଷ୍‌ ଆଜି ଏକ ଚକିତକାରୀ ପଦକ୍ଷେପ ନେଇ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। ରୁଷ୍‌ ଆଜି ନିଜର ଅତ୍ୟାଧୁନିକ ଏସ୍-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଚୀନ୍‌କୁ ପ୍ରଦାନ କରିଛି।

ଭାରତର ବିଶ୍ୱସ୍ତ ବନ୍ଧୁ ରୁଷ୍‌ ଆଜି ଏକ ଚକିତକାରୀ ପଦକ୍ଷେପ ନେଇ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। ରୁଷ୍‌ ଆଜି ନିଜର ଅତ୍ୟାଧୁନିକ ଏସ୍-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଚୀନ୍‌କୁ ପ୍ରଦାନ କରିଛି।

fsfsxcc

ନୂଆଦିଲ୍ଲୀ: ଭାରତର ବିଶ୍ୱସ୍ତ ବନ୍ଧୁ ରୁଷ୍‌ ଆଜି ଏକ ଚକିତକାରୀ ପଦକ୍ଷେପ ନେଇ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। ରୁଷ୍‌ ଆଜି ନିଜର ଅତ୍ୟାଧୁନିକ ଏସ୍-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଚୀନ୍‌କୁ ପ୍ରଦାନ କରିଛି। ରୁଷ୍‌ର ଏସ୍‌-୪୦୦ ଏୟାର ଡିଫେନ୍ସ ସିଷ୍ଟମକୁ ବିଶ୍ୱର ଶ୍ରେଷ୍ଠ ପ୍ରତିରକ୍ଷା ବ୍ୟବସ୍ଥା ବୋଲି ବିବେଚନା କରାଯାଏ। ଏହି କ୍ଷେପଣାସ୍ତ୍ର ବ୍ୟବସ୍ଥା ଆକାଶମାର୍ଗରେ  ଲକ୍ଷ୍ୟଭେଦ କରିବାର ଅତୁଳନୀୟ କ୍ଷମତା ପାଇଁ ଜଣାଶୁଣା। ୨୦୧୪ ମସିହାରେ ଚୀନ୍‌ ଏସ୍‌-୪୦୦  କିଣିବା ପାଇଁ  ରୁଷ୍‌ ସହ ଚୁକ୍ତି ସ୍ୱାକ୍ଷର କରିଥିଲା।  ତେବେ ଏ ନେଇ କୌଣସି ବିଶେଷ ଅଗ୍ରଗତି ସଂପର୍କରେ  ସୂଚନା ନଥିବା ବେଳେ ଏବେ ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଏହି କ୍ଷେପଣାସ୍ତ୍ର ବ୍ୟବସ୍ଥା ହଠାତ୍‌ ଚୀନ୍‌କୁ ହସ୍ତାନ୍ତର ହେବା ଭାରତ ପାଇଁ  ଉଦ୍‌ବେଗର ବିଷୟ ପାଲଟିଛି।

ଭାରତ-ଫ୍ରାନ୍ସ ମରିନ୍‌ ରାଫେଲ୍‌ ଚୁକ୍ତିର ଦିନକ ପରେ ଚକ୍‌ମା ଦେଲା

ଚୀନ୍‌-ରୁଷ୍‌ ମଧ୍ୟରେ ଏଭଳି ଚୁକ୍ତି ଓ ଏସ୍‌-୪୦୦ ହସ୍ତାନ୍ତର ପ୍ରକ୍ରିୟା ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ୟୁକ୍ରେନ ଯୁଦ୍ଧ ଏବେ ନିର୍ଣ୍ଣାୟକ ମୋଡ଼ରେ ଥିବା ବେଳେ ଚୀନ୍-ରୁଷ୍‌ ସାମରିକ ମେଣ୍ଟ ନୂଆ ପର୍ଯ୍ୟାୟରେ ପହଞ୍ଚିଛି। ଭାରତୀୟ ନୌସେନାର ବିମାନବାହୀ ଜାହାଜ 
ଆଇଏନ୍‌ଏସ୍ ବିକ୍ରାନ୍ତରେ ପ୍ରାୟ ୬୪ ହଜାର କୋଟି ଟଙ୍କା ବ୍ୟୟରେ ମୁତୟନ ପାଇଁ ଭାରତ ଓ ଫ୍ରାନ୍ସ ୨୬ଟି ମରିନ୍‌ ରାଫେଲ୍‌ ଯୁଦ୍ଧ ବିମାନ କିଣିବା ପାଇଁ ଅନ୍ତଃସରକାରୀ ଚୁକ୍ତି ସ୍ୱାକ୍ଷର କରିବାର ଗୋଟିଏ ଦିନ ପରେ ଚୀନ୍‌ ରୁଷ୍‌କୁ ଏସ୍‌-୪୦୦ କ୍ଷେପଣାସ୍ତ୍ର ବ୍ୟବସ୍ଥା ଯୋଗାଣ କରିଛି। ସୂଚନାଯୋଗ୍ୟ, ମରିନ୍‌ ରାଫେଲ୍‌ ଯୁଦ୍ଧ ବିମାନ ସମୁଦ୍ରରେ ଭାରତର ଶକ୍ତି ବଢ଼ାଇବ ଏବଂ ଚୀନ୍‌ର ଆଧିପତ୍ୟ ପ୍ରତି ଏହା ଏକ କଡ଼ା ଚ୍ୟାଲେଞ୍ଜ ହେବ। ଭାରତ ଏବେ ନିଜର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏସ୍‌-୪୦୦ ଉପରେ ଅଧିକ ନିର୍ଭରଶୀଳ ଥିବା ବେଳେ ଚୀନ୍‌ ମଧ୍ୟ ଏହାକୁ ହାସଲ କରିଥିବାରୁ ଆଗକୁ ଏ କ୍ଷେତ୍ରରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe