୧୩୫ ରାଷ୍ଟ୍ରରେ ଯୋଗାଭ୍ୟାସ

Advertisment

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ରାଞ୍ଚିରେ ୪୦ ହଜାର ଲୋକ ଯୋଗ କଲେ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ରାଞ୍ଚିରେ ୪୦ ହଜାର ଲୋକ ଯୋଗ କଲେ

୧୩୫ ରାଷ୍ଟ୍ରରେ ଯୋଗାଭ୍ୟାସ

ରାଞ୍ଚି: ଭାରତ ସମେତ ବିଶ୍ବର ୧୩୫ରୁ ଅଧିକ ରାଷ୍ଟ୍ରରେ ଆଜି ବେଶ୍‌ ଉତ୍ସାହର ସହିତ ପଂଚମ ଅନ୍ତଜାର୍ତୀୟ ଯୋଗ ଦିବସ ପାଳିତ ହୋଇଛି। ଆଜି ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ହଜାର ହଜାର ଲୋକ ମିଳିତ ଯୋଗାଭ୍ୟାସ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡର ରାଞ୍ଚିରେ ୪୦ ହଜାର ଲୋକଙ୍କ ଗହଣରେ ଯୋଗ କରିଛନ୍ତି। ଯୋଗର ଉପାଦେୟତା ସ˚ପର୍କରେ ବର୍ଣ୍ଣନା କରି ମୋଦୀ କହିଛନ୍ତି ଯେ ଉଭୟ ମାନସିକ ଏବ˚ ଶାରୀରିକ ସୁସ୍ଥତା ପାଇଁ ଯୋଗ ଏକ ମହୌଷଧି ସଦୃଶ। ଯୋଗ ସବୁଥିରୁ ଊର୍ଦ୍ଧ୍ବରେ ଏବଂ ଏହା ଆମ ସଂସ୍କୃତିର ଏକ ଅଂଶ। ଜାତି, ଧର୍ମ, ବର୍ଣ୍ଣ, ଧନୀ-ଗରିବ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଏହା ଉପଯୋଗୀ । ତେଣୁ ସମସ୍ତେ ଯୋଗକୁ ନିଜ ଦୈନଦିନ ପରିଚର୍ଯ୍ୟାରେ ସାମିଲ କରିବାକୁ ମୋଦୀ ପରାମର୍ଶ ଦେଇଛନ୍ତି। ଯୋଗର ସୁଫଳ ଏବେ ସବୁଠି ଏବଂ ସବୁ କ୍ଷେତ୍ରରେ ଅନୁଭବ କରାଯାଇ ପାରୁଛି। ଯୋଗ ମାଧ୍ୟମରେ ବିଭିନ୍ନ ରୋଗର ମୁକାବିଲା କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଦିଲ୍ଲୀର ରାଜପଥରେ ଯୋଗ ‌କରିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହ ହରିୟାଣାର ରୋହତକରେ ଅନୁଷ୍ଠିତ ଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ସଂସଦ ପରିସରରେ ଅନ୍ତୁଷ୍ଠିତ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ କରିଥିଲେ। ଲକ୍ଷ୍ନୌ ରାଜଭବନରେ ଅନୁଷ୍ଠିତ ଯୋଗ କାର୍ଯ୍ୟକ୍ରମରେ ରାଜ୍ୟପାଳ ରାମ ନାଏକ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ ମନ୍ତ୍ରୀମାନେ ସାମିଲ ହୋଇଥିଲେ। ଯୋଗଗୁରୁ ବାବା ରାମଦେବ ମହାରାଷ୍ଟ୍ରର ନାନ୍ଦେଦରେ ଯୋଗ କରିଥିଲେ। ଲଦାଖରେ ବିଯୁକ୍ତ ୨୦ ଡିଗ୍ରି ତାପମାତ୍ରାରେ ଆଇଟିବିପି ଯବାନ ଯୋଗ କରିଥିଲେ।

ବିଶ୍ବବ୍ୟାପୀ ସ୍ବତନ୍ତ୍ର କାର୍ଯ୍ୟକ୍ରମ
ପଞ୍ଚମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଇଁ ଆଜି ସମଗ୍ର ବିଶ୍ବ ଯୋଗମୟ ହୋଇ ଉଠିଥିଲା। ଫ୍ରାନ୍ସ, ଜାପାନ, ଆମେରିକାଠାରୁ ଆରମ୍ଭ କରି ପାକିସ୍ତାନ,ଆଫଗାନିସ୍ଥାନ ଏବ˚ ବା˚ଲାଦେଶ ପର୍ଯ୍ୟନ୍ତ ବିଭିନ୍ନ ଦେଶରେ ଏହି ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଶ୍ବର ପ୍ରାୟ ସମସ୍ତ ପ୍ରମୁଖ ରାଷ୍ଟ୍ରରେ ଭାରତୀୟ ଦୂତାବାସ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ସ˚ଖ୍ୟାରେ ଲୋକେ ଯୋଗାସନ କରିଥିଲେ। ଆମେରିକା, ଅଷ୍ଟ୍ରେଲିଆ ଏବଂ ୟୁରୋପର ଶତାଧିକ ସ୍ଥାନରେ ଲୋକେ ସାମୁହିକ ଯୋଗାସନରେ ଭାଗ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe