Image Courtesy of OI Canadian
କିବ୍: ରୁଷ୍ ସେନା ବିପକ୍ଷରେ ଲଢ଼ିବା ପାଇଁ ଚଳିତ ସପ୍ତାହରେ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ‘ସ୍ନାଇପର୍’ (ଲକ୍ଷ୍ୟଚ୍ୟୁତ ହେଉ ନ ଥିବା ବନ୍ଧୁକଧାରୀ) ଯୁଦ୍ଧ-ବିକ୍ଷତ ୟୁକ୍ରେନ୍ରେ ପହଞ୍ଚିଛନ୍ତି।
‘ରୟାଲ୍ କାନାଡିଆନ୍ ୨୨ଶ ରେଜିମେଣ୍ଟ୍’ରୁ ଅବସର ନେଇଥିବା ୱାଲି କହିଛନ୍ତି, ରୁଷ୍ ବିରୋଧରେ ଦେଶର ଲଢ଼େଇରେ ଯୋଗ ଦେବା ପାଇଁ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନସ୍କି ବିଦେଶୀମାନଙ୍କୁ ଡାକରା ଦେବା ବେଳେ, ଆଲାର୍ମ ବାଜିଲେ ଦମକଳ କର୍ମଚାରୀଙ୍କୁ ଯେମିତି ଲାଗେ ମୋତେ ଠିକ୍ ସେମିତି ଲାଗିଲା।
ପ୍ରାପ୍ତ ସୂଚନା ଅନୁସାରେ, ବୁଧବାର ଦନ ୟୁକ୍ରେନ୍ରେ ପହଞ୍ଚିବା ପରେ ୨ ଦିନ ମଧ୍ୟରେ ୱାଲି ୬ଜଣ ରୁଷୀୟ ସୈନିକଙ୍କୁ ହତ୍ୟା କରିଛନ୍ତି।
Image Courtesy of OI Canadianନିକଟରେ ଗୋଟାଏ ସାକ୍ଷାତ୍କାରରେ ଏହି ପ୍ରସିଦ୍ଧ ‘ସ୍ନାଇପର୍’ କହିଥିଲେ, ମୁଁ ସେମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି। ଏଇଟା ପ୍ରକୃତ କଥା। ରୁଷୀୟ ନ ହୋଇ ୟୁରୋପୀୟ ହେବାକୁ ମନ ବଳାଉଥିବାରୁ ଏଠାକାର ଜନସାଧାଣଙ୍କ ଉପରେ ବୋମା ବୃଷ୍ଟି ହେଉଛି।
ଦିନକରେ ୪୦ଜଣଙ୍କୁ ଗୁଳି କରି ମାରିବାର ସାମର୍ଥ୍ୟ ଥିବାରୁ ୱାଲିଙ୍କୁ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ‘ସ୍ନାଇପର୍’ କୁହାଯାଏ। ୪୦ ବର୍ଷିୟ ୱାଲି ହେଉଛନ୍ତି ଜଣେ ଫରାସୀ-କାନଡୀୟ କମ୍ପ୍ୟୁଟର୍ ବୈଜ୍ଞାନିକ। ୨୦୦୯ରୁ ୨୦୧୧ ମଧ୍ୟରେ ସେ ଦୁଇଥର ଆଫଗାନିସ୍ତାନ ଯୁଦ୍ଧରେ ଯୋଗ ଦେଇ ନ ଥିଲେ। ଆଫଗାନିସ୍ଥାନରେ ହିଁ ତାଙ୍କୁ ‘ୱାଲି’ ନାଁ ଦିଆଯାଇଥିଲା। ଆରବୀୟ ଭାଷାରେ ‘ୱାଲି’ର ଅର୍ଥ ରକ୍ଷାକାରୀ।
ଏବେ ୱାଲିଙ୍କ ଘରେ ଅଛନ୍ତି ତାଙ୍କର ପତ୍ନୀ ଓ କଅଁଳା ପୁଅ। ବାପା ୱାଲି ୟୁକ୍ରେନ୍ରେ ଲଢ଼େଇ କରୁଥିବା ବେଳେ ଆଗାମୀ ସପ୍ତାହରେ ଘରେ ଥିବା ପୁଅକୁ ସପ୍ତାହେ ପୂରିବ।
Follow Us