ଚେନାବ ଉପରେ ପୃଥିବୀର ଉଚ୍ଚତମ ରେଳୱେ ବ୍ରିଜ ଉଦଘାଟିତ

Advertisment
ଚେନାବ ଉପରେ ପୃଥିବୀର ଉଚ୍ଚତମ ରେଳୱେ ବ୍ରିଜ ଉଦଘାଟିତ

india today

ଶ୍ରୀନଗର: ଜାମ୍ମୁ କଶ୍ମୀର ରାଜ୍ୟର ରାସି ଜିଲ୍ଲାରେ ଥିବା ଚେନାବ ନଦୀ ଉପରେ ପୃଥିବୀର ସର୍ବୋଚ୍ଚ ରେଳୱେ ବିଜ୍ର ଶନିବାର ଉଦଘାଟିତ ହୋଇଛି। ଏହି ବ୍ରିଜର ନାମ ରଖାଯାଇଛି ଗୋଲଡେନ ଜଏଣ୍ଟ। ଉଦଘାଟନ ଅବସରରେ ସେଠାରେ ଥିବା ଅଧିକାରୀ ଓ ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକମାନେ ଜାତୀୟ ସଂଗୀତ ଗାନ କରିଥିଲେ। ଭାରତ ମାତାକି ଜୟ ଧ୍ବନି ଦେଇଥିଲେ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କଶ୍ମୀର ଉପତ୍ୟକା ପାଇଁ ଏହି ବ୍ରିଜ ଉଦଘାଟନ ଏକ ଐତିହାସିକ ମୁହୂର୍ତ୍ତ ଥିଲା।  ୧.୩ କିମି ଲମ୍ବ ଏହି ବ୍ରିଜର ୯୮ ପ୍ରତିଶତ ସମ୍ପୂର୍ଣ୍ଣ ହୋଇସାରିଛି। ୧୨୫୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ଏହି ବ୍ରିଜ ପ୍ୟାରିସର ଆଇଫେଲ ଟାୱାରଠାରୁ ୩୦ ମିଟର ଉଚ୍ଚ ବୋଲି ସେ କହିଛନ୍ତି।

ଚେନାବ ନଦୀର ୩୫୯ ମିଟର ଉପରେ ଦୁଇ ପାହାଡର ଶୀର୍ଷକୁ ଯୋଗ କରୁଛି ଏହି ସେତୁ କଶ୍ମୀର ରେଳ ପ୍ରକଳ୍ପର ଉଦ୍ଧାମପୁର – ଶ୍ରୀନଗର – ବାରମୂଳା ସେକ୍ସନର କାଟ୍ରାଠାରୁ ବାଣିହାଲ ମଧ୍ୟରେ ଥିବା ୧୧୧ କିମି ଦୂରତା ପାଇଁ ଗୁରୁତ୍ବ ବହନ କରୁଛି। ୨୦୦୪ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଏହି ବ୍ରିଜ ୨୦୨୨ରେ ସମ୍ପୂର୍ଣ୍ଣ ହୋଇଛି। କଶ୍ମୀର ଉପତ୍ୟକାରେ ସାଧାରଣତଃ ପ୍ରବଳ ବେଗରେ ପବନ ବହିଥାଏ। ତେବେ ୨୬୦ କିମି ବେଗରେ ବହୁଥିବା ପବନକୁ ଏହି ସେତୁ ସହଜରେ ସହ୍ୟ କରିପାରିବ। ଏଥି ସହିତ ୧୨୦ ବର୍ଷ ପର୍ଯ୍ୟନ୍ତ ସେତୁ ଅକ୍ଷୁର୍ଣ୍ଣ ରହିବ ବୋଲି ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe