ଜାମ୍ବିଆ ଖଣିରୁ ମିଳିଲା ବିଶ୍ବର ବୃହତ୍ତମ ମର୍କତମଣି

ଜାମ୍ବିଆ ଖଣିରୁ ମିଳିଲା ବିଶ୍ବର ବୃହତ୍ତମ ମର୍କତମଣି

news.sky.com

ଲୁସାକା : ଗିନିଜ୍ ବିଶ୍ବ ରେକର୍ଡ (ଜିଡବ୍ଲୁଆର୍) ନିୟମିତଭାବେ ନୂଆ ନୂଆ ଆଶ୍ଚର୍ଯ୍ୟଜନକ ଓ ଅଭୂତପୂର୍ବ ଜିନିଷ ରେକର୍ଡ କରିଥାଏ। ଏହି ରେକର୍ଡରେ ଏବେ ସ୍ଥାନ ପାଇଛି ବିଶ୍ବର ବୃହତ୍ତମ ଅକର୍ତ୍ତିକ ରତ୍ନପଥର ପାନ୍ନା। ଏହାକୁ ଓଡ଼ିଆରେ ମର୍କତମଣି ବି କହନ୍ତି। ଇଂରାଜୀରେ ଏହାର ନାମ ଏମରାଲ୍‌ଡ। କଟା ହୋଇ ନ ଥିବା ଏହି ମଣିର ଓଜନ ୧ କିଲୋ ୫୦୫ ଗ୍ରାମ୍ ବା ୭,୫୨୫ କ୍ୟାରଟ। ଜିଡବ୍ଲୁଆର୍ ଏ ସମ୍ପର୍କରେ ଫେସ୍‌ବୁକ୍‌ରେ ଏକ ବ୍ଲଗ୍‌ର ଲିଙ୍କ୍ ସେୟାର କରିଛି। ଏହା ଡିସି କମିକ୍ସ ଦ୍ବାରା ପ୍ରକାଶିତ କାଳ୍ପନିକ କାହାଣୀର ସୁପରମ୍ୟାନ୍ ବିରୋଧରେ ବ୍ୟବହାର କରାଯାଉଥିବା କ୍ରିପ୍ଟୋନାଇଟ୍ ପରି ଦେଖାଯାଉଛି ବୋଲି ଅନେକେ ମତ ଦେଇଛନ୍ତି।

ଏହି ପାନ୍ନା ଖଣିର ମାଲିକ ହେଉଛନ୍ତି ଜାମ୍ବିଆ ସରକାରଙ୍କ ଶିଳ୍ପ ଉନ୍ନୟନ ନିଗମ ଏବଂ ଜେମ୍‌ଫିଲ୍‌ଡ କମ୍ପାନି। ଏହି ବୃହତ୍ତମ ପାନ୍ନାର ନାଁ ଦିଆଯାଇଛି ଚିପେମ୍‌ବେଲେ। ପୂର୍ବରୁ ଏହି ଖଣିରୁ ଆଉ ଦୁଇଟି ବଡ଼ ପାନ୍ନା ମିଳିଥିଲା। ସେଥିମଧ୍ୟରୁ ୨୦୧୦ରେ ମିଳିଥିବା ପାନ୍ନାର ନାମ ଇନସୋଫୁ ବା ‘ହାତୀ’। ଅନ୍ୟଟି ୨୦୧୮ରେ ଆବିଷ୍କୃତ ହୋଇଥିଲା, ଯାହାର ନାମ ଦିଆଯାଇଥିଲା ଇନକାଲାମୁ ବା ‘ସିଂହ’। ଶେଷରେ ୨୦୨୧ ଶେଷ ଭାଗରେ ଚିପେମ୍‌ବେଲେ ଅନ୍ତର୍ଜାତୀୟ ପ୍ରାକୃତିକ ହୀରା ଓ ପାନ୍ନା ଯୋଗାଣକାରୀ ସଂସ୍ଥା ଏସେଡ ହାତକୁ ଯାଇଥିଲା। ଏହା ବିଶ୍ବ ରେକର୍ଡ କରିପାରେ ଭାବି ସେମାନେ ଜିଡବ୍ଲୁଆର୍‌କୁ ଆବେଦନ କରିଥିଲେ। ଏପ୍ରିଲ ୨୦୨୨ରେ ଜିଡବ୍ଲୁଆର୍ ଏହାକୁ ‘ବିଶ୍ବର ବୃହତ୍ତମ ଅକର୍ତ୍ତିତ ମର୍କତମଣି’ ଭାବେ ସ୍ବୀକୃତି ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe