INDIAN FLAG Photograph: (sambad.in)
କଚ୍ଛ: ୭୭ତମ ଗଣତନ୍ତ୍ର ଦିବସ ଅବସରରେ ଗୁଜରାଟର ଗ୍ରେଟ୍ ରନ୍ ଅଫ୍ କଚ୍ଛର ଧୋର୍ଡୋ ଠାରେ ବିଶ୍ବର ସର୍ବବୃହତ୍ ଖଦି ତ୍ରିରଙ୍ଗା ପତାକାକୁ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ଦ୍ବାରା ପ୍ରଦର୍ଶିତ କରାଯାଇଥିଲା। ଏହି ପତାକା ୨୨୫ ଫୁଟ ଲମ୍ବା, ୧୫୦ ଫୁଟ ଚଉଡ଼ା ଓ ତାହାର ଓଜନ ହେଉଛି ୧୪୦୦ କିଲୋଗ୍ରାମ। ହାତ-କଟା ଓ ହାତ ବୁଣା କପଡ଼ାରେ ତାହା ତିଆରି ହୋଇଛି। ଏହି ପତାକା ତିଆରି କରିବାକୁ ଶ୍ରମିକମାନେ ୩୫୦୦ ଅତିରିକ୍ତ ଘଣ୍ଟା କାମ କରିଥିଲେ। ପତାକାରେ ଥିବା ଅଶୋକ ଚକ୍ରର ବ୍ୟାସ ୩୦ ଫୁଟ ରହିଛି।
ଏହାକୁ ତିଆରି କରିବାକୁ ୭୦ ଜଣ ଖଦି କାରିଗରଙ୍କୁ ୪୯ ଦିନ ଲାଗିଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ଖଦି କାରିଗରମାନେ ଭିଡିଓ ବାର୍ତ୍ତା ଜରିଆରେ ଏଥିରେ ଯୋଡ଼ିହୋଇଥିଲେ। ଭାରତୀୟ ସେନା ଓ ସୀମା ସୁରକ୍ଷା ବାହିନୀ ଦ୍ବାରା ବିଶ୍ବର ସର୍ବବୃହତ୍ ଜାତୀୟ ପତାକା ସ୍ଥାପନ କରାଯାଇଥିଲା। କାର୍ଯ୍ୟକ୍ରମରେ କେଭିଆଇସି ଅଧ୍ୟକ୍ଷ ମନୋଜ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସର୍ବବୃହତ୍ ତ୍ରିରଙ୍ଗା ପ୍ରଦର୍ଶନୀକୁ ଅପରେସନ ସିନ୍ଦୂରର ସାହସୀ ସୈନିକମାନଙ୍କ ପ୍ରତି ସମର୍ପିତ କରିଥିଲେ। ସେ କହିଥିଲେ ଯେ କେଭିଆଇସିର ବିକ୍ରି ୧,୭୦,୦୦୦ କୋଟି ଟଙ୍କାରୁ ଅଧିକ ରହିଛି ଓ ଏହା ୨ କୋଟିରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଛି।
Follow Us