ଆଗାମୀ ଦିନରେ ବୋମାକୁ ନିଷ୍କ୍ରିୟ କରିବ ରୋବଟ: ରହିବ ନାହିଁ  ବିସ୍ଫୋରଣର ଭୟ

ସମ୍ପ୍ରତି ବୈଜ୍ଞାନିକମାନେ ରୋବଟକୁ ଆଉ ଏକ କାମରେ ଲଗାଇବା ପାଇଁ ଅନେକ ଦିନରୁ କରୁଥିବା ଉଦ୍ୟମରେ ସଫଳ ହୋଇଛନ୍ତି। ଆଗାମୀ ଦିନରେ ରୋବଟକୁ ବୋମା ନିଷ୍କ୍ରିୟ କାମରେ ଲଗାଯିବା ପାଇଁ ଯୋଜନା କରାଯାଉଛି। 

New Project (11) (3)

ନୂଆଦିଲ୍ଲୀ: ମଣିଷ ଗୋଟିଏ କାମ କରିବାକୁ ଯେତିକି ସମୟ ନିଏ ରୋବଟ ସେହି ସମୟ ମଧ୍ୟରେ ଅନେକ କାମ କରି ଦେଖାଇ ଦେଇଥାଏ। କିଛି ବର୍ଷ ହେବ ବଜାରରେ ରୋବଟର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ରୋବଟ୍ ତିଆରି ହେବା ଦିନ ଠାରୁ ଗବେଷକମାନେ ତା’କୁ ସମ୍ପୂର୍ଣ୍ଣ ବାସ୍ତବ ନ ହେଲେ ବି ମନୁଷ୍ୟ ଭଳି କାମ କରିପାରୁଥିବା ସହିତ ମଣିଷ ସଦୃଶ ଦେଖାଯିବା ଭଳି କରିବାକୁ ଯଥାସମ୍ଭବ ଉଦ୍ୟମ କରିଆସୁଛନ୍ତି। 

ନିକଟରେ ଟୋକିଓ ବିଶ୍ବବିଦ୍ୟାଳୟ, ହାଭାର୍ଡ ବିଶ୍ବବିଦ୍ୟାଳୟ ଓ ଇଣ୍ଟରନ୍ୟାସନାଲ୍ ରିସର୍ଚ ସେଣ୍ଟର୍ ଫର୍ ନ୍ୟୁରୋଇଣ୍ଟେଲିଜେନସର ଗବେଷକମାନେ ଜୀବନ୍ତ ମନୁଷ୍ୟ ଚର୍ମକୋଷ ଦ୍ବାରା ରୋବଟ୍ ଲାଗି ସତସତିକା ଚର୍ମାବରଣ ତିଆରି କରିଛନ୍ତି। ଏହାଦ୍ବାରା ରୋବଟ୍ ଦୀର୍ଘଦିନ ବ୍ୟବହାର ଉପଯୋଗୀ ରହିବା ସହିତ ଅନେକ କ୍ଷେତ୍ରରେ ବ୍ୟବହୃତ ହୋଇପାରିବ।

ସମ୍ପ୍ରତି ବୈଜ୍ଞାନିକମାନେ ରୋବଟକୁ ଆଉ ଏକ କାମରେ ଲଗାଇବା ପାଇଁ ଅନେକ ଦିନରୁ କରୁଥିବା ଉଦ୍ୟମରେ ସଫଳ ହୋଇଛନ୍ତି। ଆଗାମୀ ଦିନରେ ରୋବଟକୁ ବୋମା ନିଷ୍କ୍ରିୟ କାମରେ ଲଗାଯିବା ପାଇଁ ଯୋଜନା କରାଯାଉଛି। 

ବ୍ରିଟିଶ ସେନା ଏବଂ ରୟାଲ ନୌସେନା ଦଳଗୁଡ଼ିକ ଯୁକ୍ତରାଜ୍ୟ ସାଇପ୍ରସ ଏବଂ ଜିବ୍ରାଲଟରରେ ବୋମା ନିଷ୍କ୍ରିୟକାରୀ ରୋବଟ୍ ନିୟୋଜିତ କରୁଛନ୍ତି।  ଦାବି କରାଯାଉଛି କି ବୋମା ନିଷ୍କ୍ରିୟର ସମ୍ପୂର୍ଣ୍ଣ ପ୍ରକ୍ରିୟା ସମୟରେ ରୋବଟର ପରିଚାଳକ ଏବଂ ଆଖପାଖରେ ଥିବା ଲୋକମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବେ। 

ଏଗୁଡ଼ିକୁ ଏଲ୩ ହାରିସ ଟି୪ ମଲ୍ଟି-ମିଶନ ବୋମା ନିଷ୍କ୍ରିୟକାରୀ ରୋବଟ୍ କୁହାଯାଉଛି। ଏମାନଙ୍କୁ ବିଶ୍ୱର ସବୁଠାରୁ ଦକ୍ଷ ବୋମା ନିଷ୍କ୍ରିୟକାରୀ ରୋବଟ୍ ଭାବରେ ନାମିତ କରାଯାଇଛି। ଏହି ଟି୪ଏସ ରୋବଟ୍ଗୁଡ଼ିକ ପୂର୍ବରୁ ସେବାରେ ଥିବା ଟି୭ ଅପେକ୍ଷା ଯଥେଷ୍ଟ ଛୋଟ। ନୂତନ ରୋବୋଟ୍ଗୁଡ଼ିକର ଓଜନ ପ୍ରାୟ ୧୦୦ କିଲୋଗ୍ରାମ ଏବଂ ଏହା ସଙ୍କୁଚିତ ସ୍ଥାନରେ କାର୍ଯ୍ୟ କରିବା ଏବଂ ସିଢ଼ି ଚଢ଼ିବା ପାଇଁ ମଧ୍ୟ ଡିଜାଇନ୍ କରାଯାଇଛି। 

ନୂତନ ରୋବଟ୍ଗୁଡ଼ିକର ଅନ୍ୟାନ୍ୟ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରେ ସାତ ଘଣ୍ଟା ଧରି ନିରନ୍ତର କାର୍ଯ୍ୟ କରିବାର କ୍ଷମତା ରହିଥିବା ସହିତ ଘଣ୍ଟା ପ୍ରତି ୮ କିଲୋମିଟରରୁ ଅଧିକ ବେଗରେ ଘଟଣାସ୍ଥଳରେ ଏହା ପହଞ୍ଚି ପାରିବ। । ଏଗୁଡ଼ିକ ସହଜରେ ମାଇନସ୍ ୨୦ ଡିଗ୍ରିରୁ ୬୦ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରା ସହ୍ୟ କରିପାରିବେ। 

ଅଧିକାରୀମାନେ କହିଛନ୍ତି, ‘ ନୂତନ ରୋବଟ୍ଗୁଡ଼ିକରେ ଟି୭ର ସମସ୍ତ ବୈଶିଷ୍ଟ୍ୟ ରହିଛି । ଏହା ସଙ୍କୁଚିତ ସ୍ଥାନରେ କାର୍ଯ୍ୟ କରିପାରିବ ଏବଂ ବିପଦକୁ  ସହଜରେ ଏଡାଇବାର କ୍ଷମତା ରଖିଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe