ଆବୁଧାବିରୁ ମିଳିଲା ବିଶ୍ୱର ସର୍ବପୁରାତନ ମୋତି

Advertisment
ଆବୁଧାବିରୁ ମିଳିଲା ବିଶ୍ୱର ସର୍ବପୁରାତନ ମୋତି

Image Source: Deccan Chronicle

ଆବୁଧାବି: ୮୦୦୦ ବର୍ଷ ପୁରୁଣା ବୋଲି ପ୍ରତ୍ନତତ୍ତ୍ୱବିତ୍‌ମାନେ କହୁଥିବା ବିଶ୍ୱର ଗୋଟାଏ ସର୍ବପୁରାତନ ମୋତି ଆବୁଧାବିରେ ପ୍ରଦର୍ଶନ କରାଯିବ। ମୋତି ନିଓଲିଥିକ୍‌ ସମୟରୁ ବିକ୍ରୟ ହେଉଥିବାର ଏହା ହେଉଛି ପ୍ରମାଣ ବୋଲି ସେମାନେ କହିଛନ୍ତି।

ମାର୍‌ଓ୍ଵା ଦ୍ୱୀପରେ ଉତ୍‌ଖନନ ଚାଲିଥିବା ବେଳେ ଗୋଟାଏ କୋଠରିର ଚଟାଣ ଭିତରୁ ଏହି ପ୍ରାକୃତିକ ମୋତିଟି ଉଦ୍ଧାର କରାଯାଇଥିଲା।
ଆବୁଧାବି ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ କହିଛି ଯେ ମୋତିର ଆସ୍ତରଣ କାର୍ବନ୍‌ ଡେଟ୍‌ରୁ ଜଣାଯାଏ ଏହା ଖ୍ରୀଷ୍ଟପୂର୍ବ ୫୮୦୦ରୁ ୫୬୦୦ ମଧ୍ୟର। ଅର୍ଥାତ୍‌ ନିଓଲିଥିକ୍‌ ଯୁଗର।

ଅଧ୍ୟକ୍ଷ ମହମଦ ଅଲ୍‌ ମୁବାରକ୍‌ କହିଛନ୍ତି: ଆବୁଧାବିରୁ ବିଶ୍ୱର ସର୍ବପୁରାତନ ମୋତି ମିଳିବାରୁ ପ୍ରାଗ୍‌-ଐତିହାସିକ ଯୁଗ ଆରମ୍ଭ ସମୟ ସହ ଆମ ବର୍ତ୍ତମାନର ଆର୍ଥିକ ଓ ସାଂସ୍କୃତିକ ଇତିହାସର ଗଭୀର ସମ୍ବନ୍ଧ ରହିଛି।

publive-image Image Source: Hindustan Times

ଅସୁମାରି ନିଓଲିଥିକ୍‌ ପଥର ଇମାରତ୍‌ ଭୁଶୁଡ଼ି ଗଠିତ ହୋଥିବା ମାର୍‌ଓ୍ଵାର ଉତ୍‌ଖନନସ୍ଥଳୀରେ ଚୀନାମାଟି ଜିନିଷ, ସାମୁକା ଓ ପଥରରୁ ନିର୍ମିତ ମାଳି ଏବଂ ଝକମକି ପଥର ମୁନଥିବା ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି।

ପ୍ରଥମ ଥର ଲାଗି ଆବୁଧାବି ମୋତି ‘୧୦, ୦୦୦ ବର୍ଷର ବିଳାସ’ ପ୍ରଦର୍ଶନୀରେ ଅକ୍ଟୋବର ୩୦ରୁ ଲୁବ୍‌ ଆବୁଧାବିରେ ପ୍ରଦଶର୍ନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe