ମୁମ୍ବାଇ ‘ହିଟ୍ ଆଣ୍ଡ ରନ୍’ ମାମଲା: ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ଗଲେ ମିହିର

Advertisment
ମୁମ୍ବାଇ ‘ହିଟ୍ ଆଣ୍ଡ ରନ୍’ ମାମଲା: ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ଗଲେ ମିହିର

ମୁମ୍ବାଇ: ବଢ଼ିଲା ୱର୍ଲି ‘ହିଟ୍ ଆଣ୍ଡ ରନ୍’ ମାମଲାର ଅଭିଯୁକ୍ତ ମିହିର ଶାହାଙ୍କ କଷ୍ଟଡି ଅବଧି। କିଛି ଦିନ ତଳେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଜୁଲାଇ ୧୬ପର୍ଯ୍ୟନ୍ତ ତାଙ୍କୁ ପୁଲିସ କଷ୍ଟଡିକୁ ପଠାଯାଇଥିଲା। ଆଜି କଷ୍ଟଡି ଅବଧି ଶେଷ ହେଉଥିବା ବେଳେ ତାଙ୍କୁ ପୁଲିସ ସେୱାରୀ କୋର୍ଟରେ ହାଜର କରାଇ କଷ୍ଟଡି ଅବଧି ବଢ଼ାଇବାକୁ ଆବେଦନ କରିଥିଲା। ପୁଲିସର ଆବେଦନ ପରେ କୋର୍ଟ ଏବେ ମିହିରଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିବା ଜଣାପଡ଼ିଛି।

ତଦନ୍ତରେ ସାହାଯ୍ୟ କରୁନଥିବାର ଅଭିଯୋଗ କରି ପୁଲିସ ଅବଧି ବଢ଼ାଇବାକୁ ଅନୁରୋଧ କରିଥିଲା। ଏହା ପରେ କୋର୍ଟ ଉଭୟ ପକ୍ଷ ଶୁଣିବା ପରେ ମିହିରଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ମୃତକ କାବେରୀ ଓ ତାଙ୍କ ସ୍ବାମୀ ରବିବାର ସକାଳ ୫.୩୦ ସମୟରେ ମାଛ କିଣି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। କାବେରୀଙ୍କ ସ୍ବାମୀ କହିଥିଲେ ଯେ, “ମୋ ସ୍କୁଟରର ଗତି ଖୁବ କମ ଥିଲା। ଏହି ସମୟରେ ମିହିରଙ୍କ କାରଟି ପଛରୁ ଆସି ଆମ ସ୍କୁଟରକୁ ପିଟିବାରୁ ଆମେ ଦୁହେଁ କାରର ବନେଟ ଉପରେ ପଡ଼ିଥିଲୁ। ପରେ ମୁଁ ତଳକୁ ଖସିପଡ଼ିବା ସହ ମୋ ପତ୍ନୀ ତଳକୁ ଖସି ସାମ୍ନା ଚକାରେ ଲାଖି ଯାଇଥିଲେ। ଅଭିଯୁକ୍ତ ଧକ୍କା ଦେବା ପରେ ବ୍ରେକ ମାରିଥିଲେ ବି ପରେ ଦ୍ରୁତ ଗତିରେ ଆଗକୁ ବଢ଼ିଥିଲେ। ମୁଁ ତାଙ୍କୁ କାର୍ ଅଟକାଇବା ପାଇଁ ଅନୁରୋଧ କରିଥିଲେ ବି ସେ ଅଟକିନଥିଲେ। ଯଦି ସେ ଅଟକିଥାନ୍ତେ ତାହେଲେ ମୋ ପତ୍ନୀ ଆଜି ଜୀବିତ ଥାନ୍ତେ।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe