ଅମୁଲ ମୋ ବିଶ୍ବାସକୁ ଭାଙ୍ଗି ଦେଇଛି, ବଟରମିଲକ ପ୍ୟାକେଟ ଭିତରୁ ବାହାରିଲା ସାଲୁବାଲୁ ପୋକ

Advertisment
ଅମୁଲ ମୋ ବିଶ୍ବାସକୁ ଭାଙ୍ଗି ଦେଇଛି, ବଟରମିଲକ ପ୍ୟାକେଟ ଭିତରୁ ବାହାରିଲା ସାଲୁବାଲୁ ପୋକ

ନୂଆଦିଲ୍ଲୀ: ଡାକ୍ତରମାନେ ମଣିଷର ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ସର୍ବଦା ପ୍ୟାକେଟ ଖାଦ୍ୟ ଖାଇବାକୁ ବାରଣ କରି ଆସିଛନ୍ତି। କିନ୍ତୁ ଏହି ପ୍ୟାକେଟ ଖାଦ୍ୟ ପ୍ରତି ଯୁବପିଢ଼ିଙ୍କ ଦିନକୁ ଦିନ ରୁଚି ବୃଦ୍ଧି ପାଇବାରେ ଲାଗିଛି। ଆପଣ ବି ଯଦି ପ୍ୟାକେଟ ଖାଦ୍ୟ ପ୍ରତି ରୁଚି ରଖିଛନ୍ତି ତେବେ ନିଶ୍ଚୟ ଏହାକୁ ବ୍ୟବହାର କରିବା ପୂର୍ବରୁ ଥରେ ଯାଞ୍ଚ କରି ନିଅନ୍ତୁ।

ସୋସିଆଲ୍ ସାଇଟ୍ 'X' ରେ @ imYadav31 ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କହିଛନ୍ତି, ସେ ଅମୁଲର ଅଧିକ ପ୍ରୋଟିନଯୁକ୍ତ ବଟରମିଲକ ମଗାଇଥିଲେ। ଯେଉଁଥିରେ ସେ ପୋକ ଥିବା ଦେଖିବାକୁ ପାଇଥିଲେ।

ଅମୁଲ କମ୍ପାନିକୁ ଟ୍ୟାଗ୍ କରି ଉକ୍ତ ଗ୍ରାହକ ଜଣକ ତାଙ୍କ ଅଭିଯୋଗରେ ଲେଖିଛନ୍ତି ଯେ ଗୁଣବତ୍ତା ପ୍ରତିବଦ୍ଧତା ପାଇଁ ମୁଁ ସର୍ବଦା ଅମୁଲ କମ୍ପାନି ଉପରେ ବିଶ୍ୱାସ କରିଆସୁଥିଲି, କିନ୍ତୁ ଏହି ଘଟଣା ଆମୁଲ ଉତ୍ପାଦର ଗୁଣବତ୍ତା ଏବଂ ନିରାପତ୍ତାକୁ ନେଇ ଚିନ୍ତା ବଢ଼ାଇ ଦେଇଛି।

ମୋ ଭଳି ଅନେକ ଗ୍ରାହକ ଅମୁଲର ଗୁଣବତ୍ତା ଓ ନିରାପତ୍ତା ଉପରେ ଦୃଢ଼ ବିଶ୍ବାସ ରଖିଥିଲେ। କିନ୍ତୁ ଏହି ଘଟଣା ସମସ୍ତଙ୍କୁ ନିରାଶ କରି ‌ଦେଇଛି।  ଏହି ଘଟଣାର ସମ୍ପୂର୍ଣ୍ଣ ପ୍ରମାଣ ମୁଁ ରଖିଛି। କାରଣ ପରବର୍ତ୍ତୀ ସମୟରେ ମୋ‌ ଉପରେ କେହି ଯେମିତି ମିଥ୍ୟା ଅଭିଯୋଗ ଲଗାଇ ପାରିବେ ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe