hindustantimes
ଲକ୍ଷ୍ନୗ: ଡାକ୍ତରଖାନାର କୋଭିଡ -୧୯ ଡ୍ୟୁଟିରେ ଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ସେମାନଙ୍କୁ ଦିଆଯାଉଥିବା ଖାଦ୍ୟ ପ୍ୟାକେଟରେ ପୋକ ଥିବା ବିଷୟରେ ଅଭିଯୋଗ କରିଛନ୍ତି। ଏହାର ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ସେୟାର କରାଯାଇଛି, ଯାହା ଏବେ ଭାଇରାଲ ହେବାରେ ଲାଗିଛି l ଉତ୍ତମ ମାନର ଖାଇବା ମିଳୁନଥିବା ସହ ରହିବା ପାଇଁ ଦିଆଯାଇଥିବା ଘରେ ସବୁ ସୁବିଧା ନଥିବାର ମଧ୍ୟ ଅଭିଯୋଗ କରାଯାଇଛି |
ରେସିଡେଣ୍ଟ ଡାକ୍ତରଙ୍କ କଲ୍ୟାଣ ସଂଘ (ଆରଡିଡବ୍ଲୁଏ)ର ସଭାପତି ଡାକ୍ତର ନୀରଜ ମିଶ୍ରଙ୍କ କହିବା ମୁତାବକ, “ଖାଦ୍ୟରେ ପୋକ ବିଷୟରେ ଅଭିଯୋଗ ଉଭୟ ରେସିଡେଣ୍ଟ ଡାକ୍ତର ଏବଂ ଅଣ-କ୍ଲିନିକାଲ୍ କର୍ମଚାରୀଙ୍କ ଦ୍ୱାରା ଅନେକ ଥର କରାଯାଇଛି। ବେଳେବେଳେ ରେସିଡେଣ୍ଟ ଡାକ୍ତରମାନଙ୍କୁ କାର୍ଯ୍ୟ ସମୟ ପରେ ବିଶ୍ରାମ ନେବା ପାଇଁ ଦିଆଯାଇଥିବା ସ୍ଥାନରେ ଫ୍ୟାନ ମଧ୍ୟ କାମ କରୁନଥିବା ଘଟଣା ସାମ୍ନାକୁ ଆସିଛି।
Hindustan Timesତେବେ ଖାଦ୍ୟରୁ ପୋକ ବାହାରିବା ପରେ ଏବେ କିଙ୍ଗ ଜର୍ଜଙ୍କ ମେଡିକାଲ ୟୁନିଭରସିଟି (କେଜିଏମୟୁ)ର ଉପାଧ୍ୟକ୍ଷଙ୍କୁ ଚିଠି ଲେଖି ଡାକ୍ତରମାନେ ଅଭିଯୋଗ କରିଥିବା ଜଣାପଡିଛି | “ମୋତେ ଦିଆଯାଇଥିବା ଖାଦ୍ୟରେ ପୋକ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ମୁଁ ଏହାକୁ ଆପଣଙ୍କ ନଜରକୁ ଆଣିବାକୁ ଚାହୁଁଛି ବୋଲି ଡାକ୍ତର ଜାଙ୍ଗି ଲାଲ ସଙ୍ଗରୋଧ କେନ୍ଦ୍ରର ଦାୟିତ୍ୱରେ ଥିବା ଇନ-ଚାର୍ଜଙ୍କୁ ଚିଠି ଲେଖିଛନ୍ତି।
କେଜିଏମୟୁର ନର୍ସ ଆସୋସିଏସନର ସଭାପତି, ଯଦୁନନ୍ଦିନୀ ସିଂ କହିଛନ୍ତି, “ଖାଦ୍ୟ ପ୍ୟାକେଟରୁ ପୋକ ବାହାରିବା ଘଟଣା ରୋଷେଇ ଦାୟିତ୍ୱର ଥିବା ଲୋକଙ୍କ ଅବହେଳା ସାମ୍ନାକୁ ଆଣିଛି | ଏଭଳି ଖାଦ୍ୟ ଖାଇବା ଦ୍ୱାରା ଦିନ ରାତି କରୋନା ରୋଗୀଙ୍କୁ ବଞ୍ଚାଇବାରେ ଲାଗିପଡିଥିବା ଡାକ୍ତରଙ୍କର ଜୀବନ ବିପଦରେ ପଡ଼ିବାର ଆଶଙ୍କା ରହିଛି | ଆମର ଆସୋସିଏସନ କୁଳପତିଙ୍କୁ ଭେଟିବ ଏବଂ କର୍ମଚାରୀଙ୍କ ପାଇଁ ଭଲ ଖାଦ୍ୟ ଦେବା ପାଇଁ କହିବ |
Follow Us