ଚିନ୍ତା ବଢ଼ାଉଛି ବୋମା ଆତଙ୍କ: ଧମକ ଦେଇଥିବା ନାବାଳକ ଗିରଫ

Advertisment

ସୋମବାରଠାରୁ ବିଭିନ୍ନ ଏୟାରଲାଇନ୍ସକୁ ବୋମା ଧମକ ଦେବା ଘଟଣାରେ ମୁମ୍ବାଇ ପୁଲିସ ଜଣେ ନାବାଳକଙ୍କୁ ଗିରଫ କରିଛି। ବକେୟା ଟଙ୍କାକୁ ନେଇ ନାବାଳକ ଓ ତା’ର ଜଣେ ସାଙ୍ଗ ମଧ୍ୟରେ ଝଗଡ଼ାକୁ ନେଇ ଏହି ଧମକ ଦିଆଯାଇଥିବା ପୁଲିସ କହିଛି।

ସୋମବାରଠାରୁ ବିଭିନ୍ନ ଏୟାରଲାଇନ୍ସକୁ ବୋମା ଧମକ ଦେବା ଘଟଣାରେ ମୁମ୍ବାଇ ପୁଲିସ ଜଣେ ନାବାଳକଙ୍କୁ ଗିରଫ କରିଛି। ବକେୟା ଟଙ୍କାକୁ ନେଇ ନାବାଳକ ଓ ତା’ର ଜଣେ ସାଙ୍ଗ ମଧ୍ୟରେ ଝଗଡ଼ାକୁ ନେଇ ଏହି ଧମକ ଦିଆଯାଇଥିବା ପୁଲିସ କହିଛି।

ବିମାନ ଯାତ୍ରୀଙ୍କଠାରୁ ୧୫ ଲକ୍ଷ ଜବତ କଲେ ଆୟକର ଅଧିକାରୀ, ୨ ଅଟକ

ନୂଆଦିଲ୍ଲୀ: ସୋମବାରଠାରୁ ବିଭିନ୍ନ ଏୟାରଲାଇନ୍ସକୁ ବୋମା ଧମକ ଦେବା ଘଟଣାରେ ମୁମ୍ବାଇ ପୁଲିସ ଜଣେ ନାବାଳକଙ୍କୁ ଗିରଫ କରିଛି। ବକେୟା ଟଙ୍କାକୁ ନେଇ ନାବାଳକ ଓ ତା’ର ଜଣେ ସାଙ୍ଗ ମଧ୍ୟରେ ଝଗଡ଼ାକୁ ନେଇ ଏହି ଧମକ ଦିଆଯାଇଥିବା ପୁଲିସ କହିଛି। ନାବାଳକ ‘ଏକ୍ସ’ରେ ତା’ର ସାଙ୍ଗ ନାମରେ ଏକ ଆକାଉଣ୍ଟ ଖୋଲି ସେଥିରୁ ୪ଟି ବିମାନରେ ବୋମାଥିବା ନେଇ ମିଛ ଧମକ ଦେଇଥିଲା। ସେ ସାଙ୍ଗକୁ ଫସାଇବା ପାଇଁ ଏଭଳି ଯୋଜନା କରିଥିବା ଜେରାବେଳେ ସ୍ବୀକାର କରିଛି। ଛତିଶଗଡର ରାଜନନ୍ଦଗାଓଁର ପାଠ ଛାଡ଼ିଥିବା ଏହି ୧୭ ବର୍ଷୀୟ ବାଳକ ଏବଂ ତାଙ୍କ ବାପାଙ୍କୁ ମଙ୍ଗଳବାର ମୁମ୍ବାଇ ପୁଲିସ ସମନ କରିଥିଲା। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନାବାଳକକୁ ରିମାଣ୍ଡ ହୋମ୍‌କୁ ନିଆଯାଇଥିବା ବେଳେ ତାଙ୍କ ବାପାଙ୍କୁ ପଚରାଉଚରା ଜାରି ରହିଛି। ନାବାଳକ ଜଣକ ଯେଉଁ ୪ଟି ବିମାନକୁ ଧମକ ଦେଇଥିଲା, ସେଥିମଧ୍ୟରୁ ୩ଟି ଅନ୍ତର୍ଜାତୀୟ ଉଡ଼ାଣରେ ଥିଲା। 

ନିକଟରେ କେତେକ ଏୟାରଲାଇନ୍ସକୁ ମିଳିଥିବା ବୋମା ଧମକକୁ ଦୃଷ୍ଟିରେ ରଖି ସରକାର କେତେକ କଠୋର ପଦକ୍ଷେପ ଉପରେ ବିଚାର କରୁଛନ୍ତି। ମିଛ କଲ୍‌ କରୁଥିବା ବ୍ୟକ୍ତିମାନଙ୍କୁ ‘ନୋ ଫ୍ଲାଏ ଲିଷ୍ଟ’ରେ ରଖିବା ଏବଂ ବିମାନରେ ଏୟାର ମାର୍ଶଲଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଖୁବ୍‌ଶୀଘ୍ର ପଦକ୍ଷେପ ‌ନିଆଯିବ ବୋଲି ଜଣାପଡ଼ିଛି। ଏହା ସହିତ ସାଇବର ଅପରାଧୀଙ୍କ ନେଟ୍‌ୱର୍କ ଉପରେ ମଧ୍ୟ ଅଧିକ ନଜର ରଖାଯିବ।

ମିଛ କଲ୍‌ କରୁଥିବା ବ୍ୟକ୍ତିଙ୍କୁ ‘ନୋ ଫ୍ଲାଏ’ ଲିଷ୍ଟରେ ରଖାଯିବ

ବୁଧବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ ଏବଂ ଗୃହ ମନ୍ତ୍ରଣାଳୟର ଅଧିକାରୀମାନେ ଏୟାରଲାଇନ୍ସଗୁଡ଼ିକୁ ମିଳିଥିବା ବୋମା ଧମକ ବିଷୟରେ ଆଲୋଚନା କରିବା ସହ ସୁରକ୍ଷା ନୀତିରେ ଅନେକ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ‘ନୋ ଫ୍ଲାଏ ଲିଷ୍ଟ’ ଅପଡେଟ୍ କରିବା ପାଇଁ ନକଲି କଲ୍ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ନିମନେନ୍ତେଆଇନ ପ୍ରବର୍ତ୍ତନ କାରୀ ଏଜେନ୍ସିମାନଙ୍କ ସହ ମିଶି କାମ କରୁଛି। ଗୁଇନ୍ଦା ଏଜେନ୍ସିମାନଙ୍କଠାରୁ ସୂଚନା ମିଳିବା ପରେ ବିମାନରେ ଏୟାର ମାର୍ଶାଲଙ୍କ ସଂଖ୍ୟା ଦ୍ୱିଗୁଣିତ କରିବା ପାଇଁ ଯୋଜନା ହେଉଛି। ମୁଖ୍ୟତଃ ଅନ୍ତର୍ଜାତୀୟ ମାର୍ଗ ଏବଂ କିଛି ସମ୍ବେଦନଶୀଳ ଘରୋଇ ମାର୍ଗରେ ଏନ୍ଏସ୍‌ଜି କମାଣ୍ଡୋଙ୍କ ଏକ ୟୁନିଟ୍ ଏୟାର ମାର୍ଶଲ ଭାବେ ନିୟୋଜିତ ହୋଇଛନ୍ତି ଏବଂ ଆଗକୁ ଏହାର ବିସ୍ତାର ହେବ।

ସ୍କାଏ ମାର୍ଶଲମାନେ ସାଦା ପୋଷାକ ପିନ୍ଧିଥିବା ସଶସ୍ତ୍ର ସୁରକ୍ଷା ଅଧିକାରୀ, ଯେଉଁମାନେ ଯାତ୍ରୀବାହୀ ବିମାନରେ ଯାତ୍ରା କରନ୍ତି। ଗତ ତିନି ଦିନ ମଧ୍ୟରେ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ରୁଟ୍‌ରେ ଚଳାଚଳ କରୁଥିବା ୧୨ଟି ଭାରତୀୟ ବିମାନକୁ ବୋମା ଧମକ ମିଳିଛି। ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ ସାଇବର ସିକ୍ୟୁରିଟି ଏଜେନ୍ସି ଏବଂ ପୋଲିସ ସହାୟତାରେ ମିଛ ଧମକ ପଛରେ ଥିବା ଅପରାଧୀମାନଙ୍କୁ ଠାବ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe