କରୋନା ସଂକ୍ରମଣ ଭୟରେ ଅଯୋଧ୍ୟା ଭୂମି ପୂଜା କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବିଜେପି ନେତ୍ରୀ ଉମା ଭାରତୀ, କହିଲେ; ପ୍ରଧାନମନ୍ତ୍ରୀଙ୍କ ପାଇଁ ଚିନ୍ତିତ

Advertisment
କରୋନା ସଂକ୍ରମଣ ଭୟରେ ଅଯୋଧ୍ୟା ଭୂମି ପୂଜା କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବିଜେପି ନେତ୍ରୀ ଉମା ଭାରତୀ, କହିଲେ; ପ୍ରଧାନମନ୍ତ୍ରୀଙ୍କ ପାଇଁ ଚିନ୍ତିତ

Livemint

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହା ଏବଂ ଉତ୍ତରପ୍ରଦେଶର ବିଜେପି ସଭାପତି ସ୍ବତନ୍ତ୍ର ଦେବ ସିଂ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହେବା ପରେ ଅଗଷ୍ଟ ୫ରେ ହେବାକୁ ଥିବା ଅଯୋଧ୍ୟାରେ ରାମ ଜନ୍ମ ଭୂମି ପୂଜା କାର୍ଯ୍ୟକ୍ରମ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି। ଅମିତ ଶାହା କରୋନା ସଂକ୍ରମିତ ହେବା ପରେ ସଂକ୍ରମଣ ଭୟରେ ବରିଷ୍ଠ ବିଜେପି ନେତ୍ରୀ ଉମା ଭାରତୀ ଭୂମି ପୂଜାରେ ଯୋଗ ଦେବେ ‌ନାହିଁ ବୋଲି କହିଛନ୍ତି। କାର୍ଯ୍ୟକ୍ରମ ଶେଷ ହେବା ପରଦିନ ସେ ମନ୍ଦିର ପରିଦର୍ଶନ କରିବାକୁ ଯିବା କଥା ସ୍ପଷ୍ଟ କରିଛନ୍ତି। ଏହା ସହ ଭୂମି ପୂଜାରେ ଯୋଗ ଦେବାକୁ ଯାଉଥିବା ସମସ୍ତ ଅତିଥିଙ୍କ ପାଇଁ ସେ ଚିନ୍ତିତ ବୋଲି କହିଛନ୍ତି। ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଉମା ଭାରତୀ ଚିନ୍ତିତ ଥିବା ଜଣା ପଡ଼ିଛି।

Uma Bharti Dismisses Threat from 'Thief's Wife' Priyanka Gandhi ... News18.com

ସେ କହିଛନ୍ତି, ମୁଁ ଅମିତ ଶାହା ଏବଂ ଅନ୍ୟ ବିଜେପି ନେତା କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ଖବର ଶୁଣି ଅଯୋଧ୍ୟା କାର୍ଯ୍ୟକ୍ରମରେ ଯୋଗଦେଉଥିବା ଅତିଥିଙ୍କ ପାଇଁ ଚିନ୍ତିତ, ବିଶେଷ କରି ପ୍ରଧାନମନ୍ତ୍ରୀଙ୍କ ପାଇଁ। ସଂକ୍ରମଣର ଆଶଙ୍କ ଥିବାରୁ ମୁଁ ଅଯୋଧ୍ୟା ଗଲେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବି ନାହିଁ। ସବୁ ଶେଷ ହେବା ପରେ ପରଦିନ ଯାଇ ମୁଁ ମନ୍ଦିର ପରିଦର୍ଶନ କରିବି। ମୁଁ ଆଜି ସନ୍ଧ୍ୟାରେ ଟ୍ରେନରେ ଭୋପାଳ ଛାଡିବି ଏବଂ ଆସନ୍ତାକାଲି ସନ୍ଧ୍ୟାରେ ଅଯୋଧ୍ୟାରେ ପହଞ୍ଚିବି। ଏତେ ଦୂର ଯାତ୍ରା କରୁଥିବାରୁ ମୁଁ ଅନ୍ୟକୁ ସଂକ୍ରମିତ କରିପାରିବାର ଆଶଙ୍କା ବହୁତ ରହିଛି। ଏହି ପରିସ୍ଥିତିରେ ମୁଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅନ୍ୟମାନେ ଉପସ୍ଥିତ ଥିବା ସ୍ଥାନଠାରୁ ଦୂରରେ ରହିବି। ସମସ୍ତଙ୍କ ପରେ ମୁଁ ସେଠାରେ ପହଞ୍ଚିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe