କାମାକ୍ଷା ମନ୍ଦିରରେ ବିଧାୟକଙ୍କ ପୂଜାର୍ଚ୍ଚନା: ଗୌହାଟୀରୁ ଗୋଆ ପହଞ୍ଚିଲେ ବିଦ୍ରୋହୀ ବିଧାୟକ

Advertisment
କାମାକ୍ଷା ମନ୍ଦିରରେ ବିଧାୟକଙ୍କ ପୂଜାର୍ଚ୍ଚନା: ଗୌହାଟୀରୁ ଗୋଆ ପହଞ୍ଚିଲେ ବିଦ୍ରୋହୀ ବିଧାୟକ

ଗୌହାଟୀ : ଗୌହାଟୀର କାମାକ୍ଷା ମନ୍ଦିର ଏବେ ଚର୍ଚ୍ଚାରେ। ଶିବସେନା ନେତା ଏକନାଥ ସିନ୍ଦେଙ୍କ ବିଦ୍ରୋହୀ ଗୋଷ୍ଠୀର ୫୦ ବିଧାୟକ ଆଜି ଏହି ଶକ୍ତିପୀଠ ଯାଇ ପୂଜାର୍ଚ୍ଚନା କରିଛନ୍ତି। ଆସନ୍ତାକାଲି ମହାରାଷ୍ଟ୍ର ରାଜନୀତିରେ ଏକ ଗୁରୁତ୍ବପୂର୍ଣ୍ଣ ଦିନ। ତେଣୁ ଏହା ପୂର୍ବରୁ ବିଦ୍ରୋହୀ ବିଧାୟକମାନେ ମାତାଙ୍କ ପୂଜାର୍ଚ୍ଚନା କରି ଆର୍ଶୀବାଦ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ୨୦୧୬ରେ ଆସାମ ନିର୍ବାଚନ ସମୟରେ ପ୍ରଥମ ଥର ପାଇଁ କାମାକ୍ଷା ମନ୍ଦିର ଯାଇଥିଲେ। କେବଳ ରାଜନେତା ନୁହନ୍ତି ସେଲିବ୍ରିଟ ମାନଙ୍କର ମଧ୍ୟ ଏହି ମନ୍ଦିରରେ ଭିଡ଼ ଦେଖିବାକୁ ମିଳିଥାଏ। ପଶ୍ଚିମ ଗୌହାଟୀର ନୀଳାଚଳ ପର୍ବତର ୬୦୦ ଫୁଟ୍‌ ଉଚ୍ଚରେ ଏହି ମନ୍ଦିର ଅବସ୍ଥିତ। ଭାରତରେ ଥିବା ୪ ଆଦି ଶକ୍ତି ପୀଠ ମଧ୍ୟରୁ ଏହା ଅନ୍ୟତମ ଏବଂ ୧୮ ମହାଶକ୍ତି ପୀଠ ମଧ୍ୟରେ ଏହାକୁ ଗଣନା କରାଯାଏ। ଧରାପୃଷ୍ଠରେ ଥିବା ୫୧ ଶକ୍ତିପୀଠ ମଧ୍ୟରୁ ମା’ କାମାକ୍ଷା ଦେବାଳୟ ସବୁଠୁ ପବିତ୍ର ଏବଂ ପ୍ରାଚୀନ।

ଗୌହାଟୀ : ସିନ୍ଦେ ଗୋଷ୍ଠୀର ବିଦ୍ରୋହୀ ବିଧାୟକ ଆଜି ଗୌହାଟୀର ରାଡିସନ୍‌ ବ୍ଲୁ ହୋଟେଲ୍‌ ଛାଡ଼ି ଗୋଆ ପହଞ୍ଚିଛନ୍ତି। ଆସନ୍ତାକାଲି ବିଧାନସଭାରେ ଫ୍ଲୋର୍‌ ଟେଷ୍ଟ୍‌ (ସଂଖ୍ୟାଗରିଷ୍ଠତା ପ୍ରମାଣ) ପାଇଁ ସୁପ୍ରିମ୍‌ କୋର୍ଟ ରାୟ ଦେବା ପରେ ଏହି ବିଧାୟକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା। ସମସ୍ତ ବିଧାୟକ ଆସନ୍ତାକାଲି ମୁମ୍ବାଇ ପହଞ୍ଚିବେ। ଆଜି ବିଦ୍ରୋହୀ ବିଧାୟକମାନେ ଏକ ସ୍ବତନ୍ତ୍ର ବିମାନରେ ଗୌହାଟୀରୁ ଗୋଆ ଆସିଛନ୍ତି। ସେମାନେ ଆଜି ସକାଳେ ଏକ ବସ୍‌ରେ କାମାକ୍ଷା ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ସନ୍ଧ୍ୟା ୫ଟାରେ ସେମାନେ ଚାର୍ଟାଡ୍‌ ପ୍ଲେନ୍‌ରେ ଗୋଆ ଅଭିମୁଖେ ବାହାରିଥିଳେ। ଗୋଆରେ ସେମାନଙ୍କ ପାଇଁ ଏକ ପଞ୍ଚ ତାରକା ହୋଟେଲ ବୁକ୍‌ ହୋଇଛି। ଗୋଆରେ ତାଜ୍‌ ରିସୋର୍ଟ ଏବଂ କନଭେନସନ ସେଣ୍ଟରରେ ରହିବା ପରେ ସେମାନେ ଆସନ୍ତାକାଲି ସକାଳେ ସିଧା ମୁମ୍ବାଇରେ ପହଞ୍ଚିବେ। ଉଲ୍ଲେଖଯୋଗ୍ୟ, ସିନ୍ଦେ ଗୋଷ୍ଠୀର ବିଧାୟକମାନେ ଗତ ସପ୍ତାହରେ ପ୍ରଥମେ ଗୁଜରାଟର ସୁରଟରେ ଏକ ହୋଟେଲ୍‌ରେ ଥିଲେ। ଏହାପରେ ସେମାନେ ଗୌହାଟୀ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe