ଭାରତରେ ମଧ୍ୟ-ଅକ୍ଟୋବର ବେଳକୁ ନିୟନ୍ତ୍ରଣକୁ ଅ‌ାସି ଯାଇଥିବ କରୋନା: ସର୍ଭେ

Advertisment
ରାଜ୍ୟରେ କୋଭିଡ୍‌ ନମୁନା ପରୀକ୍ଷା ଟପିଲା ୫ ଲକ୍ଷ

timesnow

ନୂଆଦିଲ୍ଲୀ: ଚିନ୍ତା ବଢ଼ାଉଛି କରୋନା। ଗତ ଚାରି ମାସ ହେବ ଏହି କରୋନା ଭାଇରସ୍‌ ଆମ ଦେଶ ଭାରତରେ ଭୟର ଆତଙ୍କ ଖେଳାଇ ଚାଲିଛି। ପ୍ରତିଦିନ ପୁଳା ପୁଳା କରୋନା ପଜିଟିଭ୍‌ ବାହାରିିବା ଫଳରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ପାର୍‌ କରି ସାରିଲାଣି। କେବେ ହଟିବ ଏହି ସଂକଟ? କେବେ କରୋନା ଶୂନ୍ୟ ହେବ ଆମ ଦେଶ ଭାରତ? ଏହିପରି ପ୍ରଶ୍ନବାଚୀ ଏବେ ଅନେକଙ୍କ ଭିତରେ ସୃଷ୍ଟି ହୋଇଛି।

ନିକଟରେ ଏ ନେଇ ଏକ ସର୍ଭେ କରାଯାଇଛି। ସର୍ଭେରୁ ଜ‌ାଣିବାକୁ ମିଳିଛି ଯେ କରୋନା ଭାଇରସ୍‌ ବର୍ତ୍ତମାନ ଭାରତରେ ପୂରା ସକ୍ରିୟ ରହିଛି। ମାତ୍ର ମଧ୍ୟ-ଅକ୍ଟୋବର ବେଳକୁ ଭାରତରେ ଏହି ଭାଇରସ୍‌ର ପ୍ରକୋପ କମିବ। ଅକ୍ଟୋବର ମଧ୍ୟ ବେଳକୁ ଭାରତରେ କରୋନା ଭାଇରସ୍‌ର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ହଜାରରୁ କମ୍‌ ଥିବ ବୋଲି ଅନୁମାନ କରାଯାଉଛି।

ଉଲ୍ଲେଖଯୋଗ୍ୟ, ପୂରା ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨.୫ ମିଲିୟନ୍‌ ରହିଥିବା ବେଳେ ସୁସ୍ଥ ହେଲେଣି ୬.୮୯ ମିଲିୟନ୍‌। ୫୬୦ ହଜାର ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେହିପରିି ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮.୫୦ ଲକ୍ଷ ହୋଇଥିବା ବେଳେ ସୁସ୍ଥ ହେଲେଣି ୫.୩୫ ଲକ୍ଷ । ୨୨ ହଜାର ୬୭୪ ଜଣଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe