ଯୋଗ୍ୟ ପ୍ରାର୍ଥୀ: ଜାତିସଂଘ ନିରାପତ୍ତା ପରିଷଦ୍‌ ସ୍ଥାୟୀ ଆସନ ପାଇଁ ଭାରତକୁ ସମର୍ଥନ କଲା ରୁଷ୍‌

Advertisment
ଯୋଗ୍ୟ ପ୍ରାର୍ଥୀ: ଜାତିସଂଘ ନିରାପତ୍ତା ପରିଷଦ୍‌ ସ୍ଥାୟୀ ଆସନ ପାଇଁ ଭାରତକୁ ସମର୍ଥନ କଲା ରୁଷ୍‌

Image Courtesy of Reuters

ନ୍ୟୁୟର୍କ: ଜାତିସଂଘ ନିରାପତ୍ତା ପରିଷଦ୍‌ରେ ସ୍ଥାୟୀ ଆସନ ନିମନ୍ତେ ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍‌ରୋଭ୍‌ ଜାତିସଂଘ ସଂଯୁକ୍ତ ରାଷ୍ଟ୍ର ମହାସଭାର ୭୭ତମ ଅଧିବେଶନରେ ଭାରତକୁ ସମର୍ଥନ ଜଣାଇଛନ୍ତି।

ଜାତିସଂଘ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଉଦ୍‌ବୋଧନ ଦେଇ ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍‌ରୋଭ୍‌ କହିଛନ୍ତି ଯେ, ରୁଷ୍‌ ଭାରତକୁ ପ୍ରମୁଖ ଆନ୍ତର୍ଜାତି କାର୍ଯ୍ୟକର୍ତ୍ତା ଏବଂ ପରିଷଦ୍‌ରେ ସ୍ଥାୟୀ ସଦସ୍ୟତା ପାଇଁ ଯୋଗ୍ୟ ପ୍ରାର୍ଥୀ ଭାବେ ବିବେଚନା କରେ।

ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଗୁରୁତ୍ବର ସହ କହୁଛୁ ଆଫ୍ରିକା, ଏସିଆ ଓ ଲାଟିନ୍‌ ଆମେରିକାରୁ ପ୍ରତିନିଧି ଆଣି ପରିଷଦ୍‌କୁ ଅଧିକ ଗଣତାନ୍ତ୍ରିକ କରାଯିବା ଉଚିତ। ବିଶେଷ କରି ଭାରତ ଓ ବ୍ରାଜିଲ୍‌ ହେଉଛନ୍ତି ପ୍ରମୁଖ ଆନ୍ତର୍ଜାତିକ କାର୍ଯ୍ୟକର୍ତ୍ତା ଏବଂ ପରିଷଦ୍‌ର ସ୍ଥାୟୀ ସଦସ୍ୟତା ପାଇଁ ଯୋଗ୍ୟ ପ୍ରାର୍ଥୀ।

ଏଥିସହ ସେ ଆଫ୍ରିକାର ପ୍ରୋଫାଇଲ୍‌ ମଧ୍ୟ ଉତ୍ଥାପନ କରିଥିଲେ।

publive-image Image Courtesy of Zee News

ରୁଷ୍‌ ଉପରେ ଜାରି ହୋଇଥିବା କଟକଣା ପ୍ରସଙ୍ଗ ଉତ୍ଥାପନ କରି ସେ କହିଲେ, ଆମେରିକା ସମଗ୍ର ବିଶ୍ବକୁ ତା’ ବାଡ଼ିରେ ପରିଣତ କରିବାକୁ ଉଦ୍ୟମ କରୁଛି। ନିଜ ମିତ୍ର ଦେଶମାନଙ୍କ ସହ ମିଶି ତା’ ସହିତ ମତଭେଦ ଥିବା ଦେଶମାନଙ୍କୁ ବିଶ୍ବ ଦୃଷ୍ଟି ଆଢୁଆଳକୁ ନେଇଯିବା ପାଇଁ ଲାଗିଛି। କଟକଣାକୁ ସେ ପକ୍ଷପାତିତା ଏବଂ ବେଆଇ ବୋଲି କହି ସେ କହିଲେ ଯେ, ଏହା ଜାତିସଂଘ ଚାର୍ଟର୍‌କୁ ଉଲ୍ଲଂଘନ କରିବା ସହ ଔଷଧ, ଟିକା ଓ ଖାଦ୍ୟ ଆମଦାନିକୁ ଟାର୍ଗେଟ୍‌ କରି ଆମେରିକା ଗରିବ ଦେଶର ଗରିବ ଜନସାଧାରଣଙ୍କୁ ଶାସ୍ତି ଦେଉଛି।

ଏହି ଅଧିବେଶନରେ ଉଦ୍‌ବୋଧନ ଦେବା ବେଳେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଲେ ଯେ, ଆଫ୍ରିକା, ଏସିଆ ଏବଂ ଲାଟିନ୍‌ ଆମେରିକା ଭଳି ଦେଶରୁ ପ୍ରତିନିଧିତ୍ବ କରାଇ ମସ୍କୋ ନିରାପତ୍ତା ପରିଷଦ୍‌କୁ ଅଧିକ ଗଣତାନ୍ତ୍ରିକ କରିବାକୁ ଚାହୁଁଛନ୍ତି।

ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ପ୍ରସଙ୍ଗ ଉପସ୍ଥାପନ କରି ଜୟଶଙ୍କର କହିଲେ, କୂଟନୀତି ମାଧ୍ୟମରେ ଏହି ଯୁଦ୍ଧର ଅବସାନ ଘଟାଇବା ଆବଶ୍ୟକ। ଭାରତ ସଦାସର୍ବଦା ଶାନ୍ତି ପକ୍ଷରେ ରହିଛି ଓ ଅଟଳ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe