ndtv
ମୁମ୍ବାଇ: କରୋନା ଭୂତାଣୁକୁ ନେଇ ରାଜନୀତି କରୁଥିବା ଅଭିଯୋଗ କରି ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ବିରୋଧରେ ବିିବାଦୀୟ ବୟାନ ଦେଇଛନ୍ତି ଶିବସେନା ବିଧାୟକ ସଞ୍ଜୟ ଗାୟକୱାଡ। ମୋତେ କରୋନା ଭୂତାଣୁ ମିଳିଲେ ମୁଁ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ପାଟିରେ ଭର୍ତ୍ତି କରିଦେବି ବୋଲି କହିଛନ୍ତି ସଞ୍ଜୟ ଗାୟକୱାଡ।
ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କୁ ସମର୍ଥନ କରିବା ପରିବର୍ତ୍ତେ ବିଜେପି ନେତାମାନେ ସେମାନଙ୍କୁ ପରିହାସ କରୁଛନ୍ତି ଏବଂ ଏହି ସରକାର (ଶିବସେନା, ଏନସିପି ଏବଂ କଂଗ୍ରେସ) କିପରି ବିଫଳ ହେଉଛି ତାହା ଦେଖି ମଜା ନେଉଛନ୍ତି। ବିଜେପି ନେତା ଦେବେନ୍ଦ୍ର ଫଡନାଭିସ, ବିଜେପି ନେତା ପ୍ରବୀଣ ଡରେକର ଏବଂ ଚନ୍ଦ୍ରକାନ୍ତ ପାଟିଲ କରୋନା ଭଳି ମହାମାରୀ ସମୟରେ ରେମଡେସିଭିର ଇଞ୍ଜେକ୍ସନ ବିତରଣକୁ ନେଇ ହୀନ ରାଜନୀତି କରୁଛନ୍ତି। ମହାରାଷ୍ଟ୍ରରେ ଥିବା ରେମଡେସିଭର୍ ଉତ୍ପାଦନକାରୀ କମ୍ପାନିକୁ ମହାରାଷ୍ଟ୍ରକୁ ଯୋଗାଇ ନଦେବାକୁ କେନ୍ଦ୍ର କହିଛି। ସେମାନେ ମଧ୍ୟ ମହାରାଷ୍ଟ୍ରକୁ ଆବଶ୍ୟକ ଅମ୍ଳଜାନ ଯୋଗାଉ ନାହାଁନ୍ତି। ସେମାନେ ଗୁଜୁରାଟକୁ ରେମଡେସିଭିର ଇଞ୍ଜେକ୍ସନ ଦେବା ସହ ମହାରାଷ୍ଟ୍ରରର ଏକ ବିଜେପି କାର୍ଯ୍ୟାଳୟରୁ ମାଗଣାରେ ୫୦,୦୦୦ଭାଏଲ ଗୁଜୁରାଟକୁ ଯୋଗାଇ ଦେଉଛନ୍ତି। ମହାରାଷ୍ଟ୍ରରେ ଲୋକମାନେ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିଲେ ମଧ୍ୟ ସେମାନେ ସହଯୋଗ କରୁନାହାନ୍ତି। ଏଭଳି ସ୍ଥିତିରେ ମୋତେ କରୋନା ଭୂତାଣୁ ମିଳିଲେ ମୁଁ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ପାଟିରେ ଭର୍ତ୍ତି କରିଦେବି।
The Indian Expressସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ରାଜନୀତି କରିବାର ଏହା ସଠିକ ସମୟ କି? କେନ୍ଦ୍ର ଏବଂ ଫଡନାଭିସ୍ ସେମାନଙ୍କ କାର୍ଯ୍ୟକଳାପ ପାଇଁ ଲଜ୍ଜିତ ହେବା ଉଚିତ୍।
Follow Us