ଚୀନ୍‌ ନୁହେଁ, ବରଂ; ଭାରତରେ ମରିବାକୁ ପସନ୍ଦ କରିବି: ଦଲାଇ ଲାମା

Advertisment
ଚୀନ୍‌ ନୁହେଁ, ବରଂ; ଭାରତରେ ମରିବାକୁ ପସନ୍ଦ କରିବି: ଦଲାଇ ଲାମା

ଧର୍ମଶାଳା: ତିବ୍ଦତୀୟ ଆଧ୍ୟାତ୍ମିକ ନେତା ଦଲାଇ ଲାମା ଗୁରୁବାର ଦିନ କହିଛନ୍ତି ଯେ ସେ କୃତ୍ରିମ ତଥା କପଟୀ ଚୀନ୍‌ ଅଧିକାରୀଙ୍କ ପରିଚାଳିତ ଅଞ୍ଚଳ ପରିବର୍ତ୍ତେ ଭାରତର ପ୍ରକୃତ ଏବଂ ସ୍ନେହୀ ଲୋକମାନଙ୍କ ଦ୍ୱାରା ପରିବେଷ୍ଟିତ ସମାଜରେ ଶେଷ ନିଶ୍ୱାସ ନେବାକୁ ପସନ୍ଦ କରିବେ।

ଆମେରିକାର ଶାନ୍ତି ପ୍ରତିଷ୍ଠାନ (ୟୁଏସଆଇପି) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ହିମାଚଳ ପ୍ରଦେଶର ଧର୍ମଶାଳାସ୍ଥିତ ତାଙ୍କ ବାସଭବନରେ ଯୁବ ନେତାଙ୍କ ସହ ଦୁଇ ଦିନିଆ ଆଲୋଚନା ସମୟରେ ସେ ଏହି ମନ୍ତବ୍ୟ ଦେଇଛନ୍ତି।

‘ମୁଁ ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ କହିଥିଲି, ମୁଁ ଆଉ ୧୫-୨୦ ବର୍ଷ ବଞ୍ଚିବି, ଏଥିରେ କୌଣସି ପ୍ରଶ୍ନ ନାହିଁ। ଯେତେବେଳେ ମୁଁ ମରିବି, ମୁଁ ଭାରତରେ ମରିବାକୁ ପସନ୍ଦ କରିବି। କାରଣ ମୁଁ ଭାରତରେ ସେହି ଲୋକମାନଙ୍କ ଦ୍ୱାରା ଘେରି ହୋଇ ରହିଛି ଯେଉଁମାନେ କୃତ୍ରିମ ବା କପଟୀ ନୁହନ୍ତି। ଏମାନେ ନିଷ୍କପଟ ଭାବେ ସରଳ ହୃଦୟରେ ପ୍ରେମ ପ୍ରଦର୍ଶନ କରନ୍ତି। ମୁଁ ଚାଇନାର ଅତ୍ୟଧିକ କୃତ୍ରିମ ଓ କପଟୀ ଅଧିକାରୀଙ୍କ ଗହଣରେ ମରିବାକୁ ପସନ୍ଦ କରିବି ନାହିଁ। ମୁକ୍ତ ଗଣତନ୍ତ୍ର ସହିତ ମୁଁ ଏହି ଦେଶରେ ମରିବାକୁ ଅଧିକ ପସନ୍ଦ କରେ ବୋଲି ଦଲାଇ ଲାମା କହିଛନ୍ତି।

ଫେସବୁକରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ଏହି ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା ଆହୁରି ମଧ୍ୟ କହିଛନ୍ତି ଯେ ଜଣେ ବ୍ୟକ୍ତି ତା’ ମୃତ୍ୟୁ ସମୟରେ ତା’ ନିଜର ବିଶ୍ୱସ୍ତ ବନ୍ଧୁମାନଙ୍କ ଦ୍ୱାରା ଘେରି ରହିବା ଆବଶ୍ୟକ, ଯେଉଁମାନେ ପ୍ରକୃତରେ ତାଙ୍କୁ ସେମାନଙ୍କର ପ୍ରକୃତ ଭାବନା ଦେଖାଇଥାଆନ୍ତି।

ଦଲାଇ ଲାମା, ଯିଏ କି ତାଙ୍କର ନଜିସ୍ୱ ଜ୍ଞାନ ଆଧ୍ୟାତ୍ମିକ ଶିକ୍ଷା ଏବଂ ଗାଥାପୂର୍ଣ୍ଣ ରାଜନୈତିକ ମତ ପାଇଁ ସମଗ୍ର ବିଶ୍ୱରେ ଚଣେ ଅତି ସମ୍ମାନିତ ବ୍ୟକ୍ତି ଭାବରେ ପରିଗଣିତ ହୋଇଥାନ୍ତି। ମାତ୍ର ଚୀନ୍‌ କର୍ତ୍ତୃପକ୍ଷ ତାଙ୍କୁ ସନ୍ଦେହ ଚକ୍ଷୁରେ ଦେଖନ୍ତି। ଚୀନ୍‌ କର୍ତ୍ତୃପକ୍ଷ ତାଙ୍କୁ ପ୍ରାୟତଃ ଜଣେ ବିବାଦୀୟ ବ୍ୟକ୍ତି ଏବଂ ବିଚ୍ଛିନ୍ନତାବାଦୀ ବ୍ୟକ୍ତି ଭାବରେ ବିବେଚନା କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe