ପ୍ରିୟଙ୍କା ଗାନ୍ଧୀଙ୍କ ପତ୍ନୀଙ୍କ ନାମ ରବର୍ଟ ଭଦ୍ରା !

ପ୍ରିୟଙ୍କା ଗାନ୍ଧୀଙ୍କ ପତ୍ନୀଙ୍କ ନାମ ରବର୍ଟ ଭଦ୍ରା !

Breaking News at Headline English

ନୋଏଡା: ଉତ୍ତରପ୍ରଦେଶର ହାଥରସ୍‌ ଗଣଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ଏବଂ ତାଙ୍କ ପରିବାରକୁ ନ ଜଣାଇ ବିଳମ୍ବିତ ରାତିରେ ପୁଲିସ ଦ୍ବାରା ଅନ୍ତିମ ସଂସ୍କାର କରାଯିବା ଘଟଣାକୁ ନେଇ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ଗତକାଲି ପୀଡ଼ିତା ପରିବାର ପ୍ରତି ସମବେଦନା ଜଣାଇବା ଲାଗି କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ଦିଲ୍ଲୀରୁ ହାଥରସ୍‌ ଯାଉଥିବା ବେଳେ ସେମାନେ ଅପ୍ରୀତିକର ପରିସ୍ଥିିତିର ସମ୍ମୁଖୀନ ହୋଇଥିଲେ । ୟୁପି(ଉତ୍ତରପ୍ରଦେଶ) ପୁଲିସ ସେମାନଙ୍କୁ ବାଟରେ ଅଟକାଇଥିଲା ।

ଗ୍ରେଟର ନୋଏଡାର ଇକୋଟେକ ପୁଲିସ ଷ୍ଟେସନରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବଂ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି। ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ୨୦୩ଜଣ କଂଗ୍ରେସ ନେତାଙ୍କ ବିରୋଧରେ ପୁଲିସ ଏତଲା ରୁଜୁ କରିଛି। ଏତଲାରେ କଂଗ୍ରେସ ନେତାଙ୍କ ବିରୋଧରେ ଅନେକ ସଙ୍ଗୀନ ଧାରା ଲାଗୁ କରାଯାଇଛି | ତେବେ ବର୍ତ୍ତମାନ ନୋଏଡା ପୁଲିସର କିଛି ତ୍ରୁଟି ଏହି ଏଫଆଇଆରରେ ପ୍ରକାଶ ପାଇଛି।

publive-image Photo-aajtak

ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ପ୍ରାୟ ଦୁଇଶହ କଂଗ୍ରେସ ନେତାଙ୍କ ଉପରେ ନୋଏଡା ପୁଲିସ ପକ୍ଷରୁ ଦାଖଲ କରାଯାଇଥିବା ଏତଲାରେ ଭୁଲ ତଥ୍ୟ ଲେଖାଯାଇଛି | ଏହି ଏତଲାରେ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି ବୋଲି ବର୍ଣ୍ଣନା କରାଯାଇଥିବାବେଳେ ସେ ଗତ ଏକ ବର୍ଷ ଧରି ଏହି ପଦବୀରେ ନାହାଁନ୍ତି  ବୋଲି କୁହାଯାଇଛି । କେବଳ ଏତିକି ନୁହେଁ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମ୍ପର୍କୀୟଙ୍କ ନାମ ସ୍ଥାନରେ ସ୍ୱାମୀ ରବର୍ଟ ଭଦ୍ରାଙ୍କ ବଦଳରେ ପତ୍ନୀ ରବର୍ଟ ଭଦ୍ରା ବୋଲି ଲେଖାଯାଇଛି। ଏହି ଏଫଆଇଆର ନୋଏଡା ପୁଲିସର ଏଭଳି ହାସ୍ୟାସ୍ପଦ ତ୍ରୁଟିକୁ ସାମ୍ନାକୁ ଆଣିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe