ଭୁଲ୍‌ କୋଭିଡ୍‌ ତଥ୍ୟ ପାଇଁ ଭାରତ ଅନ୍ଧାରରେ: ବିଶେଷଜ୍ଞ

Advertisment
ଦିନକରେ ୬୭ ହଜାର ମାମଲା, ମୃତ୍ୟୁସଂଖ୍ୟାରେ ବ୍ରି‌ଟେନ୍‌କୁ ଟପିଗଲା ଭାରତ

Image Courtesy of India TV News

ନୂଆଦିଲ୍ଲୀ: ମହାମାରୀ କୋଭିଡ୍‌ର ପ୍ରକୋପ ଏବେ ଭାରତର ଦୁର୍ବଳ ସ୍ବାସ୍ଥ୍ୟବ୍ୟବସ୍ଥାକୁ କବଳିତ କରି ରଖିଥିବା ବେଳେ ତାହା ଏବେ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବା ଅବସ୍ଥାରେ ପହଞ୍ଚିଛି। ଏଥି ସହିତ ସ୍ବାସ୍ଥ୍ୟ ବ୍ୟବସ୍ଥା ସହ ଜଡ଼ିତ ବିଭିନ୍ନ ଭ୍ରମାତ୍ମକ ପରିସରଗୁଡ଼ିକର ପର୍ଦ୍ଦଫାସ ହେବାରେ ଲାଗିଛି। ଦେଶର କୋଭିଡ୍‌ ଲଢ଼େଇର ପ୍ରମୁଖ କର୍ଣ୍ଣଧାର ତଥା ପ୍ରଧାନମନ୍ତ୍ରୀଙ୍କ ଭରସାଯୋଗ୍ୟ ଯୋଦ୍ଧା ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ ବରିଷ୍ଠ ସରକାରୀ ଅଧିକାରୀ ଦେଶର ସ୍ବଳ୍ପ କୋଭିଡ୍‌ ମୃତ୍ୟୁହାରକୁ ଏକ ସଫଳ କାହାଣୀ ଭାବେ ବର୍ଣ୍ଣନା କରି ଆସିଛନ୍ତି। ଗତ ଜୁନ୍‌ରେ ଭାରତରେ କୋଭିଡ୍‌ ମୃତ୍ୟୁହାର ବିଶ୍ବମୃତ୍ୟୁହାର ସମେତ ଆମେରିକା, ବ୍ରାଜିଲ ଓ ୟୁକେ ଆଦି ଦେଶର କୋଭିଡ୍‌ ମୃତ୍ୟୁହାରଠାରୁ ଯଥେଷ୍ଟ କମ୍‌ ଥିଲା ବୋଲି ଶାହ କହିଥିଲେ। ବିକଶିତ ରାଷ୍ଟ୍ରମାନଙ୍କ ତୁଳନାରେ ଭାରତ ପରି ବିକାଶଶୀଳ ଦେଶରେ କରୋନା ଲଢ଼େଇ ବେଶ ଉତ୍ସାହପ୍ରଦ ବୋଲି ପରୋକ୍ଷରେ ସେ ଇଙ୍ଗିତ କରିଥିଲେ। କୋଭିଡ୍‌ ସମ୍ପ୍ରତି ବିଶ୍ବର ଦ୍ରୁତତମ ସଂକ୍ରାମକ ମହାମାରୀ ହେବା ସହ ଭାରତରେ ଏହାର ତୃତୀୟ ସର୍ବାଧିକ ସଂକ୍ରମିତ ଦେଖାଯାଇଥିବା ବେଳେ ସରକାରୀ ସୂଚନା ମୁତାବକ ଏଠାରେ କୋଭିଡ୍‌ ମୃତ୍ୟୁହାର ଆମେରିକା ତୁଳନାରେ ୨୦ ଗୁଣରୁ କମ୍‌। ମାତ୍ର ପ୍ରକୃତ ତଥ୍ୟ ପରିବେଷଣରେ ଭାରତର ଗୁରୁତର ତ୍ରୁଟି ରହିଛି ବୋଲି ସ୍ବାଧୀନ ସଂସ୍ଥାର ବିଶେଷଜ୍ଞମାନେ ଇସାରା କରିବା ସହ ଏ ଦିଗରେ ପ୍ରକୃତ ତଥ୍ୟ ସଂଗ୍ରହ ହିଁ ଦେଶକୁ କୋଭିଡ୍‌ ନିୟନ୍ତ୍ରଣରେ ସହାୟକ ହେବ ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି।

ଦୁର୍ବଳ ତଥ୍ୟ ସଂଗ୍ରହ ଓ ଅତିରଞ୍ଜିତ ତଥ୍ୟ ସଂସ୍କୃତି ସାଙ୍ଗକୁ ଦୁର୍ନୀତିଖୋର ଅମଲାତନ୍ତ୍ର ହିଁ ଏଭଳି ସମସ୍ୟା ଆଣିଥାଏ ବୋଲି ବାଲ୍ଟିମୋର ସ୍ଥିତ ଜନ୍‌ସ ହପ୍‌କିନ୍‌ସ ବିଶ୍ବବିଦ୍ୟାଳୟର ବ୍ୟାବହାରିକ ଅର୍ଥଶାସ୍ତ୍ର ବିଭାଗ ପ୍ରଫେସର ଷ୍ଟିଭ୍‌ ଏଚ୍‌ ହାଙ୍କେ କହିଛନ୍ତି। ବିଶେଷ କରି ସ୍ବାସ୍ଥ୍ୟ କ୍ଷେତ୍ରରେ କୌଣସି ସଠିକ୍‌ ତଥ୍ୟ ନପାଇ କିମ୍ବା ଭୁଲ୍‌ ତଥ୍ୟ ଉପରେ ସାର୍ବଜନୀନ ଯୋଜନା ପ୍ରସ୍ତୁତ କରିବାଟା ଜଣେ ବିମାନ ଚାଳକ ଅନ୍ଧ ଭାବରେ ବିମାନ ଉଡ଼ାଇବା ସଙ୍ଗେ ସମାନ ବୋଲି ସେ କହିଛନ୍ତି। ଅପରପକ୍ଷେ, କୋଭିଡ୍‌ ସଂକ୍ରମଣ ଯେତେବେଳେ ଗ୍ରାମାଞ୍ଚଳକୁ ବ୍ୟାପିବା ଆରମ୍ଭ କରିସାରିଛି, ସେତେବେଳେ ପ୍ରକୃତ ମୃତ୍ୟୁହାର ତଥ୍ୟ ନପାଇବା ପରିସ୍ଥିତିକୁ ଆହୁରି ଗମ୍ଭୀର କରିଦେବ ବୋଲି ଦିଲ୍ଲୀ ସ୍ଥିତ ପିପୁଲ୍‌ସ ହେଲ୍‌ଥ ମୁଭ୍‌ମେଣ୍ଟ୍‌ର ଆନ୍ତର୍ଜାତିକ ସଂଯୋଜକ ଟି. ସୁନ୍ଦରରମଣ କହିଛନ୍ତି।ଏଥି ସହିତ ତଥ୍ୟ ସଂଗ୍ରହରେ ବିଳମ୍ବ ହିଁ କରୋନାଭୂତାଣୁ ସଂକ୍ରମଣ ଓ ତଜ୍ଜନିତ ମୃତ୍ୟୁ ମଧ୍ୟରେ ତାଳମେଳ ଆଣିବାରେ ବିଫଳ ହେଉଛି। ଉଦାହରଣ ସ୍ବରୂପ ଆଜି ସଂଗୃହୀତ ହୋଇଥିବା ମୃତ୍ୟୁସଂଖ୍ୟା ତଥ୍ୟ ପନ୍ଦର ଦିନ ତଳର ସଂକ୍ରମିତ ସଂଖ୍ୟା ସଂଗେ ସଂଯୋଗ କରାଯାଉଛି। ତେବେ ଏହି ପନ୍ଦର ଦିନ ଭିତରେ ଆହୁରି ୫ ଲକ୍ଷରୁ ଅଧିକ ସଂକ୍ରମିତ ହୋଇ ସାରିଥିବେ ବୋଲି ସୁନ୍ଦରରମଣ ସତର୍କ କରାଇ ଦେଇଛନ୍ତି। ସଦ୍ୟ ମୃତ୍ୟୁହାର ସହ ସଦ୍ୟ ସଂକ୍ରମିତଙ୍କ ସଂଖ୍ୟା ବିଚାରକୁ ନେଲେ ଭାରତରେ ଏକ ଲକ୍ଷରେ କୋଭିଡ୍‌ ମୃତ୍ୟୁହାର ବର୍ତ୍ତମାନ କୁହାଯାଉଥିବା ୨.୮୨ ବଦଳରେ ୬ ପାଖାପାଖି ହୋଇଯିବ ବୋଲି ସେ ଆକଳନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe