ସ୍ବାଭାବିକ ହେଉଛି କରୋନାର କେନ୍ଦ୍ର ଉହାନ୍‌ : ୭୬ ଦିନ ପରେ ହଟିଲା ଲକ୍‌ଡାଉନ୍‌

Advertisment

ଲକ୍ଷାଧିକ ଲୋକ ସହର ଛାଡ଼ିବାକୁ ପ୍ରସ୍ତୁତ, ରାସ୍ତାରେ ପୁଣି ଚାଲିଲା ବସ୍‌ ,କାର୍‌

ଲକ୍ଷାଧିକ ଲୋକ ସହର ଛାଡ଼ିବାକୁ ପ୍ରସ୍ତୁତ, ରାସ୍ତାରେ ପୁଣି ଚାଲିଲା ବସ୍‌ ,କାର୍‌

ଉହାନରେ ଆଉ ୩୦୦ କରୋନା ଆକ୍ରାନ୍ତ ଚିହ୍ନଟ

IndiaToday

ନୂଆଦିଲ୍ଲୀ : କରୋନା ଭାଇରସ୍‌ର କେନ୍ଦ୍ରସ୍ଥଳ ଉହାନ୍‌ ସହର। ଚୀନ୍‌ର ଉହାନ୍‌ରୁ କରୋନା ଭାଇରସ୍‌ର ଉତ୍ପତ୍ତି ହୋଇଥିଲା। ତେବେ ଦୀର୍ଘ ୭୬ ଦିନ ପରେ ଉହାନ୍‌ରୁ ଲକ୍‌ଡାଉନ୍‌ ହଟିଛି। ଦୀର୍ଘ ଦିନର ବନ୍ଦୀ ଜୀବନ କଟାଇବା ପରେ ଏବେ ଲୋକେ ଟିକେ ଆଶ୍ବସ୍ତ ହୋଇଛନ୍ତି। କିନ୍ତୁ ମନରୁ ଭୟ ଯାଇନି। ହଜାର ହଜାର ଲୋକ ଆନନ୍ଦିତ ହୋଇଛନ୍ତି। ପୁଣି ଲକ୍ଷାଧିକ ଲୋକ ଭୟରେ ଉହାନ୍‌ ସହର ଛାଡ଼ିଦେବାକୁ ପ୍ରସ୍ତୁତ ହୋଇଛନ୍ତି। ୧୧ ନିୟୁତ ଜନସଂଖ୍ୟା ରହୁଥିବା ଉହାନ୍‌କୁ ଚୀନ୍‌ ବିଳମ୍ବିତ ଜାନୁଆରିରେ ସିଲ୍‌ କରିଦେଇଥିଲା। ଭାଇରସ୍‌ ରୋକିବାପାଇଁ ଚୀନ୍‌ ପାଖରେ ଏହି ଗୋଟିଏ ହିଁ ବାଟ ଥିଲା। ଚୀନ୍‌ରେ ସମସ୍ତ ମୃତ୍ୟୁର ୮୦ ପ୍ରତିଶତ କେବଳ ଉହାନ୍‌ରୁ ହିଁ ଥିଲା। ଏଠାରେ କରୋନା ଯୋଗୁଁ ୨୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏବେ ଉହାନ୍‌ରୁ ଲଗାତାର ଅନେକ ଦିନ ଧରି ନୂଆ ମାମଲା ନଆସିବା ପରେ ଉହାନ୍‌ରୁ ଲକ୍‌ଡାଉନ୍‌ ହଟାଯାଇଛି।

ସରକାରୀ ଆକଳନ ଅନୁଯାୟୀ ଫସିଥିବା ପ୍ରାୟ ୫୫,୦୦୦ ହଜାର ଲୋକ ପ୍ରଥମ ପର୍ଯ୍ୟାୟରେ ବୁଧବାର ଉହାନ୍‌ ଛାଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି। ଆଜି ସକାଳେ ଉହାନ୍‌ର ରାସ୍ତାରେ ବସ୍‌ ଏବଂ କାର୍‌ ଚାଲିଛି। ମଧ୍ୟରାତ୍ରିରୁ ଯାତ୍ରା କଟକଣା ହଟିବାପରେ ରାସ୍ତା ଉପରେ ଥିବା ବ୍ୟାରିକେଡ୍‌ ବି ହଟାଇ ଦିଆଯାଇଛି। କରୋନା ବିଶ୍ବ ମହାମାରୀ ପାଇଁ ଉହାନ୍‌କୁ ବହୁ ମୂଲ ଦେବାକୁ ପଡ଼ିଛି ଏବଂ ଉହାନ୍‌ ଜନସାଧାରଣ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ତେବେ ଉହାନ୍‌ରୁ ଲକ୍‌ଡାଉନ୍‌ ହଟିଥିଲେ ବି ହେଲଙ୍ଗଜିଆଙ୍ଗର ଉତ୍ତର ପ୍ରଦେଶରେ ନୂଆ କରୋନା ମାମଲା ଦେଖିବାକୁ ମିଳିଛି। ଏଠାରେ ଦିନକୁ ୨୫ରୁ ଅଧିକ ମାମଲା ସାମ୍ନାକୁ ଆସୁଛି। ତେବେ ଉହାନ୍‌ରୁ କଟକଣା ହଟିଥିଲେ ମଧ୍ୟ ଚୀନ୍‌ର ଏକ ରାଷ୍ଟ୍ରାୟତ୍ତ ଗଣମାଧ୍ୟମରେ ଆଜି କୁହାଯାଇଛି ଯେ, ଲକ୍‌ଡାଉନ୍‌ ଉଠିଯିବାର ମାନେ ନୁ‌ହେଁ ଯେ, ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହରାଇଦେବା। କୌଣସି ଆବଶ୍ୟକ ନଥିଲେ ଉହାନ୍‌ ବା‌ସିନ୍ଦାଙ୍କୁ ମଧ୍ୟ ସେମାନଙ୍କ ପଡ଼ୋଶୀ, ସହର ଏବଂ ଏପରିକି ପ୍ରଦେଶକୁ ଯିବାପାଇଁ ମନା କରାଯାଇଛି। ଉହାନ୍‌ରୁ ଯେଉଁମାନେ ବେଜିଂ ଯିବେ ସେମାନଙ୍କର ୨ଥର ଟେଷ୍ଟ୍‌ କରାଯିବ। ଚୀନ୍‌ରେ ୍ରଥମ ଥର ପାଇଁ ବିଗତ ଦୁଇ ଦିନ ମଧ୍ୟରେ କରୋନା ଯୋଗୁଁ କୌଣସି ମୃତ୍ୟୁ ହୋଇନାହିଁ ବୋଲି ଏନ୍‌ଏଚ୍‌ସି (ଜାତୀୟ ସ୍ବାସ୍ଥ୍ୟ କମିସନ୍‌) ପକ୍ଷରୁ କୁହାଯାଇଛି। ହୁବେଇରେ କ‌ରୋନା ଯୋଗୁଁ ୮୧,୦୦୦ରୁ ଅଧିକ ଲୋକ ଭାଇାରସ୍‌ ଆକ୍ରାନ୍ତ ହୋଇଛନ୍ତି ଏବଂ ୩,୩୦୦ରୁ ଅଧିକ ‌ଲୋକଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe