ଟୋକିଓ: ଇସ୍ରାଏଲ ଉପରେ ଇରାନ ପକ୍ଷରୁ କ୍ଷେପଣାସ୍ତ୍ର ଆକ୍ରମଣପରେ ବିଶ୍ବରେ ୩ୟ ବିଶ୍ବଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ଦେଖାଦେଇଛି । ସେପଟେ ଜାପାନର ଏକ ଏୟାରପୋର୍ଟରେ ପୋତିହୋଇଥିବା ୨ୟ ବିଶ୍ବଯୁଦ୍ଧକାଳୀନ ଏକ ବୋମା ବିସ୍ଫୋରଣ ହେବାପରେ ଆତଙ୍କ ଖେଳିଯାଇଛି । ଏହି ବିସ୍ଫୋରଣ ପରେ ମାଟିରେ ଏକ ବିରାଟ ଗର୍ଭ ସୃଷ୍ଟି ହୋଇଥିଲା। ଫଳରେ ବିମାନବନ୍ଦର ଅଧିକାରୀ ଓ ବିମାନ ଯାତ୍ରୀଙ୍କ ମଧ୍ୟ ଆତଙ୍କ ଖେଳିଯାଇଛି ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଜାପାନର ଏକ ବିମାନ ବନ୍ଦରରେ ପୋତି ହୋଇରହିଥିବା ଏକ ଆମେରିକୀୟ ବୋମା, ଯାହାକି ଆଜି ବିସ୍ଫୋରଣ ହୋଇଛି । ଫଳରେ ଟ୍ୟାକ୍ସିୱେରେ ପ୍ରବଳ ଫାଟ ସୃଷ୍ଟି ହୋଇଥିଲା ଏବଂ ୮୦ରୁ ଅଧିକ ବିମାନ ବାତିଲ କରିବାକୁ ପଡ଼ିଥିଲା।
ତଦନ୍ତରୁ ଜଣାପଡିଛି ଯେ ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଜାପାନର ଏକ ବିମାନ ବନ୍ଦରରେ ପୋତି ହୋଇରହିଥିବା ଏକ ଆମେରିକୀୟ ବୋମା, ଯାହାକି ଆଜି ବିସ୍ଫୋରଣ ହୋଇଛି । ଫଳରେ ଟ୍ୟାକ୍ସିୱେରେ ପ୍ରବଳ ଫାଟ ସୃଷ୍ଟି ହୋଇଥିଲା ଏବଂ ୮୦ରୁ ଅଧିକ ବିମାନ ବାତିଲ କରିବାକୁ ପଡ଼ିଥିଲା। ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ଜାପାନର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ବିଶ୍ୱ ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଆତଙ୍କିତ ଥିବା ବେଳେ ଏହି ବୋମା ବିସ୍ଫୋରଣ ହୋଇଛି ।
ଲ୍ୟାଣ୍ଡସ୍ ଆଣ୍ଡ ଟ୍ରାନ୍ସପୋର୍ଟ ମନ୍ତ୍ରଣାଳୟ ର ଅଧିକାରୀମାନେ କହିଛନ୍ତି ଯେ ଯେତେବେଳେ ବୋମା ବିସ୍ଫୋରଣ ହୋଇଥିଲା ସେତେବେଳେ ଦକ୍ଷିଣ-ପଶ୍ଚିମ ଜାପାନର ମିଆଜାକି ବିମାନବନ୍ଦରରେ କୌଣସି ବିମାନ ନଥିଲା। ଫଳରେ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ମିଳିଥିଲା। ସେଲ୍ଫ ଡିଫେନ୍ସ ଫୋର୍ସ ଏବଂ ପୋଲିସର ତଦନ୍ତରୁ ଜଣାପଡିଛି ଯେ ଏହି ବିସ୍ଫୋରଣ ଆମେରିକାର ଏକ ୫୦୦ ପାଉଣ୍ଡର ବୋମା ଯୋଗୁଁ ହୋଇଥିଲା ଏବଂ ଏଥିରେ ଆଉ କୌଣସି ବିପଦ ନାହିଁ । କେଉଁ କାରଣରୁ ହଠାତ୍ ବିସ୍ଫୋରଣ ଘଟିଲା ତାହା ଜାଣିବାକୁ ଚେଷ୍ଟା କରୁଛନ୍ତି।
Follow Us