ଇଣ୍ଟରନେଟକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖିବେ ଜିନପିଙ୍ଗ

Advertisment
ଇଣ୍ଟରନେଟକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖିବେ ଜିନପିଙ୍ଗ

ବେଜିଂ : ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ବିରୋଧୀ ନେତାମାନଙ୍କୁ ଦମନ କରିବା ପାଇଁ ଇଣ୍ଟରନେଟକୁ ସମ୍ପୂର୍ଣ୍ଣ ନିଜ ନିୟନ୍ତ୍ରଣରେ ରଖିବାକୁ ଯୋଜନା କରିଛନ୍ତି। ସେ ଏକ ‘ସ୍ମାର୍ଟ ଗଭର୍ଣ୍ଣାନ୍ସ’ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି, ଯାହାଦ୍ବାରା ସାମାଜିକ ଓ ରାଜନୈତିକ ନିୟନ୍ତ୍ରଣ ତାଙ୍କ ହାତରେ ରହିବ। ସ୍ମାର୍ଟ ଗଭର୍ଣ୍ଣାନ୍ସ ହେଉଛି ଇଣ୍ଟରନେଟ୍ ମାଧ୍ୟମରେ ପ୍ରଶାସନିକ ପ୍ରକ୍ରିୟାର ଅନ୍ୟନାମ। ଏଥିରେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ (ଏଆଇ), ବୃହତ୍ ଡାଟା ଓ କ୍ଲାଉଡ୍ କମ୍ପ୍ୟୁଟିଂ ଆଦିର ଭୂମିକା ରହିବ। ଚୀନ୍‌ର ସାଇବରସ୍ପେସ୍ ଟେକ୍ନିକାଲ ଆଡ୍‌ମିନିଷ୍ଟ୍ରେସନରୁ ଏଆଇ ପ୍ରଶାସନକୁ ପରିବର୍ତ୍ତିତ ହେବ। ଚୀନ୍‌ କମ୍ୟୁନିଷ୍ଟ ପାର୍ଟିରେ ଗତ କିଛିଦିନ ହେଲା ଆଭ୍ୟନ୍ତରୀଣ କଳହ ବଢ଼ିବା ସହ ଜିନପିଙ୍ଗ୍‌ଙ୍କ ନୀତିକୁ ସମାଲୋଚନା ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe