କରୋନା ମହାମାରୀକୁ ନେଇ ମୋଦୀଙ୍କୁ ଚିଠି ଲେଖିଲେ ଜିନପିଙ୍ଗ, ସ୍ଥିତିକୁ ନେଇ ଜଣାଇଲେ ସହାନୁଭୂତି

Advertisment
କରୋନା ମହାମାରୀକୁ ନେଇ ମୋଦୀଙ୍କୁ ଚିଠି ଲେଖିଲେ ଜିନପିଙ୍ଗ, ସ୍ଥିତିକୁ ନେଇ ଜଣାଇଲେ ସହାନୁଭୂତି

photo-zee news

ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀରେ ଭାରତକୁ ସାହାଯ୍ୟ କରିବା ପରିବର୍ତ୍ତେ ଚିକିତ୍ସା ଉପକରଣ ଯୋଗାଣରେ ବାଧା ସୃଷ୍ଟି କରୁଥିବା ଚୀନ୍ ଦେଖାଣିଆ ସମବେଦନା ଜଣାଇଛି। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଭାରତରେ କରୋନା ମୃତ୍ୟୁକୁ ସମବେଦନା ଜଣାଇଛନ୍ତି। ସି ଜିନପିଙ୍ଗ ଶୁକ୍ରବାର ଦିନ ପଠାଇଥିବା ଏକ ଚିଠିରେ କହିଛନ୍ତି ଯେ 'ଭାରତରେ କରୋନା ଭାଇରସର ପ୍ରକୋପକୁ ନେଇ ଚୀନ୍ ନାଗରିକ ଏବଂ ସରକାରଙ୍କ ତରଫରୁ ଗଭୀର ଉଦବେଗ ପ୍ରକାଶ କରିଛନ୍ତି।

ସଙ୍କଟ ସମୟରେ ସେ ଭାରତ ସରକାର ଏବଂ ଏହାର ଲୋକଙ୍କ ପ୍ରତି ସହାନୁଭୂତି ଜଣାଉଛନ୍ତି'। ଗତ ବର୍ଷ ଲଦାଖର ଗାଲଭାନରେ ଦୁଇ ଦେଶ ମଧ୍ୟରେ ତୀବ୍ର ସଂଘର୍ଷ ପରେ ଚୀନ୍ ଏବଂ ଭାରତ ମଧ୍ୟରେ ଶୀର୍ଷ ସ୍ତରରେ ଏହା ହେଉଛି ପ୍ରଥମ ଚିଠି। ଗତ ବର୍ଷ ଗାଲଭାନରେ ସଂଘର୍ଷ ପରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ନିଜ ମଧ୍ୟରେ ଅନେକ ଥର କଥା ହୋଇଛନ୍ତି। ଏଥି ସହିତ ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀମାନେ ମଧ୍ୟ ପରସ୍ପରକୁ ଭେଟିଛନ୍ତି। ତେବେ ସି ଜିନପିଙ୍ଗ ଏବଂ ମୋଦୀଙ୍କ ମଧ୍ୟରେ ଏପର୍ଯ୍ୟନ୍ତ କୌଣସି ଯୋଗାଯୋଗ ହୋଇପାରିନଥିଲା ।

ସି ଜିନପିଙ୍ଗ ମୋଦୀଙ୍କୁ ଲେଖିଥିବା ଏକ ଚିଠିରେ କହିଛନ୍ତି ଯେ ' ଏକତା ଏବଂ ସହଯୋଗ ଦ୍ୱାରା ବିଶ୍ୱର ଦେଶମାନେ ମହାମାରୀକୁ ପରାସ୍ତ କରିପାରିବେ। ଚୀନ୍ ଭାରତକୁ କରୋନା ଭାଇରସ୍ ମହାମାରୀକୁ ମୁକାବିଲା କରିବାରେ ସହାୟତା କରିବାକୁ ପ୍ରସ୍ତୁତ। ମୁଁ ନିଶ୍ଚିତ ଯେ ଭାରତ ସରକାରଙ୍କ ନେତୃତ୍ୱରେ ଭାରତୀୟ ଲୋକମାନେ ନିଶ୍ଚିତ ଭାବରେ ମହାମାରୀକୁ ପରାସ୍ତ କରିବେ' |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe