ଛିଣ୍ଡିଗଲା ଝୁଲା ପୋଲର ଦଉଡ଼ି; ନଦୀକୁ ଖସି ପଡ଼ିବାରୁ ୫ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ, ୨୪ଜଣ ଆହତ

Advertisment

ଉତ୍ତର-ପଶ୍ଚିମ ଚୀନର ସିନଜିଆଙ୍ଗର ଇଲି କଜାକ ପ୍ରଦେଶର ଝାଓସୁ କାଉଣ୍ଟି ନିକଟରେ ଏକ ଝୁଲା ପୋଲ ଭୁଶୁଡ଼ି ପଡ଼ିବାରୁ ଘଟଣାସ୍ଥଳରେ ୫ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ଜଣ ଆହତ ହୋଇଛନ୍ତି। 

ଉତ୍ତର-ପଶ୍ଚିମ ଚୀନର ସିନଜିଆଙ୍ଗର ଇଲି କଜାକ ପ୍ରଦେଶର ଝାଓସୁ କାଉଣ୍ଟି ନିକଟରେ ଏକ ଝୁଲା ପୋଲ ଭୁଶୁଡ଼ି ପଡ଼ିବାରୁ ଘଟଣାସ୍ଥଳରେ ୫ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ଜଣ ଆହତ ହୋଇଛନ୍ତି। 

New Project (4)

ନୂଆଦିଲ୍ଲୀ:ଉତ୍ତର-ପଶ୍ଚିମ ଚୀନର ସିନଜିଆଙ୍ଗର ଇଲି କଜାକ ପ୍ରଦେଶର ଝାଓସୁ କାଉଣ୍ଟି ନିକଟରେ ଏକ ଝୁଲା ପୋଲ ଭୁଶୁଡ଼ି ପଡ଼ିବାରୁ ଘଟଣାସ୍ଥଳରେ ୫ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ଜଣ ଆହତ ହୋଇଛନ୍ତି। 

ସୂଚନାଯୋଗ୍ୟ, ସିନଜିଆଙ୍ଗର ଇଲି କାଜାକ ପ୍ରଦେଶର ଝାଓସୁ କାଉଣ୍ଟି ନିକଟରେ ଥିବା ଝୁଲା ପୋଲରେ ଏହି ଦୁର୍ଘଟଣା ଘଟିଛି। ଉକ୍ତ ପୋଲଟି ଶିୟାଟା ନାମକ ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ନିକଟରେ ଅବସ୍ଥିତ। ପର୍ଯ୍ୟଟକମାନେ ଉକ୍ତ ଝୁଲାପୋଲ ଉପରେ ଛିଡ଼ା ହୋଇ ପ୍ରାକୃତିକ ଦୃଶ୍ୟର ମଜା ନେଉଥିବା ବେଳେ ହଠାତ ଏହାର ଦଉଡ଼ି ଛିଣ୍ଡି ଯାଇଥିଲା। ଫଳରେ ପୋଲର ଗୋଟିଏ ପାର୍ଶ୍ବ ନଦୀ ଆଡକୁ ଢ଼ଳି ପଡ଼ିଥିଲା।

କେହି କିଛି ବୁଝିବା ପୂର୍ବରୁ ଜଣକ ପରେ ଜଣେ ଏପରି ଭାବେ ୩୦ରୁ ଅଧିକ ପର୍ଯ୍ୟଟକ ନଦୀ ଭିତରକୁ ଖସି ପଡ଼ିଥିଲେ। ନଦୀ ଭିତରେ ଥିବା ପଥରରେ ମାଡ଼ ହୋଇ ୫ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ଜଣ ଆହତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ସେହିପରି ଏହି ଦୁର୍ଘଟଣାରେ ଅନେକ ପର୍ଯ୍ୟଟକ ନଦୀ ସୁଅରେ ଭାସିଯାଇଥିବା ପ୍ରତ୍ୟେକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ ପାଇଛି। ଆହତମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। 

ପୋଲ ଛିଣ୍ଡିଯିବା ପରେ ପ୍ରଶାସନ ସଙ୍ଗେସଙ୍ଗେ ଉକ୍ତ ପର୍ଯ୍ୟଟନ ସ୍ଥଳକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରିଦେଇଛି। ଘଟଣାର କାରଣ ଜାଣିବ‌ା ପାଇଁ ଏକ ସ୍ବତନ୍ତ୍ର ଦଳ  ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଯାଇଛି।

ଏହି ଛାତିଥରା ଦୁର୍ଘଟଣାର  ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଦଉଡ଼ି ଛିଣ୍ଡିବା ପ‌ରେ ଝୁଲପୋଲଟି ଗୋଟିଏ ପାର୍ଶ୍ବକୁ ଢଳି ପଡ଼ିଥିବା ବେଳେ ଏହା ଉପରେ ଥିବା ପର୍ଯ୍ୟଟକମାନେ ଚିତ୍କାର କରି ନଦୀ ଗର୍ଭକୁ ଖସି ପଡ଼ୁଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe