Image Courtesy of ANI
ନୂଆଦିଲ୍ଲୀ: ବାଲେଶ୍ବରର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗର ପ୍ରାୟ ୫୦ କିଲୋମିଟର ଦୂରରେ ‘ଅତି ଉଗ୍ର ସାମୁଦ୍ରିକ ବାତ୍ୟା ‘ୟାସ୍’ କେନ୍ଦ୍ରିଭୂତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ସୂଚନାରୁ ଜଣାପଡ଼ିଛି। ଏଥିସହ ସକାଳ ୯ଟା ବେଳେ ‘ୟାସ୍’ର ‘ଲ୍ୟାଣ୍ଡ୍ଫଲ୍’ ବା ‘ସ୍ଥଳଭାଗରେ ପଡ଼ିବା’ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
ବାତ୍ୟା ଆସନ୍ନ କାରଣରୁ ଭଦ୍ରକ ଜିଲ୍ଲା ତଥା ଧାମରା ଅନ୍ତର୍ଗତ ଉପକୂଳବର୍ତ୍ତୀ ଅଞ୍ଚଳରେ ତୁହାକୁ ତୁହା ବର୍ଷା ସହ ପବନ ଦଲକା ବହୁଛି।
Image Courtesy of News18ବାତ୍ୟା କବଳରୁ ଜନତାଙ୍କୁ ନିରାପଦ ରଖିବା ଲାଗି ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବା ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ପୂର୍ବାହ୍ନ ୧୦ ରୁ ୧୧ ମଧ୍ୟରେ ‘ଲ୍ୟାଣ୍ଡ୍ଫଲ୍ ପ୍ରକ୍ରିୟା’ ଆରମ୍ଭ ହେବ ବୋଲି ସେ କହିଥିଲେ।
ବାତ୍ୟାଜନିତ ପରିସ୍ଥିତିର ମୁକାବିଲା କରି ମାନବୀୟ ସହାୟତା ଏବଂ ରିଲିଫ୍ ଅଭିଯାନରେ ସହାୟତା ନିମନ୍ତେ ଭାରତୀୟ ବାୟୁସେନା ୧୧ଟି ପଣ୍ୟବାହୀ ବିମାନ ଏବଂ ୨୫ଟି ହେଲିକପ୍ଟର୍ ପ୍ରସ୍ତୁତ କରି ରଖିଛି। ଏହି ବିମାନଗୁଡ଼ିକ ମଧ୍ୟରେ ରହିଛି ୩ଟି ‘ସି-୧୩୦’, ୪ଟି ‘ଏନ୍-୩୨ ବିମାନ’ ଏବଂ ୨ଟି ‘ଡୋର୍ନିୟର୍ ବିମାନ’। ଏହାଛଡ଼ା, ୧୧ଏମ୍ଆଇ ଭି୫, ୨ଟି ଚେତକ, ୩ଟି ଚିତା ଏବଂ ୭ଟି ଏମ୍ଆଇ୧୭ ହେଲିକପ୍ଟର୍ ସମେତ ପ୍ରାୟ ୨୫ଟି ହେଲିକପ୍ଟର ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି।
Follow Us