photo-indian express
ନୂଆଦିଲ୍ଲୀ: ସର୍ଚ୍ଚ ଇଞ୍ଜିନ୍ ୟାହୁ ୨୦୨୦ରେ ଭାରତରେ ସର୍ବାଧିକ ଖୋଜା ଯାଇଥିବା ଲୋକଙ୍କ ତାଲିକା ପ୍ରକାଶ କରିଛି | ୟାହୁ ଏହାର ମୋଷ୍ଟ ସର୍ଚ୍ଚ ପର୍ସନାଲିଟି-୨୦୨୦ ତାଲିକା ପ୍ରକାଶ କରିଥିବା ବେଳେ ଏହି ତାଲିକାରେ ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ସର୍ବାଧିକ ଖୋଜା ଯାଇଥିବା ମହିଳା ବର୍ଗରେ ରିୟା ଶୀର୍ଷରେ ଅଛନ୍ତି | ସୂଚନା ଥାଉ କି ୟାହୁର ୨୦୨୦ ବର୍ଷ ସମୀକ୍ଷା ତାଲିକାରେ ଯେଉଁମାନେ ବର୍ଷସାରା ସର୍ବାଧିକ ହେଡଲାଇନରେ ରହିଛନ୍ତି ସେମାନଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଛି |
ଏହି ତାଲିକାରେ ଦର୍ଶାଯାଇଛି ଯେ ୨୦୧୭ ପରଠାରୁ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ତାଲିକାରେ ପ୍ରଥମ ସ୍ଥାନ ପାଇନାହାନ୍ତି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ରିୟା ଚକ୍ରବର୍ତ୍ତୀ ତୃତୀୟ ସ୍ଥାନରେ ଅଛନ୍ତି | ରାହୁଲ ଗାନ୍ଧୀ, ଅମିତ ଶାହା, ଉଦ୍ଧବ ଠାକରେ, ଅରବିନ୍ଦ କେଜ୍ରିୱାଲ, ମମତା ବାନାର୍ଜୀ, ଅମିତାଭ ବଚ୍ଚନ ଏବଂ କଙ୍ଗନା ରାନାୱତ କ୍ରମାଗତ ଭାବେ ରହିଛନ୍ତି । ବହୁ ଖୋଜା ଯାଇଥିବା ପୁରୁଷ ସେଲିବ୍ରିଟି ତାଲିକାରେ ସୁଶାନ୍ତ ସିଂ ରାଜପୁତ ପ୍ରଥମ ସ୍ଥାନରେ ଅଛନ୍ତି।
ଏହି ତାଲିକାରେ ସୁଶାନ୍ତ, ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ସଲମାନ ଖାନ, ଦିବଂଗତ ଅଭିନେତା ଇରଫାନ ଖାନ ଏବଂ ଦିବଂଗତ ଅଭିନେତା ଋଷି କପୁର ସ୍ଥାନ ପାଇଛନ୍ତି। ବହୁ ଖୋଜା ଯାଇଥିବା ମହିଳା ସେଲିବ୍ରେଟି ତାଲିକାରେ ରିୟା ଚକ୍ରବର୍ତ୍ତୀ ପ୍ରଥମ ସ୍ଥାନରେ ଅଛନ୍ତି | ଏହି ତାଲିକାରେ କଙ୍ଗନା ରାନାୱତ, ଦୀପିକା ପାଦୁକୋନ, ସନ୍ନି ଲିଓନ ଏବଂ ପ୍ରିୟଙ୍କା ଚୋପ୍ରା ମଧ୍ୟ ଅଛନ୍ତି।
Follow Us