ମା’ ହେଲେ ବଲିଉଡ ଅଭିନେତ୍ରୀ ୟାମୀ, ପୁଅର ନାମକୁ ନେଇ ଆରମ୍ଭ ହେଲା ଚର୍ଚ୍ଚା

Advertisment
ମା’ ହେଲେ ବଲିଉଡ ଅଭିନେତ୍ରୀ ୟାମୀ, ପୁଅର ନାମକୁ ନେଇ ଆରମ୍ଭ ହେଲା ଚର୍ଚ୍ଚା

ମୁମ୍ବାଇ: ମା’ ହେଲେ ବଲିଉଡ ଅଭିନେତ୍ରୀ ୟାମୀ ଗୌତମ। ଗତ କିଛି ମାସ ହେବ ସେ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଅଭିନେତ୍ରୀ ଏକ ଶିଶୁପୁତ୍ରର ମା’ ହୋଇଥିବା ଜଣାପଡ଼ିଛି। ୟାମୀ ଏବଂ ତାଙ୍କ ସ୍ୱାମୀ ଆଦିତ୍ୟ ଧର ଏହି ଖୁସି ଖବର ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ସେ ଏକ ପୋଷ୍ଟ ସେୟାର କରି ପୁଅର ଜନ୍ମ ବିଷୟରେ ସୂଚନା ଦେଇଛନ୍ତି। ଏହା ସହିତ ତାଙ୍କ ପୁଅର ନାମ ମଧ୍ୟ ପ୍ରକାଶ କରିଛନ୍ତି।

ଦମ୍ପତି ଏକ ପୋଷ୍ଟ କରି ଡାକ୍ତର ଏବଂ ଗଣମାଧ୍ୟମକୁ କୃତଜ୍ଞତା ଜଣାଇଛନ୍ତି। ଏହା ସହିତ ଦମ୍ପତି ଲେଖିଛନ୍ତି ଯେ, ସେମାନେ ନିଜ ପୁଅର ନାମ ବେଦାବିଦ୍ ରଖିଛନ୍ତି। ବେଦାବିଦ୍ ନାମର ଅର୍ଥ ହେଉଛି ଯାହାର ବେଦ ବିଷୟରେ ଜ୍ଞାନ ଅଛି। ତାଙ୍କ ପୁଅ ଅକ୍ଷୟ ତୃତୀୟାରେ ଜନ୍ମଗ୍ରହଣ କରିଥିବା ବେଳେ ଏବେ ଦୁହେଁ ପୋଷ୍ଟ ଜଣାଇଛନ୍ତି। ପୋଷ୍ଟ ଭାଇରାଲ ହେବା ପରେ  ପ୍ରଶଂସକମାନେ ୟାମୀ ଏବଂ ଆଦିତ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେଲିବ୍ରିଟିମାନେ ମଧ୍ୟ ଦମ୍ପତିଙ୍କୁ କମେଣ୍ଟ କରି ଶୁଭେଚ୍ଛା ଜଣାଇଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe