Image Courtesy of Zee News
ଗୋରଖପୁର: ରାଜ୍ୟରେ କେହି ଯଦି ମହିଳାମାନଙ୍କୁ ବିବ୍ରତ ବା ହଇରାଣ କରିବା ଭଳି ଅପରାଧ କରନ୍ତି ସେମାନଙ୍କୁ ‘ଯମରାଜ’ ଅପେକ୍ଷା କରିଥିବେ ବୋଲି ରବିବାର ଦିନ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି।
ସୂଚନାଯୋଗ୍ୟ, ଆମ୍ବେଦକର ନଗରରେ ଦୁଇଜଣ ବାଇକ୍ ଆରୋହୀ ବ୍ୟକ୍ତି ସାଇକେଲ୍ ଚଢ଼ି ଯାଉଥିବା ଜଣେ ୧୭ ବର୍ଷୀୟ ବାଳିକାର ‘ଦୁପଟ୍ଟା’ ଟାଣି ପକାଇବାରୁ ସେ ପଡ଼ିଯାଇଥିଲା। ସେତିକି ବେଳେ ସେମାନଙ୍କ ସହିତ ଥିବା ଆଉ ଜଣେ ଲୋକ ସେ ଝିଅ ଉପରେ ବାଇକ୍ ଚଢ଼ାଇ ଦେବାରୁ ତା’ର ମୃତ୍ୟୁ ଘଟିଲା। ଏହି ଘଟଣା ପ୍ରତି ଉଦ୍ଦେଶ୍ୟ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜନସାଧାରଣଙ୍କୁ ସତର୍କ କରାଇ ଦେଇଛନ୍ତି।
Image Courtesy of India Todayଗୋରଖପୁର ଜିଲ୍ଲାରେ ୩୪୩ କୋଟି ଟଙ୍କା ମୂଲ୍ୟର ୭୬ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବା ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ବେଳେ ସେ କହିଲେ, ରାଜ୍ୟରେ କେହି ଯଦି ମହିଳାଙ୍କୁ ବିବ୍ରତ ବା ହଇରାଣ କରିବା ଭଳି ଅପରାଧ କରନ୍ତି, ତେବେ ମୃତ୍ୟୁ ଦେବତା ‘ଯମରାଜ’ ତାଙ୍କ ବାଟ ଚାହିଁ ବସିବେ।
ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ କଠୋର ଆଇନଗତ ବ୍ୟବସ୍ଥାର ଗୁରତ୍ବ ଉପରେ ଗୁରୁତ୍ବାରୋପ କରିବା ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୃଢ଼ତାର ସହିତ କହିଲେ ଯେ, ବିଚାର ବ୍ୟବସ୍ଥାରେ ବିଭ୍ରାଟ ସୃଷ୍ଟି କରିବା ପାଇଁ କାହାରିକୁ ଆଇନର ଦୁରୁପଯୋଗ କରାଇ ଦିଆଯିବ ନାହିଁ।
Follow Us