Advertisment

ଆପ୍‌ର ପାପ ଧୋଇ ଯମୁନା ପାଣି କଳା ହୋଇଯାଇଛି: ଅନୁରାଗ ଠାକୁର

Advertisment

ଦିଲ୍ଲୀରେ ନିର୍ବାଚନ ପରିବେଶ ମଧ୍ୟରେ ଭାରତୀୟ ଜନତା ପାର୍ଟି ସାଂସଦ ଅନୁରାଗ ଠାକୁର ଆମ୍ ଆଦମୀ ପାର୍ଟିକୁ କଡ଼ା ଟାର୍ଗେଟ କରିଛନ୍ତି। ସେ ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ବିରୋଧରେ ଏକ ଅଭିଯୋଗ ପତ୍ର ଜାରି କରିଛନ୍ତି...

ଦିଲ୍ଲୀରେ ନିର୍ବାଚନ ପରିବେଶ ମଧ୍ୟରେ ଭାରତୀୟ ଜନତା ପାର୍ଟି ସାଂସଦ ଅନୁରାଗ ଠାକୁର ଆମ୍ ଆଦମୀ ପାର୍ଟିକୁ କଡ଼ା ଟାର୍ଗେଟ କରିଛନ୍ତି। ସେ ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ବିରୋଧରେ ଏକ ଅଭିଯୋଗ ପତ୍ର ଜାରି କରିଛନ୍ତି...

AAP

AAP Photograph: (Sambad.in)

ନୂଆଦିଲ୍ଲୀ:  ଆସନ୍ତା ୨୦୨୫ ବର୍ଷରେ  ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।  ଜନସାଧାରଣଙ୍କୁ ଆକର୍ଷିତ କରିବା ପାଇଁ ଶାସକ ଆମ୍ ଆଦମୀ ପାର୍ଟି(ଆପ୍) ଅନେକ ଯୋଜନା କରୁଛି।  ବିଜେପି ନେତା ଅନୁରାଗ ଠାକୁର ଆମ୍ ଆଦମୀ ପାର୍ଟି ଏବଂ ଅରବିନ୍ଦ କେଜ୍ରିୱାଲଙ୍କୁ କଡ଼ା ସମାଲୋଚନା କରିଛନ୍ତି।

କେଜ୍ରିୱାରଙ୍କୁ ପ୍ରଶ୍ନମାଧ୍ୟମରେ ଘେରିଥିବା ଅନୁରାଗ ଠାକୁର ଆପ୍ ବିରୋଧରେ ଏକ ଅଭିଯୋଗ ପତ୍ର ଜାରି କରିଛନ୍ତି। ଅନୁରାଗ ଠାକୁର କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟି ସରକାର ଯମୁନା ନଦୀକୁ ଏତେ ଦୂଷିତ କରିଛନ୍ତି ଯେ ଏହା ଦୁର୍ଗନ୍ଧଯୁକ୍ତ, ଫେଣଯୁକ୍ତ ଏବଂ ବିଷାକ୍ତ ହୋଇଯାଇଛି। ଆପ୍‌ର  ପାପ ଧୋଇ ଧୋଇ ଯମୁନା ପାଣି କଳା ହୋଇଯାଇଛି ବୋଲି ସେ କଟାକ୍ଷ କରିଛନ୍ତି।

ଅଧିକ ପଢ଼ନ୍ତୁ:  ବିନୋଦ କାମ୍ବଲି ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ଅନୁରାଗ ଠାକୁର ଗୀତ ମାଧ୍ୟମ‌ରେ କେଜ୍ରିୱାଲଙ୍କୁ ଟାର୍ଗେଟ କରି କହିଛନ୍ତି  'ପ୍ୟାର ମୋହବତ୍ କସମେ ବାଦେ' କ’ଣ ହେଲା। ସେ କହିଛନ୍ତି ଯେ ଦେଶର ସବୁଠାରୁ ମହଙ୍ଗା ପିଇବା ପାଣି  ଦିଲ୍ଲୀରେ ଉପଲବ୍ଧ। ପ୍ରଦୂଷଣରେ ରାଜଧାନୀ ଏକ ନମ୍ବର ସ୍ଥାନରେ ରହିଛି। ସବୁଠାରୁ ମହଙ୍ଗା ସିଏମ୍ ବାସଭବନରେ ଦିଲ୍ଲୀ ମଧ୍ୟ ଏକ ନମ୍ବର ସ୍ଥାନରେ ରହିଛି। 

ଅଧିକ ପଢ଼ନ୍ତୁ:  ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେଲେ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe