ବୃଦ୍ଧି ପାଉଛି ଯମୁନା ନଦୀର ଜଳସ୍ତର; ଲୋକେ ଆତଙ୍କିତ

ଯମୁନା ନଦୀର ଜଳସ୍ତର ୧୫୨.୬୦୫ ମିଟର ପର୍ଯ୍ୟନ୍ତ ପହଞ୍ଚିଛି। ଯାହା ବିପଦ ସଙ୍କେତଠାରୁ ୧.୬୦୦ ମିଟର ଉପରେ ରହିଛି। ତାଜମହଲର ପଶ୍ଚିମ ପ୍ରବେଶ ଦ୍ୱାର ଏବଂ କାନ୍ଥ ପର୍ଯ୍ୟନ୍ତ ବନ୍ୟା ପାଣି ପହଞ୍ଚି ଯାଇଛି।

ଅଦ୍ୟତନ ହୋଇଛି
New Project (20) (1)

ଆଗ୍ରା: ଯମୁନା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଯମୁନା ନଦୀ କୂଳରେ ଅବସ୍ଥିତ ଗ୍ରାମ, କଲୋନି  ଅନେକ ଫୁଟ ପର୍ଯ୍ୟନ୍ତ ପାଣିରେ ବୁଡ଼ି ରହିଛି। ପରିସ୍ଥିତି ଏପରି ହୋଇଛି ଯେ ତାଜମହଲର ପଶ୍ଚିମ ଦ୍ୱାର ପର୍ଯ୍ୟନ୍ତ ବନ୍ୟା ପାଣି ପ୍ରବେଶ କରି ଯାଇଛି। 

ଏଭଳି ବନ୍ୟା ପରିସ୍ଥିତିକୁ ଦେଖି ସ୍ଥାନୀୟ ଲୋକମାନେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଯମୁନା ନଦୀରେ ଏଭଳି ବନ୍ୟା ପରିସ୍ଥିତି ୧୯୭୮ ବର୍ଷ ତଳର ସ୍ମୃତିକୁ ମନେ ପକାଇ ଦେଇଛି। ସେ ସମୟରେ ରାସ୍ତାରେ ବନ୍ୟାପାଣିର ପରିମାଣ ଏତେ ବୃଦ୍ଧି ପାଇଥିଲା ଯେ ପ୍ରଶାସନକୁ ଷ୍ଟିମର ଚଲାଇବାକୁ ପଡିଥିଲା।

ସୋମବାର ଯମୁନା ନଦୀର ଜଳସ୍ତର ୧୫୨.୬୦୫ ମିଟରରେ ପହଞ୍ଚିଛି। ଯାହା ବିପଦ ସଙ୍କେତଠାରୁ ୧.୬୦୦ ମିଟର ଉପରେ ରହିଛି। ତାଜମହଲର ପଶ୍ଚିମ ପ୍ରବେଶ ଦ୍ୱାର ଏବଂ କାନ୍ଥ ପର୍ଯ୍ୟନ୍ତ ବନ୍ୟା ପାଣି ପହଞ୍ଚି ଯାଇଛି। ପାଣିର ପ୍ରବଳ ସ୍ରୋତ ଲୋକଙ୍କୁ ଭୟଭୀତ କରୁଛି। 

ଯଦି ବର୍ଷା ସମୟରେ ପାଣିର ପ୍ରବାହ କମି ନଯାଏ, ତେବେ ପୁଣି ୧୯୭୮ ମସିହା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ। କଚପୁରାର ଅଶୋକ ସାଗର କୁହନ୍ତି ଯେ  ୨୦୧୦ ଏବଂ ୨୦୨୩ ମସିହାରେ ମଧ୍ୟ ଯମୁନା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା, କିନ୍ତୁ ସେତେବେଳେ ଏତେ ପାଣି ଆସି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe