“ୟାସିନ ମଲ୍ଲିକକୁ ବଞ୍ଚାଅ” ପାକିସ୍ତାନ ଆଗରେ ଗୁହାରି କଲା ପତ୍ନୀ ମୁଶାଲ୍

Advertisment
“ୟାସିନ ମଲ୍ଲିକକୁ ବଞ୍ଚାଅ” ପାକିସ୍ତାନ ଆଗରେ ଗୁହାରି କଲା ପତ୍ନୀ ମୁଶାଲ୍

ଲାହୋର : ଜମ୍ମୁ-କଶ୍ମୀରରେ ଆତଙ୍କବାଦ-ବିଚ୍ଛିନ୍ନତାବାଦର ଚେହେରା ଥିବା ଆତଙ୍କବାଦୀ ୟାସିନ୍ ମଲ୍ଲିକ ଏବେ ଆଜୀବନ କାରାଦଣ୍ଡ ଭୋଗୁଛି । ଏଠାରେ ତାକୁ ଫାଶୀ ଦଣ୍ଡାଦେଶ ମଧ୍ୟ ହୋଇପାରେ । ତାକୁ ଦିଲ୍ଲୀର ଏକ ତଳ କୋର୍ଟ ଆଜୀବନ କାରାଦଣ୍ଡ ଦେଇଥିବାବେଳେ ତାହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି ଏନଆଇଏ ।

ସେପଟେ ଏହି ଖବର ଶୁଣି ତା ପତ୍ନୀ ମୁଶାଲ ମଲ୍ଲିକ ଚିନ୍ତାରେ ପଡ଼ିଯାଇଛି । ୟାସିନକୁ ବଞ୍ଚାଇବାକୁ ସେ ପାକିସ୍ତାନ ସରକାରଙ୍କ ନିକଟରେ ଗୁହାରି କରିଛି ।

ଲାହୋରର ଜିନ୍ନା ହାଉସରେ ଗଣମାଧ୍ୟମ ସମ୍ମୁଖରେ ସେ ତାଙ୍କ ସ୍ୱାମୀ ବିଷୟରେ କହିଥିଲା ଯେ ଭାରତର ଏଜେନ୍ସି ଏନଆଇଏ ମୋ ସ୍ୱାମୀଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରିଛି। “ମୁଁ ପାକିସ୍ତାନ ସରକାରଙ୍କୁ ନିବେଦନ କରୁଛି ଯେ ମୋ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ଆଗେଇ ଆସନ୍ତୁ। ତାଙ୍କୁ (ୟାସିନ ମଲ୍ଲିକ) ଭାରତରେ ଫାଶୀ ଦିଆଯାଇପାରେ। ଭାରତରେ ମାନବାଧିକାର ଉଲ୍ଲଂଘନ ହେଉଛି। ମୁସଲମାନମାନଙ୍କ ଉପରେ ଅତ୍ୟାଚାର କରାଯାଉଛି ।“

ୟାସିନ ମଲିକର ପତ୍ନୀ ପାକିସ୍ତାନର ବାସିନ୍ଦା। ତାର ମୂଳ ନାଁ ମୁଶାଲ ହୁସେନ୍ । ମୁଶାଲ ଦାବି କରିଛନ୍ତି ଯେ ତାଙ୍କ ସ୍ୱାମୀ (ୟାସିନ ମଲ୍ଲିକ)ଙ୍କୁ ଭାରତରେ ଫାଶୀ ଦିଆଯାଇପାରେ। ସେ କହିଛି ଯେ ଭାରତର ଜେଲରେ ଦିଆଯାଉଥିବା ନିର୍ଯାତନା ଯୋଗୁଁ ୟାସିନର ସ୍ୱାସ୍ଥ୍ୟ ବହୁତ ଖରାପ ଅଛି । ମୁଶାଲ ପାକିସ୍ତାନର ଶାନ୍ତି ଓ ସଂସ୍କୃତି ସଂଗଠନ (ପିସିଓ)ର ଅଧ୍ୟକ୍ଷ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe