କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ଗ୍ରହଣ କଲେ ଯଶୋଧାରା

Advertisment
କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ଗ୍ରହଣ କଲେ ଯଶୋଧାରା

ନୂଆଦିଲ୍ଲୀ : ବିଶିଷ୍ଟ ଗାଳ୍ପିକା ଯଶୋଧାରା ମିଶ୍ରଙ୍କୁ ଓଡ଼ିଆ ଗଳ୍ପ ସଂକଳନ ‘ସମୁଦ୍ର କୂଳ ଘର’ ପାଇଁ ୨୦୨୦ର ମର୍ଯ୍ୟାଦାଜନକ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାରରେ ସମ୍ମାନିତ କରଯାଇଛି। ଶନିବାର ସଂଧ୍ୟାରେ ସ୍ଥାନୀୟ କମାନୀ ସଭାଗାରରେ ଅକାଦେମି ଦ୍ବାରା ଓଡ଼ିଆ ସମେତ ୨୨ଟି ଭାଷାର ସାହିତ୍ୟିକଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ବାବଦରେ ପ୍ରତ୍ୟେକ ସାହିତ୍ୟିକଙ୍କୁ ତାମ୍ର ଫଳକ ସହ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ୨୩ ଜଣ ସାହିତ୍ୟିକଙ୍କୁ ଅକାଦେମିର ସଭାପତି ଚନ୍ଦ୍ରଶେଖର କମ୍ବର ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରଖ୍ୟାତ ହିନ୍ଦୀ ଲେଖକ ତଥା କେନ୍ଦ୍ର ସାହିତ୍ୟ ଅକାଦେମିର ଫେଲୋ ବିଶ୍ବନାଥ ପ୍ରସାଦ ତିୱାରୀ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ସାହିତ୍ୟ ଅକ‌ାଦେମି ଓଡ଼ିଆ ଉପଦେଷ୍ଟାମଣ୍ଡଳୀ ଆବାହକ ପ୍ରଫେସର ଡ. ବିଜୟାନନ୍ଦ ସିଂହ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe