ପରଲୋକରେ ଯଶୋବନ୍ତ ସିଂହ

Advertisment
ପରଲୋକରେ ଯଶୋବନ୍ତ ସିଂହ

news247plus.com

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ପ୍ରତିଷ୍ଠାତା ସଭ୍ୟ ଯଶୋବନ୍ତ ସିଂହଙ୍କର ଆଜି ପରଲୋକ ଘଟିଛି। ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଜଣେ ଘନିଷ୍ଠ ସହଯୋଗୀ ଯଶୋବନ୍ତ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଆଜି ସକାଳେ ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଯାଇଛି। ରାଜସ୍ଥାନ ବାସିନ୍ଦା ଯଶୋବନ୍ତ ସିଂହ ଭାରତର ବୈଦେଶିକ ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ଅର୍ଥ ମନ୍ତ୍ରୀ ଥିଲେ। ୧୯୫୦ ଏବଂ ୧୯୬୦ ଦଶକରେ ସେ ଭାରତୀୟ ଆର୍ମିରେ ଜଣେ ଅଫିସର ଥିଲେ। ପରେ ସେ ରାଜନୀତିରେ ଯୋଗ ଦେବାପାଇଁ ସେନାବାହିନୀରୁ ଇସ୍ତଫା ଦେଇଥିଲେ। ଗତ ଜୁନ୍‌ରୁ ସେ ଦିଲ୍ଲୀର ଆର୍ମି ହସ୍ପିଟାଲ୍‌ରେ ସେପ୍‌ସିସ୍‌ ପାଇଁ ଚିକିତ୍ସାଧୀନ ଥିବାବେଳେ ଆଜି ସକାଳ ୬.୫୫ରେ ତାଙ୍କର ପରଲୋକ ଘଟିଥିଲା। ତାଙ୍କର କୋଭିଡ୍‌ ଟେଷ୍ଟ୍‌ ରିପୋର୍ଟ ନେଗେଟିଭ୍‌ ଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଶୋବନ୍ତଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୋଦୀ କହିଛନ୍ତି ଯେ ସିଂହ ପ୍ରଥମେ ଜଣେ ସୈନିକ ଭାବେ ଦେଶ ସେବା କରିଥିଲେ ଏବଂ ପରେ ରାଜନୀତି ସହ ଦୀର୍ଘ ଦିନ ଧରି ଜଡ଼ିତ ରହିଥିଲେ। ବାଜପେୟୀ ସରକାରରେ ସେ ଅତି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବରେ ଥିଲେ ଏବଂ ଅର୍ଥ, ପ୍ରତିରକ୍ଷା, ବିଦେଶ ବ୍ୟାପାର କ୍ଷେତ୍ରରେ ତାଙ୍କ ଭୂମିକା ବେଶ୍‌ ଗୁରୁତ୍ବପୂର୍ଣ୍ଣ ଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ନେତା ରାମ ମାଧବ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ‌ ଗେହଲଟ ମଧ୍ୟ ଯଶୋବନ୍ତ ସିଂହଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe