ରାଷ୍ଟ୍ରପତି ପଦ ପାଇଁ ଯଶୱନ୍ତ ସିହ୍ନା ଯୋଗ୍ୟ ନୁହନ୍ତି: ସିପିଏମ୍‌ ସାଂସଦ

ରାଷ୍ଟ୍ରପତି ପଦ ପାଇଁ ଯଶୱନ୍ତ ସିହ୍ନା ଯୋଗ୍ୟ ନୁହନ୍ତି: ସିପିଏମ୍‌ ସାଂସଦ

Deccan Herald

କୋଲକାତା : ରାଷ୍ଟ୍ରପତି ପଦ ପାଇଁ ଯଶୱନ୍ତ ସିହ୍ନା ଯୋଗ୍ୟ ପ୍ରାର୍ଥୀ ନୁହଁନ୍ତି। କେବଳ ବିରୋଧୀ ଏକତା ପାଇଁ ଆମେ ଏଭଳି ନିଷ୍ପତ୍ତିକୁ ମାନିଛୁ ବୋଲି ପଶ୍ଚିମବଙ୍ଗର ଏକମାତ୍ର ସିପିଏମ୍‌ ସାଂସଦ ବିକାଶ ରଂଜନ ଭଟ୍ଟାଚାର୍ଯ୍ୟ ଏକଥା କହିଛନ୍ତି। ସିହ୍ନାଙ୍କ ବ୍ୟତୀତ ଅନ୍ୟ କାହାକୁ ପ୍ରାର୍ଥୀ ଭାବେ ଚୟନ କରାଯାଇଥିଲେ ସେ ଅଧିକ ଗ୍ରହଣୀୟ ହୋଇଥାନ୍ତେ। ପ୍ରାର୍ଥୀ ଚୟନରେ ମୁଁ ଅସନ୍ତୁଷ୍ଟ, ତେବେ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳମାନେ ପ୍ରତିଦ୍ବନ୍ଦ୍ବିତା କରିବା ନିଷ୍ପତ୍ତି ଭୁଲ୍‌ ନୁହେଁ ବୋଲି ସେ କହିଛନ୍ତି। ତେବେ ସିହ୍ନାଙ୍କ ବଦଳାରେ ଆଉକେହି ପ୍ରାର୍ଥୀ ହୋଇଥିଲେ ଭଲ ହୋଇଥାନ୍ତା ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe