ରାଷ୍ଟ୍ରପତି ହେଲେ ସରକାରଙ୍କ ରବର ଷ୍ଟାମ୍ପ ହେବେ ନାହିଁ ବୋଲି ଦ୍ରୌପଦୀ ମୁର୍ମୁ କଥା ଦିଅନ୍ତୁ: ଯଶବନ୍ତ ସିହ୍ନା

ରାଷ୍ଟ୍ରପତି ହେଲେ ସରକାରଙ୍କ ରବର ଷ୍ଟାମ୍ପ ହେବେ ନାହିଁ ବୋଲି ଦ୍ରୌପଦୀ ମୁର୍ମୁ କଥା ଦିଅନ୍ତୁ: ଯଶବନ୍ତ ସିହ୍ନା

ନୂଆଦିଲ୍ଲୀ: ରାଷ୍ଟ୍ରପତି ପଦ ପାଇଁ ବିରୋଧୀ ଦଳ ପ୍ରାର୍ଥୀ କରିଥିବା ଯଶବନ୍ତ ସିହ୍ନା ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଏକ ବିଶେଷ ଆବେଦନ କରିଛନ୍ତି। ସିହ୍ନା ତାଙ୍କଠାରୁ ଏକ ପ୍ରତିଶ୍ରୁତି ମାଗିଥିବା ଜଣାପଡ଼ିଛି। ସେ ପ୍ରତିଶ୍ରୁତି ମାଗିଛନ୍ତି ଯେ ଯଦି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୁଅନ୍ତି, ତେବେ ସେ ସରକାରଙ୍କ ରବର ଷ୍ଟାମ୍ପ ହେବେ ନାହିଁ।

ସିହ୍ନା ମୁର୍ମୁଙ୍କୁ କହିଛନ୍ତି, "ମୁଁ ସ୍ଥିର କରିଛି ଯେ ଯଦି ମୁଁ ନିର୍ବାଚିତ ହୁଏ, ତେବେ ମୁଁ କେବଳ ସମ୍ବିଧାନ ପାଇଁ ଉତ୍ତରଦାୟୀ ହେବି। ଯେତେବେଳେ ବି କାର୍ଯ୍ୟନିର୍ବାହୀ କିମ୍ବା ଅନ୍ୟାନ୍ୟ ଅନୁଷ୍ଠାନ ସାମ୍ବିଧାନିକ ନିୟନ୍ତ୍ରଣ ଏବଂ ସନ୍ତୁଳନ ଉଲ୍ଲଂଘନ କରିବେ, ମୁଁ କୌଣସି ଭୟ କିମ୍ବା ପକ୍ଷପାତ ବିନା ନିଜ ଅଧିକାରର ବ୍ୟବହାର କରିବି। ଦୟାକରି ଆପଣ ମଧ୍ୟ ରାଷ୍ଟ୍ରପତି ହେଲେ ଏସବୁ କରିବେ ବୋଲି ପ୍ରତିଜ୍ଞା କରନ୍ତୁ।

ସିହ୍ନା ବାରମ୍ବାର ଜୋର ଦେଇ କହିଛନ୍ତି ଯେ ରାଷ୍ଟ୍ରପତି ଭାବରେ ସେ  ମୋଦୀ ସରକାରଙ୍କ "କ୍ଷମତାସୀନତା" ଏବଂ ସମ୍ବିଧାନ ଉପରେ "ଆକ୍ରମଣ"କୁ ବିରୋଧ କରିବେ ଏବଂ ସେ ସରକାରଙ୍କ "ରବର ଷ୍ଟାମ୍ପ" ହେବେ ନାହିଁ। ତେବେ ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ। ଜୁଲାଇ ୨୧ରେ ଭୋଟ୍‌ ଗଣତି ହେବ। ଜୁଲାଇ ୨୫ ତାରିଖରେ ନୁଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ। ନିର୍ବାଚନ କମିସନ ଏନେଇ ଘୋଷଣା କରିସାରିଛନ୍ତି। ଜୁଲାଇ ୨୪ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। କୋବିନ୍ଦଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ୧୮ରେ ଭୋଟ୍‌ ଗ୍ରହଣ ହେବ। ସାଂସଦ ଏବଂ ବିଧାୟକମାନଙ୍କୁ ନେଇ ଗଠିତ ଇଲେକଟୋରାଲ କଲେଜ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବେ। ଇଲେକଟୋରାଲ କଲେଜରେ ମୋଟ୍‌ ୪,୮୦୯ ମତଦାତା ଅଛନ୍ତି। ସେମାନଙ୍କ ମଧ୍ୟରୁ ୭୭୬ ସାଂସଦ ଥିବା ବେଳେ ୪୦୩୩ ଜଣ ହେଉଛନ୍ତି ବିଧାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe