ଦ୍ରୌପଦୀଙ୍କ ଉପରେ ଯଶୱନ୍ତଙ୍କ ମନ୍ତବ୍ୟ; ହୀନ ମାନସିକତାର ପରିଚାୟକ: ବିଜେପି

Advertisment
ଦ୍ରୌପଦୀଙ୍କ ଉପରେ ଯଶୱନ୍ତଙ୍କ ମନ୍ତବ୍ୟ; ହୀନ ମାନସିକତାର ପରିଚାୟକ: ବିଜେପି

Image Courtesy of Hindustan Times

ବେଙ୍ଗାଲୁରୁ: ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ‘ରବର ଷ୍ଟାମ୍ପ ରାଷ୍ଟ୍ରପତି’ ମନ୍ତବ୍ୟ ପରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସିଟି ରବି ସୋମବାର କହିଛନ୍ତି ଯେ ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ପଦ ପାଇଁ ଯୋଗ୍ୟ ନୁହନ୍ତି ବୋଲି କହି ସିହ୍ନା ତାଙ୍କର ହୀନ ମାନସିକତାର ପରିଚୟ ଦେଇଛନ୍ତି।
ବିଜେପି-ନେତୃତ୍ବାଧୀନ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଓଡ଼ିଶାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ ଯଦି ଜିତନ୍ତି ତେବେ ସେ ଜଣେ ରବର ଷ୍ଟାମ୍ପ ରାଷ୍ଟ୍ରପତି ହେବେ ବୋଲି ସିହ୍ନାଙ୍କ ମନ୍ତବ୍ୟ ଉପରେ ପ୍ରଶ୍ନ କରାଯିବାରୁ ରବି କହିଲେ ଯେ, ଜଣେ ଆଦିବାସୀ ମହିଳା ବୋଲି ରାଷ୍ଟ୍ରପତି ପଦ ପାଇଁ ଯୋଗ୍ୟ ହୋଇ ପାରିବେନି ଏପରି କହି ସିହ୍ନା ନିଜର ହୀନ ମାନସିକତାର ପରିଚୟ ଦେଇଛନ୍ତି। ଦ୍ରୌପଦୀ ମୁର୍ମୁ ଏକ କଲେଜର ଅଧ୍ୟାପିକା ଭାବେ, ଓଡ଼ିଶାର ବିଧାୟିକା ଓ ମନ୍ତ୍ରୀ ଭାବେ ଏବଂ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ନିଜର ଯୋଗ୍ୟତା ପ୍ରମାଣ କରିସାରିଛନ୍ତି। ଏହା ପରେ ବି ସେ ଜଣେ ଆଦିବାସୀ ମହିଳା ବୋଲି ଏପରି ମନ୍ତବ୍ୟ ଦେବା ନିଜର ହାମବଡ଼ାମି ଓ ନୀଚତାର ପରିଚୟ ଦେଉଛି। ଭୋଟ ପ୍ରଚାର ପାଇଁ ଦ୍ରୌପଦୀ ମୁର୍ମୁ ଜୁଲାଇ ୧୦ରେ କର୍ଣ୍ଣାଟକ ଆସିବାର ଥିବାବେଳେ ରବି କହିଛନ୍ତି ଯେ ବର୍ତ୍ତମାନର ସଂଖ୍ୟା ହିସାବରୁ ଜଣାପଡ଼ୁଛି ମୁର୍ମୁ ଏ ନିର୍ବାଚନରେ ଜିତିବା ନିଶ୍ଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe