ବିହାରରେ ଯଶବନ୍ତଙ୍କ ନୂଆ ସାମ୍ମୁଖ୍ୟ

Advertisment
ବିହାରରେ ଯଶବନ୍ତଙ୍କ ନୂଆ ସାମ୍ମୁଖ୍ୟ

Hindustan Times

ପାଟଣା: ଆସନ୍ତା ବିହାର ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟକ୍କର ଦେବା ଲାଗି ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ଯଶବନ୍ତ ସିହ୍ନା ଏକ ନୂଆ ସାମ୍ମୁଖ୍ୟର ଶୁଭାରମ୍ଭ କରିବେ ବୋଲି ଘୋଷଣା କରିଛନ୍ତିା ତେବେ ସେ ତାଙ୍କ ଏହି ନୂତନ ମେଣ୍ଟର ନାମ କି ଏହାର ସହଯୋଗୀ ଦଳମାନଙ୍କ ସମ୍ପର୍କରେ କିଛି ବି ସୂଚନା ଦେଇନଥିିବା ବେଳେ ସାମ୍ପ୍ରତିକ ସ୍ଥିତିରେ କେବଳ ରାଜ୍ୟ ସରକାରଙ୍କୁ ମୁକାବିଲା କରିବା ପାଇଁ ଏହି ତୃତୀୟ ସାମ୍ମୁଖ୍ୟର ଚରମ ଲକ୍ଷ୍ୟ ବୋଲି ସେ ସାମ୍ବାଦିକମାନଙ୍କୁ ଶନିବାର କହିଛନ୍ତିା

ବିହାରର ଅନ୍ୟାନ୍ୟ ସମଦର୍ଶୀ ଦଳମାନଙ୍କ ସହ ଆଲୋଚନା କରିବା ଲାଗି ସେ ପାଟଣାରେ ଉପସ୍ଥିତ ଥିବା ଅବସରରେ ଏପରି ସଂକେତ କରିଛନ୍ତିା ତେବେ 'ଏଇ ଥର, ବଦଳାଅ ବିହାର' ସ୍ଲୋଗାନକୁ ଭତ୍ତିି କରି ତାଙ୍କର ଏହି ନୂତନ ମେଣ୍ଟ ଗଠନ ହେବାକୁ ଯାଉଛି ଏବଂ ବିହାରକୁ ଏକ ଦକ୍ଷ ବିକଳ୍ପ ଦେବାରେ ତାଙ୍କ ମେଣ୍ଟ ନିଜକୁ ଉପସ୍ଥାପନା କରିବ ବୋଲି ଶ୍ରୀ ସିହ୍ନା କହିଛନ୍ତିା ବିହାରରେ ପରିବର୍ତ୍ତନ ହିଁ ତାଙ୍କର ମୁଖ୍ୟ ଲକ୍ଷ୍ୟ ଏବଂ ଅନୁରୂପ ସ୍ପଷ୍ଟ ଚିନ୍ତାଧାରା ନେଇ ଯେ କେହି ବି ତାଙ୍କ ମେଣ୍ଟରେ ସାମିଲ ହୋଇପାରିବେ ବୋଲି ସେ କହିଛନ୍ତିା ତାଙ୍କ ସହିତ ମ‌ରେ ନାଗମଣି, ଅରୁଣ କୁମାର ଓ ଦେବେନ୍ଦ୍ର ଯାଦବଙ୍କ ପରି ପ୍ରାକ୍ତନ ସାଂସଦମାନଙ୍କ ସମେତ ଅନ୍ୟ ନେତାମାନେ ମଧ୍ୟ ଉପସ୍ଥିତ ଥିଲୋ ସୂଚନା ଥାଉ କି, ପୂର୍ବରୁ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ସହ ଜଡି଼ତ ଥିବା ନାଗମଣି ଓ ଅରୁଣ କୁମାର ଏପରି ମେଣ୍ଟ ଗଠନରେ ପ୍ରମୁଖ ଭୂମିକା ନିଭାଇଛନ୍ତି ଏବଂ ସେହି ଦୁଇ ନେତା ହିଁ ବିଜେପିର ପ୍ରାକ୍ତନ ନେତା ଯଶବନ୍ତଙ୍କୁ ଏହି ତୃତୀୟ ସାମ୍ମୁଖ୍ୟର ନେତୃତ୍ବ ନେବା ପାଇଁ ସାମିଲ କରିଥିବା ଆଲୋଚନା ହେଉଛିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe